Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ବଜେଟ୍‌ ୨୦୨୩-୨୪: କେଉଁ ବିଭାଗକୁ ମିଳିଲା କେତେ ଟଙ୍କା ?

1/02/2023 at 1:47 PM

ନୂଆଦିଲ୍ଲୀ ୦୧/୦୨: ସଂସଦରେ ଉପସ୍ଥାପିତ ହୋଇଛି କେନ୍ଦ୍ର ସରକାର ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍ । ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ବଜେଟ ହୋଇଥିବାରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଲାଗି କେନ୍ଦ୍ର ସରକାର ଯଥେଷ୍ଟ ଚେଷ୍ଟା କରିଛନ୍ତି । ଏଥିପାଇଁ ଆୟକର ଟିକସ ସ୍ଲାବରେ ହ୍ରାସ କରାଯିବା ସହ ଅନେକ ନୂଆ ଯୋଜନା ସମ୍ପର୍କରେ ଘୋଷଣା ହୋଇଛି ।

ଏସବୁ ଭିତରେ କେଉଁ ପ୍ରମୁଖ ମନ୍ତ୍ରଣାଳୟକୁ କେତେ ଟଙ୍କା ମିଳିଛି, ତା’ର ସୂଚନା ସାମ୍ନାକୁ ଆସିଛି । ସବୁ ଥର ପରି ଏଥର ମଧ୍ୟ ପ୍ରତିରକ୍ଷା କ୍ଷେତ୍ର ପାଇଁ ସବୁଠାରୁ ଅଧିକ ବ୍ୟୟ ବରାଦ ହୋଇଛି । କେନ୍ଦ୍ର ସରକାର ଏହି କ୍ଷେତ୍ର ପାଇଁ ୫.୯୪ ଲକ୍ଷ କୋଟି ଟଙ୍କା ବ୍ୟବସ୍ଥା କରିଛନ୍ତି । ଏହା ପରକୁ ରହିଛି ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ । ସେହିଭଳି ତୃତୀୟରେ ରହିଛି ଭାରତୀୟ ରେଳବାଇ । ଆସନ୍ତୁ ଜାଣିବା କେଉଁ ବିଭାଗକୁ ମିଳିଛି କେତେ ଟଙ୍କା ?
କେଉଁ ମନ୍ତ୍ରଣାଳୟକୁ କେତେ ?
୧- ପ୍ରତିରକ୍ଷା ମନ୍ତ୍ରଣାଳୟ -୫.୯୪ ଲକ୍ଷ କୋଟି
୨- ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ – ୨.୭୦ ଲକ୍ଷ କୋଟି
୩- ରେଳବାଇ ମନ୍ତ୍ରଣାଳୟ- ୨.୪୧ ଲକ୍ଷ କୋଟି
୪- ଖାଉଟି ବ୍ୟାପାର, ଖାନ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ- ୨.୦୬ ଲକ୍ଷ କୋଟି
୫- ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ- ୧.୯୬ ଲକ୍ଷ କୋଟି
୬- କେମିକାଲ ଓ ଫର୍ଟିଲାଇଜର- ୧.୭୮ ଲକ୍ଷ କୋଟି
୭- ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ- ୧.୬୦ ଲକ୍ଷ କୋଟି
୮- କୃଷି ଓ ଚାଷୀ କଲ୍ୟାଣ ମନ୍ତ୍ରଣାଳ- ୧.୨୫ ଲକ୍ଷ କୋଟି
୯- ଯୋଗାଯୋଗ ମନ୍ତ୍ରଣାଳୟ -୧.୨୩ ଲକ୍ଷ କୋଟି

   Related Posts