ଟ୍ରୋଲ୍ ହେଲେ ରବି ଶାସ୍ତ୍ରୀ, ପ୍ରଶଂସକ କହିଲେ- ରାହୁଲ ଓ ରୋହିତଙ୍କ କ୍ୟାରିୟରଙ୍କୁ ବଢିବାକୁ ଦେଉ ନାହାନ୍ତି ଏହି କୋଚ୍

Published By : Prameya-News7 Bureau | December 25, 2020 IST

ନୂଆଦିଲ୍ଲୀ ୨୫।୧୨: ମେଲବୋର୍ଣ୍ଣରେ ଖେଳାଯିବାକୁ ଥିବା ବକ୍ସିଂ ଡେ ଟେଷ୍ଟ ପାଇଁ ଯେମିତି ଭାରତର ଚୂଡାନ୍ତ ଏକାଦଶ ଘୋଷଣା ହୋଇଛି, ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ସାମାଜିକ ଗଣମାଧ୍ୟମରେ ଟ୍ରୋଲ ହେବା ଆରମ୍ଭ କରିଛନ୍ତି। ଦ୍ଵିତୀୟ ଟେଷ୍ଟ ପାଇଁ ଦଳରେ ଚାରୋଟି ପରିବର୍ତ୍ତନ ହୋଇଛି। ଶୁଭମାନ ଗିଲ୍, ଋଷଭ ପନ୍ତ, ରବୀନ୍ଦ୍ର ଜାଡେଜା ଓ ମହମ୍ମଦ ସିରାଜଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇଛି। ମାତ୍ର ଚମତ୍କାର ଫର୍ମରେ ଥିବା କେଏଲ ରାହୁଲଙ୍କୁ ଦଳରେ ସାମିଲ କରାଯାଇ ନାହିଁ। ଏହା ଦେଖି ପ୍ରଶଂସକ ଖୁବ୍ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ ପୁଣି ଥରେ ରବି ଶାସ୍ତ୍ରୀଙ୍କୁ ଟ୍ରୋଲ କରିଛନ୍ତି।

କେଏଲ ରାହୁଲଙ୍କୁ ଦ୍ଵିତୀୟ ଟେଷ୍ଟରେ ଚୂଡାନ୍ତ ଏକାଦଶରେ ସୁଯୋଗ ନମିଳିବାରୁ ପ୍ରଶଂସକ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି ଯେ ପର୍ଯ୍ୟନ୍ତ ରବି ଶାସ୍ତ୍ରୀ ଦଳର କୋଚ୍‌ ଥିବେ କେଏଲ ରାହୁଲ ଓ ରୋହିତ ଶର୍ମାଙ୍କ କ୍ୟାରିୟର ସେଟ୍ ହୋଇ ପାରିବ ନାହିଁ। ଏଥି ସହ ପ୍ରଶଂସକ ଦଳୀୟ ପ୍ରବନ୍ଧକଙ୍କ ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି।

ସମସ୍ତେ ଆଶା କରିଥିଲେ ଯେ, ବିରାଟ କୋହଲିଙ୍କ ଅନୁପସ୍ଥିତିରେ ତାଙ୍କ ସ୍ଥାନରେ କେଏଲ ରାହୁଲଙ୍କୁ ଦଳରେ ସାମିଲ କରାଯିବ। କେଏଲ ନ୍ୟୁଜିଲାଣ୍ଡ ଗସ୍ତରୁ ଦମଦାର ପ୍ରଦର୍ଶନରେ ଅଛନ୍ତି। ଆଇପିଏଲରେ ସେ ଅରେଞ୍ଜ କ୍ୟାପର  ବିଜେତା ରହିଥିଲେ। ଏଥିସହ ଦିନିକିଆ ଓ ଟି-୨୦ରେ ମଧ୍ୟ ବ୍ୟାଟରୁ ରନ ବର୍ଷିଥିଲା। ସଂପ୍ରତି ରାହୁଲ ଚମତ୍କାର ଫର୍ମରେ ଅଛନ୍ତି। ଅଷ୍ଟ୍ରେଲିଆରେ ଖେଳିବାର ଅନୁଭବ ତାଙ୍କ ପାଖରେ ରହିଛି। ମାତ୍ର ଦଳ ପ୍ରବନ୍ଧକ ଶୁଭମାନ ଗିଲ୍, ହନୁମା ବିହାରୀଙ୍କ ପରି ଅନୁଭବହୀନ ଖେଳାଳିଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରିଛି।

ଭାରତୀୟ ଟିମ୍‌– ଆଜିଙ୍କ୍ୟ ରାହେଣେ (ଅଧିନାୟକ), ମୟଙ୍କ ଅଗ୍ରଓ୍ୱାଲ୍‌, ଶୁଭମନ ଗିଲ୍‌, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ରିଷଭ ପନ୍ଥ(ଓ୍ୱିକେଟ୍‌ ରକ୍ଷକ) , ରବିନ୍ଦର ଜାଡେଜା, ଆର୍‌. ଅଶ୍ୱିନୀ, ଉମେଶ ଯାଦବ, ଜସପ୍ରିତ ବୁମରା, ମହମ୍ମଦ ସିରାଜ୍‌ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.