ରାଶି ଅନୁସାରେ କୋଉଠି ଭେଟିବେ ଆପଣ ନିଜ ଭାବି ପାର୍ଟନରଙ୍କୁ

Published By : Prameya-News7 Bureau | October 19, 2018 IST

ମେଷ : ସାଧାରଣତଃ ମେଷ ରାଶି ଲୋକେ ଶକ୍ତିଶାଳୀ, ଆବେଗଶୀଳ ହୋଇଥାନ୍ତି | ଏହି ରାଶିର ବ୍ୟକ୍ତିମାନେ ଗୋଟିଏ ଜାଗାରେ ସ୍ଥିର ହୋଇ ରହିପାରନ୍ତିନାହିଁ | ସେମାନେ ନିଜକୁ ଚ୍ୟାଲେଞ୍ଜ କରିବା ଭଳି କାମ କରିବାକୁ ଭଲ ପାଆନ୍ତି | ଏମାନଙ୍କୁ ଶାରୀରିକ ସାହାସିକତା ଜନିତ କାମ କରିବାକୁ ଭଲ ଲାଗେ | ତେବେ ମେଷ ରାଶି ବ୍ୟକ୍ତି ନିଜ ପାର୍ଟନରଙ୍କୁ କୌଣସି ପାହାଡିଆ ଜାଗା କିମ୍ବା ଜଙ୍ଗଲିଆ ଜାଗାରେ ଟ୍ରାକିଙ୍ଗ ସମୟରେ ଦେଖା ହେବ | ବୃଷ : ବୃଷ ରାଶି ବ୍ୟକ୍ତି ବିଶେଷ ନୂଆ ନୂଆ ଲୋକଙ୍କ ସଂଗେ ମିଶିବା ପାଇଁ ଭଲପାଆନ୍ତି | ଏମାନେ କୌଣସି ରେସ୍ତୋରାଁରେ କିଛି ନୂଆ ବ୍ୟଂଜନ ଖାଇବା ବେଳେ କିମ୍ବା ଶପିଂ ମଲରେ କିଣାକିଣି କରିବା ବେଳେ ନିଜ ଭାବି ପାର୍ଟନରଙ୍କ ସହ ଦେଖା କରିପାରନ୍ତି | ମିଥୁନ : ମିଥୁନ ରାଶି ବ୍ୟକ୍ତି ବିଶେଷ ନିଜ ପ୍ରେମ ଜୀବନକୁ ନେଇ ସାଧାରଣତଃ ଦ୍ବନ୍ଦ୍ବରେ ଥାଆନ୍ତି | ତେବେ ଏମାନେ ନିଜ ସମ୍ପର୍କୀୟଙ୍କ ଜରିଆରେ ହିଁ ନିଜ ଲାଇଫ ପାର୍ଟନର ପାଇବେ । ଯଦି ନିଜ ପାର୍ଟନରଙ୍କୁ ନେଇ ମନ ଭିତରେ କେବେ କୌଣସି ଦ୍ବନ୍ଦ୍ବ ଉପୁଜେ, ତାହେଲେ ସମ୍ପର୍କୀୟଙ୍କ ହସ୍ତକ୍ଷେପରେ ତାହା ସମାଧାନ ହୋଇଯିବ । ଆପଣଙ୍କ ସାଙ୍ଗମାନେ ଏକ୍ଷେତ୍ରରେ ଆପଣଙ୍କୁ ଠିକ ନିଷ୍ପତ୍ତି ନେବାରେ ସାହାଯ୍ୟ କରିବେ | କର୍କଟ : କର୍କଟ ରାଶିର ବ୍ୟକ୍ତି ସାଧାରଣତଃ ଭାବପ୍ରବଣ ହୋଇଥାନ୍ତି ଯେଉଁମାନେ ସତ୍ୟ ପ୍ରେମ, ବାହାଘର ଏବଂ ପରିବାର ଉପରେ ବହୁତ ବିଶ୍ୱାସ କରନ୍ତି | ତେଣୁ ଡେଟିଂ ଆପ ଏମାନଙ୍କ ପାଇଁ ଠିକ ଯାଗା ନୁହେଁ | ମାଟ୍ରିମନିଏଲ ସାଇଟରୁ ଏମାନେ ନିଜ ପାର୍ଟନରଙ୍କ ପାଇପାରନ୍ତି କିମ୍ବା ନିଜର କୌଣସି ସମ୍ପର୍କୀୟଙ୍କ ବାହାଘରରେ ମଧ୍ୟ ଭାବି ପାର୍ଟନରଙ୍କ ସହ ଦେଖା ହୋଇପାରେ | ସିଂହ : ସିଂହ ରାଶି ବ୍ୟକ୍ତି ବିଶେଷ ଦୃଢମନା ହୋଇଥାନ୍ତି | ଏମାନଙ୍କର ନିଜ ଉପରେ ପ୍ରଗାଢ ବିଶ୍ୱାସ ଥାଏ | ଏମାନେ ଭଲରେ ଜାଣିଥାନ୍ତି ଯେ, ସେ ତାଙ୍କ ପାର୍ଟନର ଠାରୁ କଣ ଚାହୁଁଛନ୍ତି | ଏମାନେ ସମ୍ଭବତଃ କୌଣସି ଡେଟିଂ ଆପରେ ନିଜ ପାର୍ଟନରଙ୍କ ସଂଧାନ ପାଇବେ | କନ୍ୟା : କନ୍ୟା ରାଶି ବ୍ୟକ୍ତିମାନେ ସାଧାରଣତଃ କଠିନ ପରିଶ୍ରମୀ ଏବଂ ଭବିଷ୍ୟତମୁଖୀ ହୋଇଥାନ୍ତି | ଏମାନେ ସବୁବେଳେ ସେଇ ଲୋକଙ୍କୁ ପସନ୍ଦ କରନ୍ତି ଯେଉଁମାନେ ତାଙ୍କୁ ପ୍ରଫେସନାଲ କ୍ୟାରିୟରରେ ଆଗକୁ ବଢିବାରେ ସାହାଯ୍ୟ କରନ୍ତି |ତେବେ ନିଜ କର୍ମକ୍ଷେତ୍ରରେ ହିଁ ଆପଣଙ୍କର ନିଜ ପାର୍ଟନର ସହିତ ଦେଖା ହୋଇପାରେ | ତୁଳା : ତୁଳା ରାଶି ବ୍ୟକ୍ତି ବିଶେଷ ସାଧାରଣତଃ ରୋମାଣ୍ଟିକ ସ୍ୱଭାବର ହୋଇଥାନ୍ତି | ନୂଆ ନୂଆ ତଥ୍ୟ ଜାଣିବାକୁ ଏମାନଙ୍କ ଭିତରେ ପ୍ରଗାଢ ଆଗ୍ରହ ଥାଏ | ଏମାନେ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବାକୁ ମଧ୍ୟ ଭଲପାଆନ୍ତି | ଏହି ରାଶିର ବ୍ୟକ୍ତି କୌଣସି ଡ୍ୟାନ୍ସ କ୍ଲାସରେ କିମ୍ବା କୌଣସି କ୍ରାଫ୍ଟ କ୍ଲାସରେ ନିଜ ପାର୍ଟନରଙ୍କ ସହିତ ଦେଖା ହୋଇପାରନ୍ତି | ବିଛା : ବିଛା ରାଶି ବ୍ୟକ୍ତି ପ୍ରାୟତଃ ଅନ୍ତର୍ମୁଖୀ ସ୍ୱଭାବର ହୋଇଥାନ୍ତି | କୌଣସି ଲୋକକୁ ବିଶ୍ୱାସ କରିବା ପାଇଁ ଏମାନେ ଯଥେଷ୍ଟ ସମୟ ନେଇଥାନ୍ତି | ଏମାନେ ପ୍ରାୟତଃ ନିଜର ବନ୍ଧୁମାନଙ୍କ ଭିତରେ ହିଁ ନିଜ ପାର୍ଟନରଙ୍କୁ ପାଇବାର ସମ୍ଭାବନା ଥାଏ | କାରଣ ଦୁହିଁ ଙ୍କ ମଧ୍ୟରେ ପୂର୍ବରୁ ହିଁ ବୁଝାମଣା ଠିକ ଥାଏ | ଦୁହେଁ ଦୁହିଁଙ୍କୁ ଠିକ ଭାବେ ବୁଝିପାରନ୍ତି | ଧନୁ : ଧନୁ ରାଶି ବ୍ୟକ୍ତି ସାଧାରଣତଃ ବୁଲାବୁଲି କରିବାକୁ ବେଶୀ ଭଲପାଆନ୍ତି | ନୂଆ ନୂଆ ଜାଗା ଭ୍ରମଣ କରିବାକୁ ତତ୍ପର ଥାନ୍ତି | ତେଣୁ ଏହି ରାଶିର ବ୍ୟକ୍ତି ଏମିତି ହିଁ କୌଣସି ଜାଗାକୁ ଛୁଟିରେ ଯାଇଥିବା ବେଳେ ନିଜ ପାର୍ଟନରଙ୍କୁ ଭେଟି ପାରନ୍ତି | ତେବେ ପୂର୍ବରୁ ଭ୍ରମଣରେ ଯାଇଥିବା ଜାଗାଗୁଡିକ ବିଷୟରେ ଏମାନେ କଥାବାର୍ତ୍ତା କରି ନିଜ ସମ୍ପର୍କକୁ ମଧୁର କରିପାରନ୍ତି | ମକର : ମକର ରାଶିର ବ୍ୟକ୍ତି ନିଜ କ୍ୟାରିଅର ଉପରେ ଅଧିକ ଫୋକସ ଦେଇଥାନ୍ତି | ତେବେ ଜୀବନକୁ ଉପଭୋଗ କରିବାକୁ ମଧ୍ୟ ଏମାନେ ଭୁଲନ୍ତିନାହିଁ | ଏହି ରାଶିର ଯୁବକ\ଯୁବତୀ କୌଣସି ଡିସ୍କୋଥେକ୍‌ ବା ପବରେ ନିଜ ପାର୍ଟନରଙ୍କୁ ଅଚାନକ ଭେଟିପାରନ୍ତି | ଏମାନଙ୍କ ପାର୍ଟନର ଏମାନଙ୍କୁ ଠିକ ସମୟରେ ନିଜ କାମ ସାରି ନିଜ ଜୀବନକୁ ଉପଭୋଗ କରିବା ପାଇଁ ସମୟ ବାହାର କରିବା ଶିଖେଇଥାନ୍ତି | କୁମ୍ଭ : କୁମ୍ଭ ରାଶି ବ୍ୟକ୍ତି ପଢିବାକୁ ବେଶୀ ଭଲପାଆନ୍ତି | ନୂଆ ନୂଆ ଆଇଡ଼ିଆ ସମ୍ପର୍କରେ ଆଲୋଚନା କରି ନିଜର ଜ୍ଞାନ ବଢେଇବାକୁ ଭଲପାଆନ୍ତି | କୌଣସି ଲାଇବ୍ରେରୀ କିମ୍ବା ବୁକ କ୍ୟାଫେରେ ଦେଖା ଏମାନଙ୍କ ପାର୍ଟନର ଦେଖା ହୋଇପାରନ୍ତି ।| ନିଜ ପାର୍ଟନର ସହିତ କଥାବାର୍ତାକୁ ଏମାନେ ବହୁତ ଉପଭୋଗ କରନ୍ତି | ମୀନ : ମୀନ ରାଶି ବ୍ୟକ୍ତି ବହୁତ କ୍ରିଏଟିଭ ବା ସୃଜନଶୀଳ ଥାଆନ୍ତି ଏବଂ ଚିତ୍ରକଳାକୁ ବେଶ ଭଲପାଆନ୍ତି | ତେଣୁ ଏମାନେ କୌଣସି ଆର୍ଟ ଗ୍ୟାଲେରୀରେ  ପେଣ୍ଟିଙ୍ଗର ଚର୍ଚ୍ଚା କଲାବେଳେ ନିଜ ପାର୍ଟନରଙ୍କ ସହିତ ଦେଖା ହୋଇପାରନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.