scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଲୁକ୍ ଆଉଟ୍‌ ସର୍କୁଲାର ପରେ ବି ମିଳୁନି ପତ୍ତା, ପରିବାର ଲୋକଙ୍କ ମୋବାଇଲ୍ ଟ୍ରାକ୍ କରି ହାଲିଆ ପୋଲିସ୍‌

23/09/2023 at 3:16 PM

କଟକ ୨୩/୦୯: କୁଆଡେ ଗଲେ କଣ୍ଠଶିଳ୍ପୀ ସୌରୀନ ଭଟ୍ଟ । ଯୁବତୀଙ୍କୁ ଯୌନ ନିର୍ଯାତନା ଦେବା ଘଟଣାରେ କଲିକତା ଯାଇ ଖାଲି ହାତରେ ଫେରିଛି କମିଶନରେଟ ପୋଲିସ । ସୌରୀନଙ୍କ ବିରୋଧରେ ଲୁକ୍ ଆଉଟ ସର୍କୁଲାର ଯାରି ହୋଇଥିଲେ ମଧ୍ୟ କେଉଁଠି ଅଛନ୍ତି ସୌରୀନ ତାର ପତ୍ତା ପାଉନି ନାହିଁ ପୋଲିସ ।

କୁଆଡେ ଗଲେ କଣ୍ଠ ଶିଳ୍ପୀ ସୌରୀନ ଭଟ୍ଟ। ସୌରୀନ କଲିକତାରେ ନା ମୁମ୍ବାଇରେ ତାର ପତ୍ତା ପାଉ ନାହିଁ କମିଶନରେଟ ପୋଲିସ । ପୋଲିସ ଟେକ୍ନିକାଲ ସର୍ଭେଲାନ୍ସ ଜାରି ରଖିଥିଲେ ମଧ୍ୟ ଚତୁରତାର ସହ ସବୁ ଆଡକୁ ଯାଇ ଘୁରି ବୁଲୁଛନ୍ତି ସୌରୀନ । ସୌରୀନ ଭଟ୍ଟ ନିଜ ମୋବାଇଲ ଫୋନ ବ୍ୟବହାର କରୁନଥିବା ବେଳେ ସୌରୀନଙ୍କୁ ଠାବ କରିବା ପୋଲିସ ପାଇଁ କାଠିକର ପାଠ ହୋଇଯାଇଛି ।

ସୌରୀନଙ୍କୁ ଗିରଫ କରିବା ପାଇଁ କଲିକତା ଯାଇ ଖାଲି ହାତରେ ଫେରିଛି କମିଶନରେଟ ପୋଲିସର ଏକ ଟିମ । ସୌରୀନ ଯେଭଳି ବିଦେଶ ଯାଇ ନପାରନ୍ତି ପୋଲିସ କ୍ରାଇମବ୍ରାଞ୍ଚ ମାଧ୍ୟମ ରେ ଲୁକ ଆଉଟ ସର୍କୁଲାର ଜାରି କରିଛି । ଏଥିସହ ଅର୍ଥନୈତିକ କାରବାରକୁ ବନ୍ଦ୍ କରିବାକୁ ସୌରୀନଙ୍କ ଦୁଇଟି ଆକାଉଣ୍ଟ ମଧ୍ୟ ଫ୍ରିଜ କରିଛି ପୋଲିସ।ହେଲେ ପୋଲିସ ଠାରୁ ଦୁରରେ ସୌରୀନ।

ଯୁବତୀଙ୍କୁ ନିର୍ଯାତନା ଘଟଣା ରେ ସୌରୀନଙ୍କ ବେଲ୍‌ ଅନ୍ତରୀଣ ଜାମିନକୁ ଅଗ୍ରାହ୍ୟ କରିବା ସହ ଆଗୁଆ ଜାମିନ ଆବେଦନକୁ ଖାରଜ କରିଥିଲେ । ପୋଲିସ ସୌରୀନଙ୍କ ପରିବାର ଲୋକଙ୍କ ମୋବାଇଲ ଟ୍ରାକ କରିବା ସହ କଲ ରେକର୍ଡ ଯାଞ୍ଚ କରୁଛି ହେଲେ ପୋଲିସକୁ ସଫଳତା ମିଳିପାରି ନାହିଁ।

   Related Posts