ଦୁନିଆର କେଉଁ ଦେଶରେ ଅଛନ୍ତି ଅଧିକ କୋଟିପତି ? ଶୀର୍ଷରେ ପଡୋଶୀ ଦେଶ, ଜାଣନ୍ତୁ ଭାରତର ସ୍ଥାନ କେଉଁଠି
26/12/2022 at 10:49 PM

ନୂଆଦିଲ୍ଲୀ: ଦୁନିଆରେ ବିତ୍ତଶାଳୀ ବ୍ୟକ୍ତିଙ୍କ ସଂଖ୍ୟା ବଢିବାରେ ଲାଗିଛି। ଭାରତୀୟ କୋଟିପତିଙ୍କ ମଧ୍ୟ ପ୍ରଭାବ ଦୁନିଆରେ ଦେଖିବାକୁ ମିଳିଛି। ଶୀର୍ଷ କୋଟିପତିଙ୍କ ତାଲିକାରେ ଭାରତର ଦୁଇ ଅରବପତି ଗୌତମ ଆଦାନୀ ଏବଂ ମୁକେଶ ଅମ୍ବାନୀ ଦୀର୍ଘ ସମୟରୁ ରହି ଆସିଛନ୍ତି। ମାତ୍ର ଆପଣ ଜାଣିଛନ୍ତି କି ବିଶ୍ଵର କେଉଁ ଦେଶରେ ସବୁଠୁ ଅଧିକ କୋଟିପତି ରହୁଛନ୍ତି ? ଆସନ୍ତୁ ଜାଣିବା ଟପ୍-୧୦ ଦେଶ ବିଷୟରେ ଯେଉଁଠି ସବୁଠୁ ଅଧିକ କୋଟିପତି ରହୁଛନ୍ତି। ଏଥିରେ ଶୀର୍ଷରେ ରହିଛି ଚୀନ।
କେଉଁ ଦେଶରେ ରହୁଛନ୍ତି କେତେ କୋଟିପତି
ଓ୍ଵାର୍ଲ୍ଡ ଅଫ ଷ୍ଟାଟିଷ୍ଟିକ୍ସ ତାଲିକା ଅନୁଯାୟୀ ଭାରତ ଟପ୍-୩ରେ ରହିଛି। ଦେଶରେ ୧୭୭ କୋଟି ପତି ରହୁଛନ୍ତି। ଭାରତ ଏହି ମାମଲାରେ ବ୍ରିଟେନ୍, ଜର୍ମାନୀ, ସ୍ଵିଜରଲାଣ୍ଡ,ଋଷ ପରି ଦେଶଠୁ ଆଗରେ ରହିଛି।
୧ – ଚୀନ: ୧୦୫୮
୨ – ଆମେରିକା: ୬୯୬
୩ – ଭାରତ: ୧୭୭
୪ – ଜର୍ମାନୀ: ୧୪୧
୫ – ୟୁକେ: ୧୩୪
୬ – ସ୍ଵିଜରଲାଣ୍ଡ: ୧୦୦
୭ – ଋଷ: ୮୫
୮ – ଫ୍ରାନ୍ସ: ୬୮
୯ – ବ୍ରାଜିଲ: ୫୯
Top 10 countries with the most billionaires:
— World of Statistics (@stats_feed) December 18, 2022
1.🇨🇳 China: 1,058
2.🇺🇸 United States: 696
3.🇮🇳 India: 177
4.🇩🇪 Germany: 141
5.🇬🇧 United Kingdom: 134
6.🇨🇭 Switzerland: 100
7.🇷🇺 Russia: 85
8.🇫🇷 France: 68
9.🇧🇷 Brazil: 59
10.🇹🇭 Thailand: 52
୧୦ – ଥାଇଲାଣ୍ଡ: ୫୨
ସହର ତାଲିକାରେ ଭାରତ ସାମିଲ୍
ଓ୍ଵାର୍ଲ୍ଡ ଷ୍ଟାଟିଷ୍ଟିକ୍ସ ଦ୍ଵାରା ଗତ ଦିନରେ ଜାରି ତାଲିକା ଅନୁସାରେ, ସବୁଠୁ ଅଧିକ ଅରବପତି ରହୁଥିବା ଟପ୍-୧୦ ସହରରେ ଚୀନର ବେଜିଂ ଶୀର୍ଷରେ ରହିଛି। ଏଠାରେ ୧୦୦ ଅରବପତି ବାସ ରହୁଛନ୍ତି। ୯୯ ଅରବପତିଙ୍କ ସହ ଆମେରିକାର ନ୍ୟୁୟର୍କ ସହର ଦ୍ଵିତୀୟରେ ରହିଛି। ହଂକଂ ୮୦ ଅରବପତିଙ୍କ ସହ ତୃତୀୟରେ ରହିଛି।
ଅରବପତି ରହୁଥିବା ଶୀର୍ଷ ୧୦ ସହର
Top 10 cities with the most billionaires:
— World of Statistics (@stats_feed) December 11, 2022
1.🇨🇳 Beijing: 100
2.🇺🇸 New York City: 99
3.🇭🇰 Hong Kong: 80
4.🇷🇺 Moscow: 79
5.🇨🇳 Shenzhen: 68
6.🇨🇳 Shanghai: 64
7.🇬🇧 London: 63
=8.🇮🇳 Mumbai: 48
=8.🇺🇸 San Francisco: 48
10.🇨🇳 Hangzhou: 47
୧ – ବେଜିଂ: ୧୦୦
୨ – ନ୍ୟୁୟର୍କ: ୯୯
୩ – ହଂକଂ: ୮୦
୪ – ମସ୍କୋ: ୭୯
୫ – ଶେନଜେନ: ୬୮
୬ – ସାଙ୍ଘାଇ: ୬୪
୭ – ଲଣ୍ଡନ: ୬୩
୮ – ମୁମ୍ବାଇ: ୪୮
୮ – ସାନଫ୍ରାନସିସ୍କୋ: ୪୮
୧୦ – ଗୁଆଙ୍ଗଝୌ: ୪୭