କେଉଁ ଖାଦ୍ୟରୁ ମିଳିଥାଏ ଅଧିକ ପ୍ରୋଟିନ୍‌ ; ଅଣ୍ଡା ନା ପନୀର

Published By : Prameya-News7 Bureau | February 22, 2024 IST

ନୂଆଦିଲ୍ଲୀ ୨୨।୦୨: ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ତାଲିକାରେ ପ୍ରଥମେ ଆସିଥାଏ ଅଣ୍ଡା  ଓ ପନୀର୍‌ । କିନ୍ତୁ ପ୍ରାୟ ଲୋକ ପନୀର୍‌ ଓ ଅଣ୍ଡାରେ  ଥିବା ପ୍ରୋଟିନ୍‌ ପରିମାଣକୁ ନେଇ ଦ୍ୱନ୍ଦ୍ୱରେ ରହିଥାନ୍ତି । ପନୀର୍‌  ନା ଅଣ୍ଡା କେଉଁଥିରୁ ଶରୀରକୁ ଅଧିକ ପ୍ରୋଟିନ୍‌ ମିଳିଥାଏ ।  ଆପଣଙ୍କ ଭିତରେ ଏମିତି ଦ୍ୱନ୍ଦ୍ୱ ରହିଛି କି? ତେବେ ଚାଲନ୍ତୁ  ଜାଣିବା କାହାରା କ୍ୟାଲୋରୀ କାଉଣ୍ଟ୍‌ କେତେ? ସମସ୍ତଙ୍କ  ଡାଏଟ୍‌ରେ ପ୍ରୋଟିନ୍‌ ଯୁକ୍ତ ଖାଦ୍ୟ ସାମିଲ୍‌ କରିବା ବହୁତ  ଜରୁରି । କିନ୍ତୁ ଅନେକ ଲୋକ ଅଣ୍ଡା ଓ ପନୀର୍‌କୁ ନେଇ ଦ୍ୱନ୍ଦ୍ୱରେ  ରହିଥାନ୍ତି । ଅଣ୍ଡା ତୁଳନାରେ ପନୀର୍‌ରେ ଅଧିକ ଅପମିଶ୍ରଣର  ଆଶଙ୍କା ରହିଥାଏ । ଶରୀରର ଉପଯୁକ୍ତ ବୃଦ୍ଧି ପାଇଁ ପର୍ଯ୍ୟାପ୍ତ  ପରିମାଣର ପ୍ରୋଟିନ୍‌ ଆବଶ୍ୟକ ।

ଅଣ୍ଡା- ଅଣ୍ଡା ପ୍ରୋଟିନ୍‌ରେ ଭରା । ଗୋଟିଏ ଅଣ୍ଡାରେ  ୬ ଗ୍ରାମ୍‌ ପ୍ରୋଟିନ୍‌ ରହିଥାଏ । ଏହାବ୍ୟତୀତ  ଶରୀରକୁ ଅନେକ ପ୍ରକାରର ଜରୁରି  ଭିଟାମିନ୍‌ ମଧ୍ୟ  ମିଳିଥାଏ । ଏଥିରେ  ଫ୍ୟାଟ୍‌ର ମାତ୍ରା ଅଧିକ  ରହିଥାଏ, ତେଣୁ ଶୀତ ଦିନେ  ଅଧିକ ଅଣ୍ଡା ଖାଇବା ଲାଭଦାୟକ । ଏହାର ହଳଦିଆ  ଅଂଶରେ ଅଧିକ ଭିଟାମିନ୍ସ ରହିଥାଏ । ଗୋଟିଏ ଅଣ୍ଡାରେ  ୪ ଗ୍ରାମ୍‌ରୁ ଅଧିକ ଫ୍ୟାଟ୍‌, ଏକ ମି.ଲି.ଗ୍ରାମ୍‌ ଆଇରନ୍‌ ଓ  ପ୍ରାୟ ୨୫ ମି.ଲି.ଗ୍ରାମ୍‌ କ୍ୟାଲସିୟମ୍‌ ରହିଥାଏ । ତେବେ  ନିୟମିତ କେତୋଟି ଅଣ୍ଡା ଖାଇବା ଉଚିତ୍‌ ହେବ । ଏହା  ବ୍ୟକ୍ତିର ବୟସ, ଓଜନ ଓ ଦୈନନ୍ଦିନ ରୁଟିନ୍‌ ଉପରେ ନିର୍ଭର  କରିଥାଏ । ଏଥିପାଇଁ ନ୍ୟୁଟ୍ରିସିଆନ୍‌ଙ୍କ ମତ ନେବା ଉଚିତ୍‌ ।

ପନୀର- ୪୦ ଗ୍ରାମ୍‌ ପନୀର୍‌ରେ ପ୍ରାୟ ୭ ଗ୍ରାମ୍‌ ପ୍ରୋଟିନ୍‌, ୧୯୦ ମି.ଲି.  ଗ୍ରାମ୍‌ କ୍ୟାଲସିୟମ୍‌ ୫ ଗ୍ରାମ୍‌ କାର୍ବୋହାଇଡ୍ରେଟ୍ସ ଏବଂ ଫ୍ୟାଟ୍‌ର  ମାତ୍ରା ରହିଥାଏ । ଏହାର  ଭିନ୍ନ ଭିନ୍ନ ଆଇଟମ୍‌ କରି  ଖାଇପାରିବେ । ବିଶେଷକରି  ନିରାମିଷାଶୀମାନଙ୍କର ଏହା  ପ୍ରଥମ ପସନ୍ଦ । ଅଣ୍ଡାର  ପୋଷକ ତତ୍ତ୍ୱକୁ ପିସ୍‌  ହିସାବ କରାଯାଉଥିବା  ବେଳେ ପନୀର୍‌ର  ଗ୍ରାମ୍‌ରେ କରାଯାଇଥାଏ ।  ଅଣ୍ଡା ତୁଳନାରେ ପନୀର  ସାମାନ୍ୟ ଦାମୀ ।

ଅଣ୍ଡା ନା ପନୀର୍‌ : ଉଭୟ ଅଣ୍ଡା ଓ ପନୀର୍‌ ସ୍ୱାସ୍ଥ୍ୟ  ପାଇଁ ଲାଭପ୍ରଦ । ଯଦି କେହି  ଅଣ୍ଡା ଖାଉ ନଥାନ୍ତି, ତେବେ  ପନୀର ଖାଇବା ଦ୍ୱାରା ସେହି  ପୋଷକ ତତ୍ତ୍ୱ ମିଳିପାରିବ । କିନ୍ତୁ  ପନୀରରେ ଅପମିଶ୍ରଣର ଆଶଙ୍କା  ଅଧିକ ରହିଥାଏ । ତେଣୁ ଯଦି  ସମ୍ଭବ ନିଜେ ପନୀର୍‌ ତିଆରି  କରିବା ଉଚିତ୍‌ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.