ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ନିର୍ଭୟା ଦୋଷୀ ଭୋଗିବେ ଚରମ ଦଣ୍ଡ, ତେବେ କିଏ ସେହି ଦୁଇଜଣ ଯାହାଙ୍କ ପାଇଁ ଫାଶୀରେ ଝୁଲିବେ ୪ ଅପରାଧୀ

6/03/2020 at 12:22 PM

ନୂଆଦିଲ୍ଲୀ୬/୩:  ନିର୍ଭୟା ମାମଲାରେ ବୁଧବାରରେ ଦିଲ୍ଲୀ ପଟିଆଲ କୋର୍ଟ ଚତୁର୍ଥ ଥର ପାଇଁ ଡେଥ୍ ଓ୍ବାରେଣ୍ଟ ଜାରି କରିଛି। ଡେଥ୍‌ ଓ୍ବାରେଣ୍ଟ ମୁତାବକ, ଆସନ୍ତା ମାର୍ଚ୍ଚ ୨୦ ତାରିଖ, ସକାଳ ୫ଟା ୩୦ ମିନିଟରେ ଚାରି ଦୋଷୀ ଫାଶୀ ଖୁଣ୍ଟରେ ଝୁଲିବେ। ଏହା ଶେଷ ଡେଥ୍ ଓ୍ବାରେଣ୍ଟ। ଏଥର ଦୋଷୀ ଆଉ ବାହାନା କରି ଖସି ପାରିବେ ନାହିଁ। ଚାରିଜଣ ଦୋଷୀଙ୍କୁ ଫାଶୀ ଖୁଣ୍ଟ ପର୍ଯ୍ୟନ୍ତ ନେବାରେ ଦୁଇ ଜଣ ବ୍ୟକ୍ତିଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସେମାନେ ହେଉଛନ୍ତି ସୀମା ସମ୍ରିଦ୍ଧି ଏବଂ ଅବନିନ୍ଦ୍ର ପାଣ୍ଡେ। ଫାଶୀ ଖୁଣ୍ଟରେ ଯଦି ଚାରି ଦୋଷୀ ଝୁଲିବେ ତେବେ ଏହି ଦୁଇଜଣଙ୍କୁ ଶ୍ରେୟ ଯିବ ବୋଲି ଚର୍ଚ୍ଚା ହେଉଛି।

ନିର୍ଭୟା ମାମଲାର ମୁଖ୍ୟ ସାକ୍ଷୀ ହେଉଛନ୍ତି ଅବନିନ୍ଦ୍ର ପାଣ୍ଡେ। ନିର୍ଭୟା ମାମଲାର ପ୍ରତ୍ୟେକ୍ଷଦର୍ଶୀ ଅବନିନ୍ଦ୍ରଙ୍କ ବୟାନ ଦୋଷୀଙ୍କୁ ଫାଶୀ ଖୁଣ୍ଟ ପର୍ଯ୍ୟନ୍ତ ପହଞ୍ଚାଇଛି। ଗୋରଖପୁର ବାସିନ୍ଦା ଅବନିନ୍ଦ୍ର ଘଟଣା ଦିନ ବସରେ ନିର୍ଭୟାଙ୍କ ସହିତ ଉପସ୍ଥିତ ଥିଲେ। ଘଟଣା ଦିନ ଅବନିନ୍ଦ୍ର ପାଣ୍ଡେଙ୍କୁ ମଧ୍ୟ ଦୋଷୀମାନେ ବାଡ଼େଇ ରକ୍ତାତ କରି ଦେଇଥିବା କଥା ସାମ୍ନା ଆସିଛି।

ସେହିପରି ନିର୍ଭୟା ମାମଲାରେ ସୀମା ସମ୍ରିଦ୍ଧି ମଧ୍ୟ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିଛନ୍ତି। ନିର୍ଭୟା ମାମଲାରେ କୋର୍ଟରେ ନିଜେ ସୀମା କେସ୍‌ ଲଢ଼ୁଛନ୍ତି। ଜଣେ ଓକିଲ ନୁହେଁ ବରଂ ନିର୍ଭୟାଙ୍କ ମାତା, ପିତାଙ୍କୁ ସମ୍ମାନ ମଧ୍ୟ କରନ୍ତି। ସବୁ ପରିସ୍ଥିତିରେ ସେମାନଙ୍କୁ ସୀମା ସାହସ ମଧ୍ୟ ଦେଇଛନ୍ତି। ଦିଲ୍ଲୀ ବିଶ୍ବବିଦ୍ୟାଳରେ ଓକିଲାତି ପାଠ ଶେଷ କରିବା ପରେ ସୁପ୍ରିମକୋର୍ଟରେ ଟ୍ରେନିଂ ଆରମ୍ଭ କରିଥିଲେ। ୨୦୧୪ ମସିହା ଜାନୁଆରୀ ୨୪ ତାରିଖରେ ନିର୍ଭୟା ମାମଲାରେ ସୀମା ଜଡିତ ହୋଇଥିଲେ।

ସୂଚନାଯୋଗ୍ୟ ଯେ ଅବନିନ୍ଦ୍ର ଓ ପାରାମେଡିକାଲର ଛାତ୍ରୀ ନିର୍ଭୟା ଗୋଟିଏ ବସରେ ଯାଉଥିଲେ। ବସ୍‌ରେ ଥିବା ୬ ଜଣ ଲୋକ ସେମାନଙ୍କୁ ହଇରାଣ ହରକତ କରିଥିଲେ। ଅବନିନ୍ଦ୍ର ବିରୋଧ କରିବାରୁ ସେମାନେ ମିଶି ତାଙ୍କୁ ବାଡ଼େଇ ଥିଲେ। ପରେ ନିର୍ଭୟା ସହ ଗଣଦୁଷ୍କର୍ମ କରିଥିଲେ। ଘଟଣାର ପ୍ରତ୍ୟେକ୍ଷଦର୍ଶୀ ଅବନିନ୍ଦ୍ରଙ୍କ କହିବା ଅନୁସାରେ ଚଳନ୍ତା ବସରେ ଚିତ୍କାର କରି ସମସ୍ତଙ୍କୁ ସାହାଯ୍ୟ ମାଗିଥିଲେ। ହେଲେ ସେମାନଙ୍କୁ କେହି ସାହାଯ୍ୟ କରି ନଥିଲେ।

   Related Posts