ନୂଆଦିଲ୍ଲୀ: ଆଇସିସି ଟି-୨୦ ବିଶ୍ଵକପ୍ ୨୦୨୪ ଜୁନ ୨ରୁ ଆରମ୍ଭ ହେବାକୁ ଯାଉଛି। ବିଶ୍ଵକପ୍ର କ୍ରୀଡ଼ାସୂଚୀ ମଧ୍ୟ ଜାରି ହୋଇ ସାରିଛି। ଏବେ ପ୍ରଶଂସକଙ୍କୁ ଅପେକ୍ଷା କେବେ ଅଂଶଗ୍ରହଣକାରୀ ଦେଶ ନିଜର ଦଳ ଘୋଷଣା କରିବେ। ଆଇସିସି ଟି-୨୦ ବିଶ୍ଵକପ୍ ୨୦୨୪ ପାଇଁ ଦଳ ଘୋଷଣା କରିବାର ଶେଷ ତାରିଖ ମେ ୧ ତାରିଖ ରହିଛି। ତେବେ ଆଇସିସି ପକ୍ଷରୁ ଏହାକୁ ନେଇ କୌଣସି ଆନୁଷ୍ଠାନିକ ବୟାନ ଜାରି କରାଯାଇ ନାହିଁ। ସ୍ପୋର୍ଟ୍ସତକର ଖବର ଅନୁଯାୟୀ ମେ ୧ ତାରିଖ ସୁଦ୍ଧା ଦଳ ଘୋଷଣା ହୋଇଯିବ। କେବଳ ଏତିକି ନୁହେଁ ପ୍ରତ୍ୟେକ ଦଳ ପାଖରେ ଅଭ୍ୟାସ୍ ମ୍ୟାଚ୍ ଖେଳିବାର ବିକଳ୍ପ ମଧ୍ୟ ରହିଛି। ଦଳଗୁଡ଼ିକ ଆୟୋଜକ ସ୍ଥଳରେ ପହଞ୍ଚିବା ହିସାବରେ ଅଭ୍ୟାସ୍ ମ୍ୟାଚ୍ ଖେଳିବାର ବିକଳ୍ପ ବାଛି ପାରିବେ।
wp:heading {"level":4}Also read- ‘ମୁଁ କାହାକୁ ଖାତିର କରୁନାହିଁ…ମୋତେ ହଜାରେ ଲୋକ ଅଟକାଇବାକୁ ଚେଷ୍ଟା କରିଥିଲେ…’ ପାଣ୍ଡ୍ୟାଙ୍କ ମନ୍ତବ୍ୟ କାହାକୁ କରୁଛି ଇଙ୍ଗିତ ?
/wp:headingସ୍ପୋର୍ଟ୍ସତକ ଅନୁଯାୟୀ, ଆଇସିସି ଟି-୨୦ ବିଶ୍ଵକପ୍ ୨୦୨୪ରେ ଅଂଶଗ୍ରହଣକାରୀ ସମସ୍ତ ଦଳକୁ ମେ ୧ ତାରିଖ ସୁଦ୍ଧା ୧୫ ଜଣିଆ ଦଳ ଘୋଷଣା କରିବାକୁ ପଡ଼ିବ। ଆଉ ଦଳରେ ପରିବର୍ତ୍ତନର କରିବାର ଶେଷ ତାରିଖ ମେ ୨୫ ତାରିଖ ପର୍ଯ୍ୟନ୍ତ ରହିଛି। ଯଦି ନିର୍ଦ୍ଧାରିତ ସମୟ ପରେ ଯଦି କୌଣସି ଦଳ ନିଜର ଖେଳାଳି ପରିବର୍ତ୍ତନ କରିବାକୁ ଚାହିଁବେ ତେବେ ଆଇସିସିର ବୈଷୟିକ କମିଟିର ଅନୁମତି ନେବାକୁ ପଡ଼ିବ। ଏହା ସହିତ ଖୁବ୍ ଶୀଘ୍ର ଆଇସିସି ଟି-୨୦ ବିଶ୍ଵକପ୍ ୨୦୨୪ର ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯିବ। ଜୁନ ୨ ତାରିଖରେ ଆମେରିକା ଓ କାନାଡ଼ା ମଧ୍ୟରେ ଉଦଘାଟନୀ ମ୍ୟାଚ୍ ଖେଳାଯିବ। ପ୍ରଥମ ଥର ଟି-୨୦ବିଶ୍ଵକପରର ଉଦଘାଟନୀ ମ୍ୟାଚ୍ ଆଇସିସିର ଦୁଇ ସହାୟକ ଦେଶ ମଧ୍ୟରେ ଖେଳାଯିବ।
ଭାରତ ଲିଗ୍ ପର୍ଯ୍ୟାୟରେ ୪ଟି ମ୍ୟାଚ୍ରୁ ୩ଟି ମ୍ୟାଚ୍ ନ୍ୟୁୟର୍କରେ ଖେଳୁଥିବା ବେଳେ ଗୋଟିଏ ମୁକାବିା ଲଡରହିଲ୍ରେ ଖେଳିବ। ଭାରତୀୟ ଦଳର ପ୍ରଥମ ମ୍ୟାଚ୍ ଜୁନ ୫ ତାରିଖ ଆୟରଲାଣ୍ଡ ବିପକ୍ଷରେ ରହିଛି। ଜୁନ ୯ ତାରିଖରେ ନିଜର ଦ୍ଵିତୀୟ ମ୍ୟାଚ୍ରେ ଭାରତ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ଭେଟିବ। ଜୁନ ୧୨ ତାରିଖରେ ଆମେରିକା ବିପକ୍ଷରେ ତୃତୀୟ ଏବଂ ଜୁନ ୧୫ରେ କାନାଡ଼ା ବିପକ୍ଷରେ ନିଜର ଶେଷ ଲିଗ୍ ମ୍ୟାଚ୍ ଖେଳିବ ଭାରତ।