ନୂଆଦିଲ୍ଲୀ ୧୫।୦୬: ଭାରତରେ ଅନେକ ପ୍ରାଚୀନ ମନ୍ଦିର ରହିଛି । ଯାହାର ହିନ୍ଦୁ ଧର୍ମରେ ରହିଛି ବହୁତ ଗୁରୁତ୍ୱ । ଏପରି କିଛି ମନ୍ଦିର ରହିଛି ଯେଉଁଠି ଭଗବାନଙ୍କ ଦର୍ଶନ ପାଇଁ ରହିଛି ଡ୍ରେସ୍ କୋଡ୍ । ଯଦି ଏହାକୁ ଅନୁସରଣ କରିବେନି ତେବେ ଭଗବାନଙ୍କ ଦର୍ଶନ ପାଇଁ ମିଳିବନି ଏଣ୍ଟ୍ରି । ଆସନ୍ତୁ ଜାଣିବା କେଉଁ ମନ୍ଦିରରେ ଜିନ୍ସ ପିନ୍ଧି ପ୍ରବେଶ କରିବା ନିଷେଧ ରହିଛି...
ପ୍ରଥମରେ ରହିଛି ପୁରୀର ଶ୍ରୀ ଜଗନ୍ନାଥଙ୍କ ମନ୍ଦିର । ମନ୍ଦିରକୁ ମହିଳାମାନେ ସାଢୀ କିମ୍ବା ସାଲଓ୍ବାର୍ରେ ଯାଇ ପାରିବେ । ପୁରୁଷମାନେ ପାରମ୍ପରିକ ପୋଷକ ପିନ୍ଧିଲେ ହିଁ ମନ୍ଦିରକୁ ମିଳିଥାଏ ଏଣ୍ଟ୍ରି ।
କେରଳର ପ୍ରସିଦ୍ଧ ମହାବଳେଶ୍ବର ମନ୍ଦିର । ଏହି ମନ୍ଦିରରେ ଜିନ୍ସ, ପ୍ୟାଣ୍ଟ, ପାଇଜାମା ଇତ୍ୟାଦି ପିନ୍ଧିବା ଉପରେ ରହିଛି ନିଷେଧାଦେଶ । ଏଠାରେ ଭଗବାନଙ୍କ ଦର୍ଶନ ପାଇଁ ପୁରୁଷମାନେ ଧୋତି ଏବଂ ମହିଳାମାନେ ସାରୀ କିମ୍ବା ସୁଟ୍ ପିନ୍ଧିପାରିବେ ।
ମହାରାଷ୍ଟର ଗୃଷ୍ନେଶ୍ବର ମହାଦେବ ମନ୍ଦିର । ଏହି ମନ୍ଦିର ୧୨ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ । ଏଠାରେ ମଧ୍ୟ ଭଗବାନଙ୍କ ଦର୍ଶନ ପାଇବା ପାଇଁ ମହିଳାମାନଙ୍କୁ ପାରମ୍ପାରିକ ପୋଷାକ ଏବଂ ପୁରୁଷଙ୍କୁ ଧୋତି ପିନ୍ଧିବାକୁ ପଡିଥାଏ । ମନ୍ଦିରକୁ ବେଲ୍ଟ ଏବଂ ପର୍ସ ଆଣିବା ସମ୍ପୂର୍ଣ୍ଣ ନିଷେଧ ।
ମଧ୍ୟପ୍ରଦେଶର ଉଜ୍ଜୈନ ମନ୍ଦିର । ଏହା ମଧ୍ୟ ଭଗବାନ ଶିବଙ୍କର ୧୨ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଗୋଟିଏ | ଏହି ମନ୍ଦିରରେ ଜଳାଭିଷେକ ପାଇଁ ମହିଳାମାନେ ସାଢୀ ଏବଂ ପୁରୁଷମାନେ ଧୋତି-କୁର୍ତ୍ତା ପିନ୍ଧିବା ବାଧ୍ୟତାମୂଳକ ।
ପ୍ରସିଦ୍ଧ ତିରୁପତି ମନ୍ଦିରରେ ମଧ୍ୟ ଡ୍ରେସ୍କୋଡ୍ ଲାଗୁ ହୋଇଛି । ଏଠାରେ ସର୍ଟସ୍ କିମ୍ବା ଟି-ସାର୍ଟ ପିନ୍ଧିଲେ ଏଣ୍ଟ୍ରି ମିଳିନଥାଏ । ମହିଳାମାନେ କେବଳ ସାଢୀ କିମ୍ବା ସାଲୱାର ସୁଟ ପିନ୍ଧି ମନ୍ଦିରକୁ ଯାଇପାରିବେ ।
କେରଳର ଗୁରୁଭାୟୁର ମନ୍ଦିର ଭଗବାନ କୃଷ୍ଣଙ୍କୁ ଉତ୍ସର୍ଗିକୃତ । ଏହି ମନ୍ଦିରରେ ଡ୍ରେସ କୋଡ୍ ଲାଗୁ କରାଯାଇଛି। ମହିଳାମାନେ ଏହି ମନ୍ଦିରକୁ କେବଳ ସାଢୀ କିମ୍ବା ସୁଟରେ ଏଣ୍ଟ୍ରି କରିପାରିବେ । ପୁରୁଷମାନେ କେବଳ ପାରମ୍ପାରିକ ଲୁଙ୍ଗିରେ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ।