ଦୁନିଆର ଏକମାତ୍ର ପୁରୁଷ ନଦୀ, ଜାଣନ୍ତୁ ସେହି ନଦୀର ନାଁ କଣ ?

Published By : Prameya-News7 Bureau | January 25, 2024 IST

ନୂଆଦିଲ୍ଲୀ ୨୫।୦୧ : ପ୍ରକୃତିର ଏକ ଅଭିନ୍ନ ଅଙ୍ଗ ହେଉଛି ନଦୀ । ଭାରତୀୟ ସଂସ୍କତିରେ ନଦୀକୁ ମା ବା ଦେବୀଙ୍କ ସ୍ବରୂପ ମନାଯାଏ । କିନ୍ତୁ ଭାରତରେ ଏକ ଏପରି ନଦୀ ରହିଛି ଯାହାକୁ ଦୁନିଆର ଏକମାତ୍ର ପୁରୁଷ ନଦୀ କୁହାଯାଇଥାଏ । ଏହି ନଦୀଟି ହେଉଛି ବ୍ରହ୍ମପୁତ୍ର ନଦୀ । ଏହା ହେଉଛି ଦୁନିଆର ଏକମାତ୍ର ପୁରୁଷ ନଦୀ ।

{"id":900202,"width":841,"height":631,"sizeSlug":"full","linkDestination":"none"}

ହିନ୍ଦୁ ପୌରାଣିକ ମାନ୍ଯତା ଅନୁଯାୟୀ ବ୍ରହ୍ମପୁତ୍ର ନଦୀକୁ ଭଗବାନ ବ୍ରହ୍ମାଙ୍କର ପୁତ୍ର କୁହାଯାଇଥାଏ । ବେଦରେ ମଧ୍ୟ ବ୍ରହ୍ମପୁତ୍ର ନଦୀକୁ କେବଳ ପୁଲିଙ୍ଗ ନଦୀ ଭାବେ ବର୍ଣ୍ଣନା କରାଯାଇଛି । ହିନ୍ଦୁ ଧର୍ମ ସହିତ ଜୈନ ଏବଂ ବୌଦ୍ଧ ଧର୍ମରେ ମଧ୍ୟ ବ୍ରହ୍ମପୁତ୍ର ନଦୀକୁ ପୂଜାର୍ଚନା କରାଯାଏ । ବ୍ରହ୍ମପୁତ୍ର ନଦୀର ଉତ୍ପତି ହିମାଳୟର ଉତ୍ତରରେ ଥିବା ତିବ୍ଦତର ପୁରଙ୍ଗ ଜିଲ୍ଲା ସ୍ଥିତ ମାନସରୋବର ନିକଟରେ ହୋଇଥାଏ ।

{"id":900203,"width":836,"height":1485,"sizeSlug":"large","linkDestination":"none"}

ଏଠାରୁ ଏହା ଭାରତ ହୋଇ ବାଂଙ୍ଗଲାଦେଶ ଯାଏଁ ଯାଇଥାଏ । ବ୍ରହ୍ମପୁତ୍ର ନଦୀ ଭାରତର ୨ୟ ସବୁଠାରୁ ବଡ ନଦୀ । କେବଳ ଭାରତରେ ୨୭୦୦ କିଲୋମିଟର ଯାଏଁ ବହିଥାଏ ହ୍ମପୁତ୍ର ନଦୀ । ବ୍ରହ୍ମପୁତ୍ର ନଦୀକୁ ତିବ୍ଦତରେ ସାଗପୋ ଏବଂ ଚୀନରେ ୟାରଲୁଙ୍ଗ ଜାଗବୋ ନାମରେ ଜଣାଯାଇଥାଏ । ଦିବାଙ୍ଗ, ଲୋହିତସ ସିୟାଙ୍ଗ, ବୁଢି ଦିହେଙ୍ଗ, ତିସ୍ତା ଏବଂ ଧନସାରୀ ହେଉଛି ଏହାର ପ୍ରମୁଖ ସାଖା ନଦୀ ଅଟେ ।

You Can Read:

wp:embed {"url":"https://www.prameyanews7.com/benefits-side-effects-precautions-of-black-salt/","type":"wp-embed","providerNameSlug":"prameya-news-7"}
https://www.prameyanews7.com/benefits-side-effects-precautions-of-black-salt/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.