ତୈଳ ଯୁଦ୍ଧର ଶେଷ କେବେ ? ଇତିହାସ କହୁଛି ଶୀଘ୍ର ନୁହେଁ

Published By : Prameya-News7 Bureau | March 18, 2020 IST

ନୂଆଦିଲ୍ଲୀ ୧୮/୦୩ : ସାଉଦି ଆରବ ଓ ରୁଷ ମଧ୍ୟରେ ଚାଲିଥିଲା ତୈଳ ଯୁଦ୍ଧ କେବେ ଶେଷ ହେବ ସେନେଇ ଉଠିଛି ପ୍ରଶ୍ନ | ଯଦି ତୈଳ ଯୁଦ୍ଧର ଇତିହାସ ଉପରେ ନଜର ପକାଯାଏ ତାହେଲେ ଏହାର ଶେଷ ନଥିଲା ଭଳି ଜଣାପଡୁଛି | ସାଉଦି ଆରବର ରାଜଧାନୀ ରିୟାଧ ୪ଟି ଯୁଦ୍ଧର ମୁକସାକ୍ଷୀ | ଗତ ୩୫ ବର୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ ସାଉଦିରେ ତୈଳ ଯୁଦ୍ଧ ଜାରି ରହିଛି | ପ୍ରତ୍ୟେକ ଯୁଦ୍ଧ ଅତି କମରେ ବର୍ଷେ ଯାଏଁ ଚାଲିଥାଏ ଏବଂ ଦର ୫୦ ପ୍ରତିଶତ କମିଯାଇଥାଏ | କିନ୍ତୁ ଚଳିତ ଥର କିଛି ଅଲଗା ହେବାର ସମ୍ଭାବନା ରହିଛି | କାରଣ ଚାହିଦା ମୁତାବକ ତୈଳ ମହଜୂତ ରହିଛି |

ଜାଣନ୍ତୁ ଇତିହାସର ଏହି ୩ଟି ତୈଳ ଯୁଦ୍ଧ ସମ୍ପର୍କରେ

ପ୍ରଥମ ଯୁଦ୍ଧ : ପ୍ରଥମ ଯୁଦ୍ଧ ହୋଇଥିଲା ୧୯୮୫ ମସିହାରେ | ଏହି ଯୁଦ୍ଧ ୧୩ ମାସ ଧରି ଚାଲିଥିଲା | ସେତେବେଳେ ସାଉଦି ରାଜା ତାଇଫ ଏକ ମିଟିଙ୍ଗରେ ତୈଳ ରପ୍ତାନି ଦେଶଗୁଡିକୁ ସତର୍କ କରିଥିଲେ ଯେ, ତାଙ୍କ ଦେଶ ତୈଳ ଉତ୍ପାଦନର ସମସ୍ତ ବୋଝ ଏକା ବହନ କରିବ ନାହିଁ | ସେହି ବର୍ଷ ନଭେମ୍ବର ମାସରେ ରିୟାଧରେ ତୈଳ ଉତ୍ପାଦନ ବୃଦ୍ଧି ପାଇଥିଲା | ସେତେବେଳେ ତୈଳ ଦର ୧ ବ୍ୟାରେଲ (୧୧୯ ଲିଟର)କୁ ୩୧ ଆମେରିକୀୟ ଡଲାରରୁ ୯.୭୫ ଆମେରିକୀୟ ଡଲାର ହୋଇଯାଇଥିଲା | ଏହି ଦର ୬ ମାସ ପର୍ଯ୍ୟନ୍ତ ରହିଲା | ୧୯୮୬ ମସିହା ଡିସେମ୍ବର ମାସ ପର୍ଯ୍ୟନ୍ତ ଦେଶରେ ଅଶାନ୍ତି ଲାଗି ରହିଲା |

ଦ୍ୱିତୀୟ ଯୁଦ୍ଧ : ଦ୍ୱିତୀୟ ତୈଳ ଯୁଦ୍ଧ ୧୯୯୭ ମସିହାରେ ଆରମ୍ଭ ହୋଇଥିଲା | ଏହା ୧୭ ମାସ ପର୍ଯ୍ୟନ୍ତ ଚାଲିଲା | ଇଣ୍ଡୋନେସିଆ ଜାକର୍ତ୍ତାରେ ଏନେଇ ବୈଠକ ବସିଥିଲା | ଭେନିଜୁଏଲା ସହ ଯୁଦ୍ଧ କରିବା ପିନ ସାଉଦି ଆରବ ଉତ୍ପାଦନ ବଢ଼ାଇ ଦେଇଥିଲା | ଯାହାଫଳରେ ଆମେରିକୀୟ ମାର୍କେଟରେ ସେୟାର କିଣିଥିଲେ | କିନ୍ତୁ ଚାହିଦା କମି ଯିବାରୁ ମାର୍କେଟରେ ମାନ୍ଦାବସ୍ତା ଦେଖା ଦେଇଥିଲା | ଫଳରେ ତୈଳ ଦର ବ୍ୟାରେଲ ପ୍ରତି ୨୦ ଆମେରିକୀୟ ଡଲାରରୁ ଖସି ୧୦ ଆମେରିକୀୟ ଡଲାରରୁ କମ ହୋଇଯାଇଥିଲା | ଏହି ଯୁଦ୍ଧ ଚାଲିଲା ୧୯୯୯ ମସିହା ପର୍ଯ୍ୟନ୍ତ | ଉଭୟ ଦେଶ ମଧ୍ୟରେ ଅଶାନ୍ତି ଲାଗି ରହିଥିଲା |

ତୃତୀୟ ଯୁଦ୍ଧ : ତୃତୀୟ ଯୁଦ୍ଧ ୨୦୧୪ ମସିହା ନଭେମ୍ବର ମାସରୁ ଆରମ୍ଭ ହୋଇଥିଲା | ଏହି ଯୁଦ୍ଧ ଭିଏନାର ଏକ ବୈଠକରୁ ଆରମ୍ଭ ହୋଇଥିଲା | ତୈଳ ରପ୍ତାନି କରୁନଥିବା ଦେଶ ଉତ୍ପାଦନ କମାଇ ଦେଇଥିଲେ | ଆମେରିକୀୟ ବଜାରରେ ଏହାର କଣ ପ୍ରଭାବ ପଡିବ ସେନେଇ ଚିନ୍ତିତ ମଧ୍ୟ ଥିଲେ | ସାଉଦି ଆରମ୍ଭ ତୈଳ ପମ୍ପ ଆଟ ୱିଲ ପଲିସି ଆପଣେଇଥିଲା | ତୈଳ ଦର ବ୍ୟାରେଲ ପିଛା ୧୦୦ ଆମେରିକୀୟ ଡଲାରରୁ ୨୭.୮୮ ଆମେରିକୀୟ ଡଲାରକୁ ଖସି ଯାଇଥିଲା | ଏହି ଯୁଦ୍ଧ ୨୦୧୬ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିଲା |

ବର୍ତ୍ତମାନ ଏହି ଯୁଦ୍ଧ ପୂର୍ବାପେକ୍ଷା ଭୟଙ୍କର ରୂପ ନେଇଛି | ତୈଳ ଦର ୩୫ ପ୍ରତିଶତ ଖସିଛି | ପୂର୍ବରୁ ତୈଳ ଦର ଲଗାତାର କିଛି ମାସ ଧରି ଧୀରେ ଧୀରେ ହ୍ରାସ ପାଇଥିଲା | କିନ୍ତୁ ବର୍ତ୍ତମାନ ରିୟାଧର ପଲିସି ଅନେକ କଷ୍ଟ ଦେବ ଯାହାଫଳରେ ସମସ୍ତେ ଅସୁବିଧାର ସମ୍ମୁଖୀନ ହେବେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.