ସଇଁତଳା SI ଏବେ କେଉଁଠି ? କିଏ ସତ କିଏ ମିଛ.. ତାର ତଦନ୍ତ ନିଜେ କରିବ କି ପୋଲିସ ?
25/08/2023 at 3:53 PM

ବଲାଙ୍ଗୀର ୨୫।୮: ବଲାଙ୍ଗୀର ସଇଁନ୍ତଳା ମହିଳା ଏସଆଇ ବିଷପିଇ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ନୂଆ ମୋଡ଼ । ଶୁକ୍ରବାର ସକାଳ ୪ ଟାରୁ ବିବିଏମସିଏଚ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ମହିଳା ଏସଆଇ କାଜଲ । ପରବର୍ତ୍ତୀ ସମୟରେ ନିଜ ବେଡ଼ରେ ନଥିଲେ । ଦିନତମାମ ସେ ବେଡ଼ରେ ନଥିବା ବେଳେ ଏନେଇ ହସ୍ପିଟାଲ ଇନଚାର୍ଜ ସୁପରିଟେଣ୍ଡେଣ୍ଟ କହିଥିଲେ । ସେ ମଶା ତେଲ ପିଇ ଦେଇଥିଲେ । ମେଡିକାଲ ଆସିବା ପରେ ତାଙ୍କ ଚିକିତ୍ସା କରାଯାଉଥିଲା । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ସୂଚନା ଦେବା ସହ ସନ୍ଧ୍ୟା ପର୍ଯ୍ୟନ୍ତ ସେ ବେଡ଼ରେ ନ ଥିଲେ । ତାଙ୍କ ନିଖୋଜ ରିପୋର୍ଟ ଦିଆଯିବ ବୋଲି ସୂଚନା ଦେଇଥିଲେ ।
ହେଲେ ଶୁକ୍ରବାର ବଲାଙ୍ଗୀର ଏସଡିପିଓଙ୍କ ସୂଚନା ମିଳିବା ପରେ ସବୁ ଘଟଣା ଯେପରି ଓଲଟ ପାଲଟ ହୋଇଯାଇଛି । ଗୁରୁବାର ମହିଳା ଏସଆଇ କାଜଲ ଡାକ୍ତରଖାନାରେ ହିଁ ଥିଲେ । ତାଙ୍କ ବ୍ୟକ୍ତିଗତ ଘଟଣା । ତାକୁ ନେଇ ଟିକେ ଖବରକୁ ବେଶୀ ଗୁରୁତ୍ୱ ନଦେବାକୁ କହିଛନ୍ତି । ଯାହା ଏହି ଘଟଣାକୁ ଆହୁରି ଗୋଳମାଳିଆ କରିଛି । ଖାଲି ସେତିକି ନୁହେଁ ବିଷ ପିଇଥିବା ଘଟଣାକୁ ମଧ୍ୟ ଏବେ ମାନିବାକୁ ନାରାଜ ପୋଲିସ ଅଧିକାରୀ । କେବଳ ଉପରିସ୍ଥ ଅଧିକାରୀ ଏହି ଘଟଣାକୁ ନେଇ ଛାନଭିନ କରୁଛନ୍ତି ବୋଲ ସେ ସୂଚନା ଦେଇଛନ୍ତି ।
You Can Read :