ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷା ସମ୍ଭାବନା

Published By : Prameya-News7 Bureau | March 20, 2022 IST

ଭୁବନେଶ୍ୱର, ୨୦/୦୩:  ଆସନ୍ତା ୨୪ ଘଣ୍ଟାରେ ବର୍ଷା । ହାଲକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ।  ଗଞ୍ଜାମ, ଗଜପତି, ରାୟଗଡ଼ା ଜିଲ୍ଲାର କେତେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ସେହିପରି ୨୨ ତାରିଖରେ ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡା, ମାଲକାନଗିିରି, କୋରାପୁଟ, ମୟୂରଭଞ୍ଜ, କେଉଁଝର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର କେତେକ ସ୍ଥାନରେ ମଧ୍ୟ ବର୍ଷା ହୋଇପାରେ । ଏଭଳି ସ୍ଥିତି ଆସନ୍ତା ୨୫ ତାରିଖ ଯାଏଁ ଜାରି ରହିବ ।

ସେପଟେ ବଙ୍ଗୋସାଗରରେ ସୃଷ୍ଟ ଲଘୁଚାପ ବର୍ତ୍ତମାନ ଅବପାତର ରୂପ ନେଇଛି । ଏହା ଦକ୍ଷିଣ ପୂର୍ବ ବଙ୍ଗୋସାଗରର ଏବଂ ତତସଂଲଗ୍ନ ଦକ୍ଷିଣ ଆଣ୍ଡମାନ ସମୁଦ୍ର ଉପରେ ରହିଛି । ଆସନ୍ତାକାଲି ସୁଦ୍ଧା ଘୂର୍ଣ୍ଣିବଳୟର ରୂପ ନେଇପାରେ । ତେବେ ଏହି ସିଷ୍ଟମର ପ୍ରଭାବ ଓଡ଼ିଶା ଉପରକୁ ସିଧାସଳଖ ପ୍ରଭାବ ପଡ଼ିବ ନାହିଁ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.