କେବେ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ଖାତା ଦେଖା ? କେବେ ପ୍ରକାଶ ପାଇବ ପରୀକ୍ଷା ଫଳ ?

Published By : Prameya-News7 Bureau | May 08, 2020 IST

ଭୁବନେଶ୍ବର୮/୫: ମାଟ୍ରିକ ଖାତା ଦେଖା କେବେ ଆରମ୍ଭ ହେବ ତାହା ଆସନ୍ତାକାଲି ଚୁଡ଼ାନ୍ତ ହେବ । ଆଜି ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟଏବଂ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ। ତେବେ, କରୋନା ଯୋଗୁଁ ମାର୍ଚ୍ଚ ମାସରୁ ଏବର୍ଷ ଗ୍ରୀଷ୍ମ ଛୁଟି ଶୀଘ୍ର ଘୋଷଣା ହୋଇଥିବା ବେଳେ, ଜୁନ ୧୭ରେ ବିଦ୍ୟାଳୟ ଖୋଲିବ ବୋଲି ନିଷ୍ପତ୍ତି ହୋଇଛି । ଯଦି ଏହି ନିଷ୍ପତ୍ତିରେ ପରିବର୍ତ୍ତନ ହୁଏ, ତାହା ବିଧିବଦ୍ଧଘୋଷଣା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

କାଲି ପୂର୍ବାହ୍ନରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ଜରୁରୀ ବୈଠକରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଆଜି ଏ ସମ୍ପର୍କରେ ସୂଚନା ଦେଇ ବିଭାଗୀୟ ମନ୍ତ୍ରୀ ସମୀରରଞ୍ଜନ ଦାଶ କହିଛନ୍ତି, ଯେପରି ପରୀକ୍ଷାଫଳ ପ୍ରକାଶରେ ବିଳମ୍ବ ନ ହେବ, ଛାତ୍ରଛାତ୍ରୀ କ୍ଷତିଗ୍ରସ୍ତ ନହେବେ ସେଥିପାଇଁ ପ୍ରୟାସ ଚାଲିଛି । କରୋନା ଯୋଗୁଁ ଏବେ ବିଦ୍ୟାଳୟ ସବୁ ବନ୍ଦ ଅଛି, କିନ୍ତୁ ଶିକ୍ଷାଦାନ ପ୍ରକ୍ରିୟା ଚାଲୁ ରହିଛି । ଅନଲାଇନ୍ ଏବଂ ହ୍ବାଟସଆପ୍ ମାଧ୍ୟମରେ ଶିକ୍ଷାଦାନ ଅବ୍ୟାହତ ଅଛି । ଆଜି ରାଜ୍ୟର ୨୧୪ ଆଦର୍ଶ ବିଦ୍ୟାଳୟର ଶିକ୍ଷାଦାନ ପ୍ରକ୍ରିୟାକୁ ବିଭାଗ ପକ୍ଷରୁ ସମୀକ୍ଷା କରାଯାଇଥିଲା ।

{"id":266840,"sizeSlug":"large"}

କରୋନା ଯୋଗୁଁ ମାର୍ଚ୍ଚ ମାସରୁ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖାଯାଇଛି । ତେବେ ଗ୍ରୀଷ୍ମଛୁଟି ପରେ, କେନ୍ଦ୍ର ସରକାର ୫୦ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ ଖୋଲିବାକୁ ଏକ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି । ଯୁଗ୍ମ-ଅଯୁଗ୍ମ ରୋଲ୍ ନମ୍ବରକୁ ଭିତ୍ତି କରି ନୂଆ ଫର୍ମୂଲାରେ ଅଧା ପିଲାଙ୍କୁ ନେଇ ସାମାଜିକ ଦୂରତା ବଜାୟ ରଖି ବିଦ୍ୟାଳୟରେ ଶିକ୍ଷାଦାନ ପାଇଁ NCERT ଏବଂ ମାନବ ସମ୍ବଳ ମନ୍ତ୍ରାଳୟ ମାର୍ଗଦର୍ଶିକା ପ୍ରସ୍ତୁତ କରୁଛି । ତେବେ ଏଯାଏଁ NCERT ଏବଂ ମାନବ ସମ୍ବଳ ମନ୍ତ୍ରାଳୟର ମାର୍ଗଦର୍ଶିକା ମିଳିନାହିଁ । ଏହା ମିଳିବା ପରେ ହିଁ ରାଜ୍ୟ ସରକାର ଚୁଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ବିଦ୍ୟାଳୟଏବଂ ଗଣଶିକ୍ଷା ମନ୍ତ୍ରୀ ।

{"id":266841,"sizeSlug":"large"}

ଅନଲାଇନରେ ଶିକ୍ଷାଦାନ ସହ ଛୁଟିରେ ପିଲାମାନେ ଅନ୍ୟ କଣ ସବୁ ପ୍ରୋଜେକ୍ଟ କାମ କରିବେ ସେ ନେଇ ମଧ୍ୟ NCERT ଏବଂ ମାନବ ସମ୍ବଳ ମନ୍ତ୍ରାଳୟ ମାର୍ଗଦର୍ଶିକାରେ ଗୁରୁତ୍ବ ଦେଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.