ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

‘ଦେବଗଡ ଆସିଲେ ମନରେ ବହୁତ ଉତ୍ସାହ ରୁହେ, ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଗଠନରେ ବାମଣ୍ଡା ରାଜାଙ୍କ ଅବଦାନ ଚିର ସ୍ମରଣୀୟ’

12/02/2023 at 5:58 PM

ଭୁବନେଶ୍ୱର/ଦେବଗଡ଼: ଶିକ୍ଷା ଜଗତର ଅନ୍ୟତମ ପୁରାତନ ପେଣ୍ଠସ୍ଥଳୀ ଦେବଗଡ ଅଞ୍ଚଳକୁ ଆଗକୁ ନେବାକୁ ହେଲେ ଗୁଣାତ୍ମକ ଶିକ୍ଷା, ସଂସ୍କୃତ ଶିକ୍ଷା ସହ କୃଷି ପରମ୍ପରାକୁ ପ୍ରାଧାନ୍ୟ ଦେବାକୁ ହେବ ବୋଲି ରବିବାର ଦେବଗଡ଼ ଜିଲ୍ଲା ନୂଆପଡା ସ୍ଥିତ ସ୍ୱାମୀ ଶିବାନନ୍ଦ ସଂସ୍କୃତ ମହାବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପ୍ରଣୀତ ଜାତୀୟ ଶିକ୍ଷା ନୀତିରେ ସବୁ ଭାରତୀୟ ଭାଷାକୁ ପ୍ରାଧାନ୍ୟ ଦିଆଯାଇଛି । ସର୍ବଭାରତୀୟ ସ୍ତରରେ ସଂସ୍କୃତ ସବୁଠୁ ପ୍ରାଚୀନ ଭାଷା ବୋଲି ପ୍ରମାଣ ମିଳିଛି । ସଂସ୍କୃତ ଭାଷା, ଆମର ବେଦ ଭାଷା ତଥା ପ୍ରାଚୀନ ଭାଷା । ଏ ସମାଜ ସଂସ୍କୃତିକୁ ଆତ୍ମୀୟତାର ସହ ଗ୍ରହଣ କରିଥିଲା । ସଂସ୍କୃତିରେ ଚାଷ, ଖଣିଜ ସମ୍ପଦ, ବ୍ୟାକରଣ ପ୍ରଜାତନ୍ତ୍ରର ସବୁ ଚରିତ୍ର ଉଲ୍ଲେଖ ଅଛି । ସଂସ୍କୃତ ନ ପଢିଲେ ଭାରତୀୟ ଜ୍ଞାନ ପରମ୍ପରାକୁ ବୁଝିବା ଅସମ୍ଭବ ।

ମୁଁ ଯେବେ ବି ଦେବଗଡକୁ ଆସେ, ମନରେ ବହୁତ ଉତ୍ସାହ ରୁହେ ।  ଶିକ୍ଷା ଜଗତର ଅନ୍ୟତମ ପୁରାତନ ପେଣ୍ଠସ୍ଥଳୀ ହେଉଛି ଦେବଗଡ । ଏଠାରେ ଅନେକ ସ୍କୁଲ ଓ ଶିକ୍ଷାନୁଷ୍ଠାନ ଅଛି । ଦେବଗଡ ଜିଲ୍ଲାରେ କୃଷି ଭିତ୍ତିକ ଅର୍ଥନୀତି ସହ ମଧ୍ୟ ଜଡିତ । ଏହି ଅଞ୍ଚଳକୁ ଆଗକୁ ନେବାକୁ ହେଲେ ଗୁଣାତ୍ମକ ପାଠପଢା ସହ ସଂସ୍କୃତ ଶିକ୍ଷାକୁ ପ୍ରାଧାନ୍ୟ ଦେବାକୁ ହେବ । ଜ୍ଞାନ ସହ ଏଠାକାର କୃଷି ପରମ୍ପରାକୁ ପ୍ରାଥମିକତା ଦେବାକୁ ପଡିବ ।

୧୯୩୬ ମସିହା ଏପ୍ରିଲ ମାସ ପହିଲାରେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ପ୍ରଦେଶ ଗଠନ କରିଥିଲା । ଏହାକୁ ରୂପ ଦେବାରେ ଦିଗରେ ବାମଣ୍ଡା ରାଜା ସାର୍ ବାସୁଦେବ ସୁଢଳଦେବଙ୍କ ଅବଦାନ ଚିର ସ୍ମରଣୀୟ । ସଂସ୍କୃତ ତଥା ଓଡ଼ିଆ ସାହିତ୍ୟରେ ତାଙ୍କର ପ୍ରତ୍ୟକ୍ଷ ଦିଗଦର୍ଶନ କାରଣରୁ ଓଡ଼ିଶାର ମର୍ଯ୍ୟାଦା ବୃଦ୍ଧି ପାଇଥିଲା । ତାଙ୍କର ପରମ୍ପରାକୁ ଆଗକୁ ନେବା ଆମ ସମସ୍ତଙ୍କର ଦାୟିତ୍ୱ ।  ଗ୍ରାମବାସୀଙ୍କ ସଦିଚ୍ଛା କାରଣରୁ ସାମାଜିକ ମନୋରମ ପରିବେଶରେ ପ୍ରତିଷ୍ଠିତ ଶିବାନନ୍ଦ ସଂସ୍କୃତ ମହାବିଦ୍ୟାଳୟଟି ଉଚ୍ଚକୋଟୀର ଅନୁଷ୍ଠାନ ଭାବେ ପରିଣତ ହୋଇପାରିଛି ।

ଏକ ଉପାନ୍ତ ଅଞ୍ଚଳରେ ପୂଜ୍ୟ ସ୍ୱାମୀ ଶିବାନନ୍ଦଙ୍କ ଆଦର୍ଶରେ ଏହି ଶିକ୍ଷାନୁଷ୍ଠାନ ସ୍ୱରୂପ ମଲ୍ଲି ପ୍ରସ୍ଫୁଟିତ ହୋଇ ୨୫ ବର୍ଷ ପୂରଣ କରିବା ସ୍ଥାନୀୟ ଅଞ୍ଚଳ ପାଇଁ ଗୌରବର ବିଷୟ ।ଏହି ଅବସରରେ ଶ୍ରୀ ପ୍ରଧାନ ଶିକ୍ଷାନୁଷ୍ଠାନ ପରିସରରେ ଥିବା ଭଗବାନ ଶିବ ମନ୍ଦିରରେ ଦର୍ଶନ କରିଥିଲେ ।

   Related Posts