ଚାକିରୀ ଦେବାରେ ଆଗରେ ମୁମ୍ବାଇ: ସବୁଠୁ ଅଧିକ ଏହି କ୍ଷେତ୍ରରେ, ଜାଣନ୍ତୁ କେଉଁଠି ଅଧିକ ସୁଯୋଗ

Published By : Prameya-News7 Bureau | October 22, 2022 IST

ନୂଆଦିଲ୍ଳୀ ୨୨/୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଶନିବାର ’ରୋଜଗାର ମେଳା’ ର ଶୁଭାରମ୍ଭ କରିଛନ୍ତି । ଏହା ଅନୁଯାୟୀ ସମାରୋହରେ ୭୫ ହଜାର ନବନିଯୁକ୍ତ କର୍ମୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମ ଦ୍ବାରା ୨୦୨୩ ଡିସେମ୍ବର ସୁଦ୍ଧା ୧୦ ଲକ୍ଷ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରହିଛି। ମନୋନୀତ ହୋଇଥିବା କର୍ମୀଙ୍କୁ ଭାରତ ସରକାରଙ୍କ ୩୮ ମନ୍ତ୍ରାଳୟ/ବିଭାଗରେ ନିଯୁକ୍ତ କରାଯିବ।

ତେବେ ଏହା ତ’ ଥିଲା ସରକାରୀ କ୍ଷେତ୍ର କଥା । ବେସରକାରୀ କ୍ଷେତ୍ର କଥା କହିଲେ ଚାକିରୀ ଦେବାରେ ବୀମା କ୍ଷେତ୍ର ସବୁଠୁ ଆଗରେ ରହିଛି। ଏବେ ବି ସବୁଠୁ ଅଧିକ ଚାକିରି ମୁମ୍ବାଇ ସହରରେ ଦିଆଯାଉଛି । ଜବ୍ସପିକ୍ ଇଣ୍ଡେକ୍ସ ୨୦୨୨ ରେ ଏପରି ଦାବି କରାଯାଇଛି। ଜାଣନ୍ତୁ କ’ଣ କହୁଛି ଏହି ଜବ୍ ନିଯୁକ୍ତି ଟେଣ୍ଡ୍....

ଜବ୍ସପିକ୍ ଇଣ୍ଡେକ୍ସ ୨୦୨୨ ଅନୂଯାୟୀ ସବୁଠୁ ଅଧିକ ଚାକିରୀ ଦେଉଥିବା ଟପ୍-୫ ସେକ୍ଟର ମଧ୍ୟରୁ ବୀମା, ଟ୍ରାଭେଲ, ବ୍ୟାଙ୍କିଂ, ରିୟଲ ଏଷ୍ଟେଟ୍ ଏବଂ ରିଟେଲରେ ରହିଛି। ଦେଶର ଯୁବକଙ୍କୁ ଚାକିରି ଦେବାରେ ମହାନଗର ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇ ସବୁଠୁ ଆଗରେ ରହିଛନ୍ତି । ଏହା ପରକୁ ଦିଲ୍ଳୀ ଏନସିଆର ଚତୁର୍ଥ ସ୍ଥାନରେ ରହିଛି । ସେହିପରି ରିପୋର୍ଟ ଅନୁଯାୟୀ, ଏବେବି ୮ ରୁ ୧୬ ବର୍ଷର ଅନୁଭବ ରଖୁଥିବା ଆଶାୟୀଙ୍କୁ ସବୁଠୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି। ଗତ ବର୍ଷ ଏବଂ ଚଳିତ ବର୍ଷ ସେପ୍ଟେମ୍ବର ତୁଳନାରେ ଫ୍ରେଶର୍ସଙ୍କ ଭର୍ତ୍ତିରେ ୬ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.