suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଟି-୨୦ ମ୍ୟାଚରେ ସର୍ବାଧିକ ଥର ୨୦୦ ରନ ହାସଲ କରିଥିବା ୫ଟି ଟିମ ମଧ୍ୟରୁ ଭାରତୀୟ ଟିମ କେଉଁ ସ୍ଥାନରେ ଅଛି ଜାଣନ୍ତୁ

18/07/2019 at 3:42 PM

ନୂଆଦିଲ୍ଲୀ୧୮|୭: ଆଗାମୀ ଟି-୨୦ ଖେଳକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଟି-୨୦ ମ୍ୟାଚରେ ସର୍ବାଧିକ ଥର ୨୦୦ ରନ ସଂଗ୍ରହ କରିଥିବା ଟିମ ବହୁତ କମ୍ ଅଛନ୍ତି। ନିର୍ଦ୍ଧାରିତ ୨୦ ଓଭର ମଧ୍ୟରେ ଅଧିକ ରନ ସଂଗ୍ରହ କରିବା ବହୁତ କଷ୍ଟ ସାଧ୍ୟ। ତେବେ ଆସନ୍ତୁ ଜାଣିବା ଅଧିକଥର ୨୦୦ ରନ ସଂଗ୍ରହ କରିଥିବା ଟିମ ତାଲିକା

୫- ଟି-୨୦ ମ୍ୟାଚରେ ଅଧିକଥର ୨୦୦ ହାସଲ କରିବା ତାଲିକାରେ ପାକିସ୍ତାନ ପଞ୍ଚମ ସ୍ଥାନରେ ରହିଛି। ପାକିସ୍ତାନ ଟିମ ୬ ଟି, ଟି-୨୦ ମ୍ୟାଚରେ ୨୦୦ ଲେଖାଏଁ ରନ ସଂଗ୍ରହ କରିଥିଲା। ଏହି ୬ଟି ମ୍ୟାଚ ମଧ୍ୟରୁ ୨୦୫ ରନ ପାକିସ୍ତାନର ସର୍ବାଧିକ ରନ ଥିଲା।

୪- ଏହି ରେସ୍ ରେ ନ୍ୟୁଜିଲାଣ୍ଡ ଟିମ ଚତୁର୍ଥ ସ୍ଥାନରେ ରହିଛି। ୮ ଟି ଟି-୨୦ ମ୍ୟାଚରେ ପ୍ରତ୍ୟେକଟିରେ ୨୦୦ରୁ ଉଦ୍ଧ୍ବ ରନ ସଂଗ୍ରହ କରିଥିଲେ। ନ୍ୟୁଜିଲାଣ୍ଡ ଟିମର ସର୍ବାଧିକ ୨୪୫ ରନ ରହିଛି।

୩- ତୃତୀୟ ସ୍ଥାନରେ ଦକ୍ଷିଣ ଆଫ୍ରିକା ଟିମ ରହିଛି। ବର୍ତ୍ତମାନ ସୁଦ୍ଧା ୧୦ ଟି ଟି-୨୦ ମ୍ୟାଚରେ  ୨୦୦ ରନ  ସଂଗ୍ରହ କରିଛି। ଦକ୍ଷିଣ ଆଫ୍ରିକା ସର୍ବାଧିକ ୨୪୧ ରନ ସଂଗ୍ରହ କରିଛି।

୨- ଅଷ୍ଟ୍ରେଲିଆ ଦ୍ବତୀୟ ସ୍ଥାନରେ ରହିଛି । ୧୧ଟି  ଟି-୨୦ ମ୍ୟାଚରେ ୨୦୦ରୁ ଉର୍ଦ୍ଧ ରନ ଅଷ୍ଟ୍ରେଲିଆ ସଂଗ୍ରହ କରିଛି। ଅଷ୍ଟ୍ରେଲିଆ ସର୍ବାଧିକ ୨୬୩ ରନ ସଂଗ୍ରହ କରିଛି।

୧- ଟି-୨୦ ମ୍ୟାଚ ରେସ୍ ର ପ୍ରଥମ ସ୍ଥାନରେ ରହିଛି ଟିମ ଇଣ୍ଡିଆ। ୧୨ ଟି ଟି-୨୦ ମ୍ୟାଚରେ ୨୦୦ ରନ ସଂଗ୍ରହ କରିଛି। ଟିମ ଇଣ୍ଡିଆର ସର୍ବାଧିକ ୨୬୦ ରନ ରହିଛି।

   Related Posts