suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବିଶ୍ବକପ ଫାଇନାଲ ମ୍ୟାଚ ଚାଲିଥିବାବେଳେ ଏହି ମହିଳା ପଡିଆ ଭିତରକୁ ପଶି ଉଲଗ୍ନ ହେବାକୁ କରିଥିଲେ ଉଦ୍ୟମ, ଜାଣନ୍ତୁ କାହିଁକି…

16/07/2019 at 3:41 PM

ନୂଆଦିଲ୍ଲୀ୧୬|୭: ବିଶ୍ବକପରେ ଖେଳା ଯାଇଥିବା ସବୁ ମ୍ୟାଚ ଠାରୁ ଫାଇନାଲ ମ୍ୟାଚରେ ଦେଖିବାକୁ ମିଳିଥିଲା କଡ଼ାକଡ଼ି ଟକ୍କର। କିଏ ଜିତିବ, କିଏ ହାରିବ ମ୍ୟାଚର ଶେଷ ପର୍ଯ୍ୟନ୍ତ କ୍ରିକେଟପ୍ରେମୀଙ୍କ ମନରେ ଦ୍ବନ୍ଦ ଲାଗି ରହିଥିଲା। ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଉଭୟ ଦଳ ନିର୍ଦ୍ଧାରିତ ଓଭର ମଧ୍ୟରେ ବରାବର ରନ ସଂଗ୍ରହ କରିଥିଲେ। ଆଇସିସିର ନିଷ୍ପତ୍ତି କ୍ରମେ ପୁଣି ସୁପର ଖେଳା ହୋଇଥିଲା। ଏହି ସୁପର ଓଭର ମ୍ୟାଚରେ ଉଭୟ ଟିମ ପୁଣି ବରାବର ରନ କରିଥିଲେ। ତେଣୁ ବାଉଣ୍ଡ୍ରି ଆଧାରରେ ଇଂଲଣ୍ଡ ଟିମକୁ ଆଇସିସି ବିଜେତା ଘୋଷଣା କରିଥିଲା। ଏହି ସମୟରେ ଜଣେ ମହିଳା  ସମସ୍ତଙ୍କ ଦୃଷ୍ଟି ନିଜ ଆଡ଼କୁ ଆକର୍ଷଣ କରିବା ପାଇଁ ଉଦ୍ୟମ କରିଥିଲେ। କଳା ରଙ୍ଗର ଡ୍ରେସ ପିନ୍ଧିଥିବା ମହିଳା ଜଣଙ୍କ ଅଚାନକ ପଡ଼ିଆ ଭିତରକୁ ପଶି ଆସିଥିଲେ। ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ପିନ୍ଧିଥିବା କପଡ଼ା ବାହାର କରିବାକୁ ଉଦ୍ୟମ କରିବା ସମୟରେ ସୁରକ୍ଷାକର୍ମୀ ଏହି ମହିଳାଙ୍କୁ କାବୁ କରି ପଡ଼ିଆ ବାହାରେ ଛାଡ଼ିଥିଲେ।

ଏହି ମହିଳା ପିନ୍ଧିଥିବା କଳରଙ୍ଗର ଡ୍ରେସ ଉପରେ ଲେଖାଥିଲା ବିଟାଲି ଅସନସେଡେଇ। ପଡ଼ିଆ ମଝିରେ ଏହିଭଳି ହରକତ କରୁଥିବା ମହିଳାଙ୍କ ନାଁ ଥିଲା ଏଲେନା । ନିଜର ପୁଅର ଆଡଲ୍ଟ ଓ୍ବେବସାଇଟ ଓ ୟୁଟ୍ୟୁବ ପାଇଁ ମହିଳା ଜଣଙ୍କ ଏଭଳି କରୁଥିଲେ ବୋଲି କହିଛନ୍ତି। ପିନ୍ଧିଥିବା ଡ୍ରେସ ବାହାର କରି ପାରିନଥିଲେ ଏଲେନା ବରଂ ଏହି ଭିଡିଓ କ୍ଲିପ ପାଇଁ ତାଙ୍କ ଇନଷ୍ଟାଗ୍ରାମରେ ଫୋଲର୍ସ ସଂଖ୍ୟା ବଢ଼ି ଯାଇଥିଲେ। ବିଟଲି ଟୁଇଟକରି ଲେଖିଛନ୍ତି, ମୋ ମା ପାଗଳି, ମୋର ଆଡଲ୍ଟ ଓ୍ବେବସାଇଟ ପ୍ରମୋସନ ପାଇଁ ଏହିଭଳି ହରକତ କରୁଥିଲେ। ଏହାପୂର୍ବରୁ ମଧ୍ୟ ସେ ୟୁଏଫଏ ଲିଗ୍ ମ୍ୟାଚରେ ଉଲଗ୍ନ ହେବାକୁ ଉଦ୍ୟମ  କରିଥିଲେ। ଜୁଲାଇ ୩ରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମ୍ୟଚରେ ମଧ୍ୟ ଏହି ମହିଳାଙ୍କ ଏପରି ହରକତ ଦେଖିବକୁ ମିଳିଥିଲା।

   Related Posts