ଚନ୍ଦ୍ରକୁ ISRO କେବେ ପଠାଇବ ମଣିଷ, ବୈଜ୍ଞାନିକ କହିଲେ ଏମିତି କଥା
2/09/2023 at 1:17 PM

ନୂଆଦିଲ୍ଲୀ ୦୨/୦୯: ସଫଳ ହୋଇଛି ଭାରତର ମିଶନ୍ ମୁନ୍ ଚନ୍ଦ୍ରଯାନ-୩ । ସଫଳତା ପୂର୍ବକ ଏହା ଚନ୍ଦ୍ରରେ ଅବତରଣ କରିବା ପରେ ଏବେ ଚନ୍ଦ୍ରର ରହସ୍ୟ ଉନ୍ମୋଚନ କରିବାରେ ଲାଗିଛି । ଇସ୍ରୋର ଚନ୍ଦ୍ରଯାନ-୩ ମିଶନ ୧୪ ଜୁଲାଇ ୨୦୨୩ ରେ ଲଞ୍ଚ କରାଯାଇଥିଲା । ଏହାର ଠିକ୍ ୪୨ ଦିନ ପରେ ଚନ୍ଦ୍ରଯାନ-୩ ଚନ୍ଦ୍ରରେ ଅବତରଣ କରିଥିଲା ।
ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳ ଲ୍ୟାଣ୍ଡିଂ ପରେ ଲ୍ୟାଣ୍ଡର ଓ ରୋଭର ବହୁତ ଭଲ ଭାବେ କାମ କରୁଛି । ଏବେ ଯାଏଁ ଚନ୍ଦ୍ରର ବହୁତ ଭଲ ଭଲ ଖବର ନଜର ଆସୁଛି । ଫଟୋ ଓ ଭିଡିଓ ବି ଆସୁଛି । ସାରା ଦୁନିଆରେ ଚନ୍ଦ୍ରଯାନ-୩ ମିଶନକୁ ନେଇ ଭାରତର ଗୁଣଗାନ କରିଛି । ଏବେ ଇସ୍ରୋ ନିଜର ନେକ୍ସ୍ଟ ଅଭିଯାନ ଜାରି ରହିଛି ।
ଚନ୍ଦ୍ରଯାନ-୩ ରେ ଲାଗିଥିବା କ୍ୟାମେରାରେ ଦକ୍ଷିଣ ମେରୁର ଦୁର୍ଲଭ ଚିତ୍ର କଏଦ କରିଛି । ଯାହାକୁ ଦୁନିଆ ପ୍ରଥମେ ଦେଖୁଛି । ଚନ୍ଦ୍ରରେ ଅବତରଣ ପରେ ରୋଭର ସବୁ କିଛି ନିପେକ୍ଷଣ କରୁଛି । ଇସ୍ରୋ ପରେ ଅହମଦାବାଦରେ ଥିବା ଅନ୍ତରୀକ୍ଷ ଅନୁପ୍ରୟୋଗ କେନ୍ଦ୍ରର ନିର୍ଦ୍ଦେଶକ ନୀଲେଶ ଦେଶାଇ କହିଛନ୍ତି ଆମେ ଚନ୍ଦ୍ରକୁ ମାନବଯୁକ୍ତ ମିଶନ ପଠାଇପାରିବା । କିନ୍ତୁ ଭାରତକୁ ଏଥିପାଇଁ ପାଖାପାଖି ୨୦ ବର୍ଷ ଲାଗିପାରେ ।
ଅନ୍ତରୀକ୍ଷ ଅନୁପ୍ରୟୋଗ କେନ୍ଦ୍ର ନିର୍ଦ୍ଦେଶକ ନିଲେଶ ଦେଶାଇ କହିଛନ୍ତି ଆମେ କେବଳ ମାନବ ପଠାଇବାର ଯୋଜନା କରୁନୁ, ଏମିତିକି ଜୀବିତ ଫେରାଇବାର ଯୋଜନା କରିଛି । ଏଥିପାଇଁ ଆମେ ଟେକ୍ନୋଲୋଜିକୁ ଅପଗ୍ରେଡ୍ କରୁଛୁ । ଆମ ପାଖେ ବହୁତ ଭଲ ଟେକ୍ନୋଲୋଜି ବି ରହିଥିଲେ ଆମେ ଏସବୁ କରିବା ସମ୍ଭବ ହେବ ।
you can also read….