ଯାତ୍ରାକୁ କେବେ ମିଳିବ ଅନୁମତି ? ଭୋକ-ଉପାସରେ ଦିନ କାଟୁଛନ୍ତି କଳାକାରମାନେ

Published By : Prameya-News7 Bureau | October 20, 2020 IST

ବାଲେଶ୍ବର୨୦/୧୦: ମଞ୍ଚ ଅପେରାକୁ କେବେ ମିଳିବ ଅନୁମତି । ବାଲେଶ୍ବର ଜିଲ୍ଲାର ଯାତ୍ରା ମାଲିକ ଓ କଳାକାରମାନେ ଏହି ବିଷୟରେ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ନିବେଦନ କରିଛନ୍ତି।

{"id":348012,"sizeSlug":"large"}

ହଜାର ହଜାର କଳାକାର ଓ ଯାତ୍ରା କର୍ମଚାରୀଙ୍କ ପେଟକୁ ଦାନା ନାହିଁ , ଆଉ ତାଙ୍କ ଘରେ ଚୁଲି ଜଳୁ ନାହିଁ । ଘୋର ଆର୍ଥିକ ଅଭାବ ଭିତରେ ସେମାନେ ଗତି କରୁଛନ୍ତି ।

{"id":348015,"sizeSlug":"large"}

ସିନେମା ହଲ ଓ ଥିଏଟରକୁ ଅନୁମତି ମିଳି ସାରିଥିବା ବେଳେ ଯାତ୍ରାକୁ ଅନୁମତି ଦିଆଯାଉ ବୋଲି ଏକ ଦାବି ପତ୍ର ମନ୍ତ୍ରୀକୁ ଦିଆଯାଇଥିବା କଳାକାରମାନେ କହିଛନ୍ତି । ତେବେ ନିର୍ବାଚନ କୋଡ ଅଫ୍ କଣ୍ଡକ୍ଟ ଥିବା ଯୋଗୁଁ ମନ୍ତ୍ରୀ କିଛି ପ୍ରତିଶୃତି ଦେଇ ନଥିଲେ ବି ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.