Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଦିଲ୍ଲୀ ଅର୍ଡିନାନ୍ସ: ସମର୍ଥନ ମାଗିବାରୁ କେଜରିୱାଲ୍‌ଙ୍କୁ ଉମର ଉବଦୁଲ୍ଲାଙ୍କ ସମାଲୋଚନା: ଧାରା ୩୭୦ ହଟିଲା ବେଳେ କେଉଁଠି ଥିଲ ?

10/06/2023 at 4:51 PM

ଶ୍ରୀନଗର: କେନ୍ଦ୍ରର ଅର୍ଡିନାନ୍ସ ବିରୋଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ବିଭିନ୍ନ ରାଜ୍ୟକୁ ଗସ୍ତ କରି ବିରୋଧୀ ଦଳ ନେତାଙ୍କୁ ମନାଇବାକୁ ଚେଷ୍ଟା କରୁଛନ୍ତି। କେଜରିୱାଲ୍‌ଙ୍କୁ ସମର୍ଥନରେ ତାଙ୍କୁ ସମାଲୋଚନା କରିଛନ୍ତି ଜାମ୍ମୁ-କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା। ଯେତେବେଳେ ଜାମ୍ମୁ-କାଶ୍ମୀରରେ ଧାରା ୩୭୦ ହଟିଲା ସେତେବେଳେ କେଜରିୱାଲ୍ କେଉଁଠି ଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି।

ଶନିବାର ଖବର ସରବରାହ ସଂସ୍ଥା ଏଏନ୍‌ଆଇକୁ ପ୍ରତିକ୍ରିୟା ଦେଇ ଉମର ଉବଦୁଲ୍ଲା କହିଛନ୍ତି “ମୁଁ ବାରମ୍ବାର ଏହି ଲୋକଙ୍କୁ ମନେ ପକାଉଛି କି ଏହି ଲୋକମାନେ ଆବଶ୍ୟକ ପଡ଼ିଲେ ଆମ କବାଟ ଠକ୍‌ ଠକ୍‌ କରିବେ। କିନ୍ତୁ ୨୦୧୯ରେ ଯେତେବେଳେ ୩୭୦ ହଟାଗଲା ସେତେବେଳେ ଏମାନେ(କେଜରିୱାଲ୍) କେଉଁଠିଥିଲେ।”

ସେ ଆହୁରି ମଧ୍ୟ କହିଛନ୍ତି ଯେ ଗଣତନ୍ତ୍ରର ହତ୍ୟାରେ ଏହି(କେଜିରାୱାଲ୍) ଲୋକମାନେ ନିରବ ରହିଥିଲେ। କେବଳ ଟିଏମ୍‌ସି, ଡିଏମ୍‌କେ ଓ ବାମଦଳମାନେ ଆମର  ପୂରା ସମର୍ଥନ କରିଥିଲେ। ବାକି କେହିଁ ଆମକୁ ସମର୍ଥନ କରି ନ କରିଥିଲେ ବୋଲି ଉମର ଅବଦୁଲ୍ଲା କହିଛନ୍ତି।

ପଢ଼ନ୍ତୁ- କେଜରିୱାଲ୍‌ ଚରମ ହିନ୍ଦୁବାଦୀ, କେନ୍ଦ୍ର ବିରୋଧରେ ମୁଁ ତାଙ୍କୁ ସମର୍ଥନ କରିବିନି: ଅସଦୁଦ୍ଦିନ ଓୱେସୀ

ସୂଚନା ଥାଉକି ନିକଟରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇ କହିଥିଲେ ଯେ ଦିଲ୍ଲୀ ଅଫିସରମାନଙ୍କର ଟ୍ରାନ୍ସଫର ଓ ପୋଷ୍ଟିଂ କରିବା ଦିଲ୍ଲୀ ନିର୍ବାଚିତ ସରକାରଙ୍କର। ଏହାକୁ ଜବାବ ଦେବାକୁ କେନ୍ଦ୍ର ସରକାର ଏକ ଅଧ୍ୟାଦେଶ ଆଣିଛନ୍ତି। କେନ୍ଦ୍ର ସରକାର ଏହା ବିରୋଧରେ ତର୍କ ରଖିଛନ୍ତି ଯେ ଦିଲ୍ଲୀ ରାଜଧାନୀ। ତେଣୁ ଗ୍ରୁପ୍‌ ‘ଏ’ ଅଫିସରଙ୍କ ଟ୍ରାନ୍ସଫର ଓ ପୋଷ୍ଟିଂ ପାଇଁ ଅର୍ଡିନାନ୍ସର ଆବଶ୍ୟକତା ରହିଛି।

   Related Posts