ନୂଆଦିଲ୍ଲୀ: ଭାରତର ଷ୍ଟାର ଓ୍ଵିକେଟ୍ କିପର ବ୍ୟାଟର ଋଷଭ ପନ୍ତ ନିର୍ଦ୍ଦିଷ୍ଟ ଭାବେ କେବେ ପଡିଆକୁ ଫେରିବେ ଏହାର ଉତ୍ତର କାହାରି ପାଖରେ ନାହିଁ। ଗତ ବର୍ଷ ଡିସେମ୍ବର ୩୧ରେ କାର ଦୁର୍ଘଟଣା ପରେ ଋଷଭ ପନ୍ତଙ୍କ ସର୍ଜରୀ ହୋଇଛି। ତେଣୁ ସେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ଟେଷ୍ଟ ଶୃଙ୍ଖଳାର ଅଂଶ ହୋଇ ପାରି ନାହାନ୍ତି। ଏପରିକି ସେ ୨୦୨୩ ଆଇପିଏଲ୍ ବି ଖେଳି ପାରିବେ ନାହିଁ। ଏବେ ଆଇପିଏଲ୍ରେ ଦିଲ୍ଲୀ କ୍ୟାପିଟାଲ୍ସର କ୍ରିକେଟ୍ ନିର୍ଦ୍ଦେଶକ ସୌରଭ ଗାଙ୍ଗୁଲି ସଙ୍କେତ ଦେଇଛନ୍ତି ଯେ, ଓ୍ଵିକେଟ୍ କିପର ବ୍ୟାଟର କେବେ ପଡିଆକୁ ଫେରିବେ।
wp:heading {"level":4}ଏ ଖବର ପଢନ୍ତୁ- ତୃତୀୟ ଟେଷ୍ଟ ପୂର୍ବରୁ ଘରକୁ ଫେରିଲେ ଅଧା ଖେଳାଳି, ଅଷ୍ଟ୍ରେଲିଆ ଉପରେ ସିରିଜ୍ ହାରିବାର ବିପଦ !
/wp:headingଗାଙ୍ଗୁଲି କହିଛନ୍ତି, ଦିଲ୍ଲୀ କ୍ୟାପିଟାଲ୍ସରେ ଋଷଭ ପନ୍ତଙ୍କ ସ୍ଥାନ ଭରିବା ସବୁଠୁ କଷ୍ଟକର କାମ। ପନ୍ତ ସଂପ୍ରତି ଦୁର୍ଘଟଣା ଏବଂ ସର୍ଜରୀ ପରେ କଷ୍ଟକର ସମୟ ଦେଇ ଗତି କରୁଛନ୍ତି। ମୁଁ ତାଙ୍କ ସହ ଅନେକ ଥର କଥା ହୋଇ ସାରିଲିଣି। ତାଙ୍କର ଶୀଘ୍ର ସୁସ୍ଥ କାମନା କରୁଛି। ପନ୍ତଙ୍କୁ ପଡିଆକୁ ପ୍ରତ୍ୟାବର୍ତ୍ତନ ପାଇଁ ବର୍ଷେ କିମ୍ବା କିଛି ବର୍ଷ ଲାଗିପାରେ ବୋଲି ପିଟିଆଇ ସହ ଆଲୋଚନା ବେଳେ ଗାଙ୍ଗୁଲି କହିଛନ୍ତି।
ଚଳିତ ଆଇପିଏଲ୍ରେ ପନ୍ତଙ୍କ ସ୍ଥାନ କିଏ ନେବ ଏ ପର୍ଯ୍ୟନ୍ତ ଦିଲ୍ଲୀ କ୍ୟାପିଟାଲ୍ସ କୌଣସି ଘୋଷଣା କରିନାହିଁ। ଯୁବକ ଖେଳାଳି ଅଭିଷେକ ପୋରେଲ ଏବଂ ଅନୁଭବୀ ସେଲଡନ ଜ୍ୟାକ୍ସନଙ୍କ ମଧ୍ୟରୁ କିଏ ପନ୍ତଙ୍କ ସ୍ଥାନରେ ଖେଳିବ ସେ ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଏ ନେଇ ଆମକୁ କିଛି ସମୟ ଦରକାର ବୋଲି ଗାଙ୍ଗୁଲି କହିଛନ୍ତି।
wp:heading {"level":4}ଏ ଖବର ପଢନ୍ତୁ- ଦୁର୍ଘଟଣା ପରେ ପ୍ରଥମ ଥର ନିଜ ଫଟୋ ସେୟାର କଲେ ପନ୍ତ, ଲେଖିଲେ ଏମିତି ଯାହା ଆପଣଙ୍କ ହୃଦୟ ଛୁଇଁଯିବ
/wp:headingବର୍ତ୍ତମାନ ଡିସି ଅଧିନାୟକ ସନ୍ଧାନରେ ରହିଛି। ତେବେ ଡେଭିଡ୍ ଓ୍ଵାର୍ଣ୍ଣରଙ୍କୁ ଅଧିନାୟକ ଏବଂ ଅକ୍ଷର ପଟେଲ୍ଙ୍କୁ ଉପ ଅଧିନାୟକ କରାଯିବାର ସମ୍ଭାବନା ରହିଛି। ସୌରଭ ଗାଙ୍ଗୁଲିଙ୍କ ମାର୍ଗଦର୍ଶନରେ କୋଲକାତାରେ ତିନି ଦିନିଆ ଶିବିର ଆୟୋଜିତ ହୋଇଛି। ଏଥିରେ ପୃଥ୍ଵୀ ଶ, ଇଶାନ୍ତ ଶର୍ମା, ଚେତନ ସକାରିଆ, ମନୀଷ ପାଣ୍ଡେ ଏବଂ ଅନ୍ୟ ଘରୋଇ ଖେଳାଳି ଅଂଶଗ୍ରହଣ କରିଥିଲେ।