କାଳିଆ ଟଙ୍କା ଗଲା କୁଆଡ଼େ? ବିଧାନସଭାରେ ସରକାରଙ୍କୁ ଘେରିଲେ ବିରୋଧୀ...

Published By : Prameya-News7 Bureau | March 12, 2020 IST

ଭୁବନେଶ୍ବର୧୨/୩: ବିଧାନସଭାରେ ୟେସ୍ ବ୍ୟାଙ୍କ ତାତି। ପୁରୀ ଶ୍ରୀମନ୍ଦିର ଟଙ୍କା ୟେସ୍ ବ୍ୟାଙ୍କରେ ଡିପୋଜିଟ୍ ପ୍ରସଙ୍ଗକୁ ନେଇ ଗୁରୁବାର ବିଧାନସଭାରେ ସରକାରଙ୍କୁ ଘେରିଥିଲେ ବିରୋଧୀ। ବିରୋଧୀ ଅଭିଯୋଗ କରିଛନ୍ତି ଯେ, ଟଙ୍କା ଡିପୋଜିଟ ପଛରେ କୋଟି କୋଟି ଟଙ୍କା ଡିଲ ହୋଇଛି। ଚାଟାର୍ଡ ଆକାଉଣ୍ଟାଣ୍ଟ ବିଜୟ ସାହୁ ଓ ଶ୍ରୀମନ୍ଦିର ସେତେବେଳେର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଏହି କମିଶନି ଟଙ୍କାରେ ୟୁରୋପ ଗସ୍ତ କରିଛନ୍ତି ବୋଲି ସେମାନେ ଗୃହରେ କହିଛନ୍ତି। ସିବିଆଇ ତଦନ୍ତ ସହ ଗୃହ କମିଟି ଗଠନ କରିବାକୁ ଦାବି କରିଛନ୍ତି ବିରୋଧୀ। ସେପଟେ ଜବାବରେ ସରକାର କହିଛନ୍ତି ଟଙ୍କା ଜାତୀୟ ବ୍ୟାଙ୍କକୁ ଟ୍ରାନ୍ସଫର କରିବା ନେଇ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ହୋଇଛି ଓ କିପରି ଟଙ୍କା ଡିପୋଜିଟ ହେଲା ତାର ତର୍ଜମା ହେବ।

{"id":237304,"sizeSlug":"large"}

ଜଗନ୍ନାଥଙ୍କ ଟଙ୍କା ଯିଏ ଚଳୁ କରିଛି ତାକୁ କରୋନା ହେଉ। ୟେସ ବ୍ୟାଙ୍କରେ ଜଗନ୍ନାଙ୍କ ଟଙ୍କା ଡିପୋଜିଟକୁ ନେଇ ବିଧାନସଭାରେ ଏମିତି ଅଭିଶାପ ଦେଇଛନ୍ତି ବିରୋଧୀ। ୟେସ୍ ବ୍ୟାଙ୍କରେ ଜଗନ୍ନାଥଙ୍କ ୫୪୫ କୋଟି ଡିପୋଜିଟ ପଛରେ ପୁଣି ଡିଲ ଅଭିଯୋଗ ବିରୋଧୀ ଆଣିଥିବା ବେଳେ ଏଥିପାଇଁ ତତ୍କାଳୀନ ଶ୍ରୀମନ୍ଦିର ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଓ ଚାର୍ଟାଡ ଆକାଉଣ୍ଟାଣ୍ଟ  ବିଜୟ ସାହୁଙ୍କ ଆଡକୁ ଆକ୍ଷେପ କରିଛନ୍ତି। କମିଶନି ଟଙ୍କାରେ ଏମାନେ ୟୁରୋପ ଟୁର କରିଛନ୍ତି ବୋଲି ଗୃହରେ ବିରୋଧୀ ସିଧା ଆକ୍ଷେପ କରିଛନ୍ତି।

{"id":237305,"sizeSlug":"large"}

ପୂରା ଘଟଣାର  ସିବିଆଇ ତଦନ୍ତ ,EOW କିମ୍ବା ଗୃହ କମିଟି ଦ୍ବାରା ଅନୁଧ୍ୟାନ କରିବାକୁ ଦାବି କରିଛନ୍ତି ବିରୋଧୀ । କେବଳ ଜଗନ୍ନାଥଙ୍କ ଟଙ୍କା ନୁହେଁ ରାଜ୍ୟ ଖଣି ନିଗମର ମଧ୍ୟ ୬୫୦ କୋଟି ୟେସ ବ୍ୟାଙ୍କରେ  ଅଛି । ସରକାରଙ୍କ ନିଜସ୍ବ ଗ୍ରାମ୍ୟ ବ୍ୟାଙ୍କ ଓ ସମବାୟ ବ୍ୟାଙ୍କ  ଥିବା ବେଳେ ସରକାର କାହିଁକି ସରକାରୀ ଅର୍ଥ ଅଣ ସିଡ୍ୟୁଲଡ ବ୍ୟାଙ୍କ ବାହରର ଘରୋଇ ବ୍ୟାଙ୍କରେ ରଖିଛନ୍ତି ତାର ଜବାବ ମାଗିଛନ୍ତି। ରାଜ୍ୟର କେଉଁ ଜିଲ୍ଲାରେ କେତେ ସରକାରୀ ଅର୍ଥ ଓ ସରକାରଙ୍କର କେଉଁ ବିଭାଗର କେତେ ଅର୍ଥ ଘରୋଇ ବ୍ୟାଙ୍କରେ ଜମା ରହିଛି ତାର ହିସାବ ମାଗିଛନ୍ତି ବିରୋଧୀ।

{"id":237306,"sizeSlug":"large"}

ୟେସ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ଓ ସରକାରୀ ଅର୍ଥ ଡିପୋଜିଟ ପ୍ରସଙ୍ଗରେ ବିଧାନସଭାରେ ମୁଲତବୀ ପ୍ରସ୍ତାବ ଆସିଥିଲା । ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଶ୍ରୀଜଗନ୍ନାଥ ମନ୍ଦିରର ଅର୍ଥ ମନ୍ଦିର ପରିଚାଳନା କମିଟି ଦ୍ବାରା  ପରିଚାଳିତ ହୋଇଥାଏ। ଏଥିରେ ରାଜ୍ୟ ସରକାର ହସ୍ତକ୍ଷେପ କରନ୍ତି ନାହିଁ । ଟଙ୍କା ଜମା ନେଇ ୟେସ୍ ବ୍ୟାଙ୍କ ସମେତ ୧୨ଟି ବ୍ୟାଙ୍କ ନିଜ ସୁଧ ରାଶିର ପ୍ରସ୍ତାବ ଦେଇଥିଲେ। ୟେସ ବ୍ୟାଙ୍କ ସର୍ବାଧିକ ୮.୬୧ ପ୍ରତିଶତ ସୁଧ ଦେବ ବୋଲି ରାଜି ହୋଇଥିଲା। ଏବେ ବ୍ୟାଙ୍କ ଆର୍ଥିକ ସଙ୍କଟ ପରେ ୟେସ୍ ବ୍ୟାଙ୍କରୁ ଅନ୍ୟ ରାଷ୍ଟ୍ରାୟତ ବ୍ୟାଙ୍କକୁ ଟଙ୍କା ଟ୍ରାନ୍ସଫର ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖି ଯାଇଛି ।

{"id":237307,"sizeSlug":"large"}

ସେପଟେ ଅଭିଯୋଗର ଖଣ୍ଡନ କରି ବିଜୟ ସାହୁ କହିଛନ୍ତି ତାଙ୍କ ନାଁରେ ଆସିଥିବା ଅଭିଯୋଗର କୈଣସି ସତ୍ୟତା ନାହିଁ। ସେ କୌଣସି ଅଫିସରଙ୍କ ସହ ବିଦେଶ ଯାଇ ନାହାନ୍ତି । ସେହିପରି ପ୍ରଦୀପ୍ତ ମହାପାତ୍ର କହିଛନ୍ତି ସେ ୧୦ ବର୍ଷ ତଳେ ୟୁରୋପ ଯାଇଥିଲେ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.