vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେନିସକୁ ଅଲବିଦା କହିଥାନ୍ତେ ରାଫେଲ ନାଦାଲ ! କିନ୍ତୁ…
  • ||
  • ଖୋର୍ଦ୍ଧା : ରାସ୍ତାକଡ଼କୁ ଖସିଲା ‘ଲିଙ୍ଗରାଜ’, ବସ୍‌ରେ ଥିଲେ ୨୦ରୁ ଅଧିକ ଯାତ୍ରୀ…
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ କୋଭିଡ୍ ପଜିଟିଭ୍
  • ||
  • ଜୁଲାଇ ୫ରେ ମାଟ୍ରିକ୍‌ ରେଜଲ୍ଟ ! ସୋମବାର ହୋଇପାରେ ଘୋଷଣା
  • ||
  • ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ, ଶେଷଦିନରେ ନେତାଙ୍କୁ ଗୁରୁମନ୍ତ୍ର ଦେବେ ମୋଦୀ
  • ||
  • ସାମ୍ନାକୁ ଆସିଲେ କହ୍ନେୟାଲାଲ ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ, ବଖାଣିଲେ ଛାତିଥରା କାହାଣୀ
  • ||
  • ମୌସୁମୀକୁ ସକ୍ରିୟ କରିବ ଲଘୁଚାପ : ରବିବାର ଓ ସୋମବାର ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||

ଶରୀରରୁ ବାହାରି ଆତ୍ମା ଯେତେବେଳେ ଯମପୁରକୁ ଯାଇଥାଏ ଯମଦୂତ ତାକୁ କ’ଣ କହିଥାଆନ୍ତି : ଜାଣନ୍ତୁ

24/07/2019 at 1:35 PM

ପ୍ରାଚୀନ କାଳରୁ ସବୁବେଳେ ଏହି ପ୍ରଶ୍ନ ଲାଗିରହିଛି ଯେ ମୃତ୍ୟୁ ପରେ କ’ଣ ହୋଇଥାଏ । କିନ୍ତୁ ସନାତନ ଧର୍ମରେ ବିଶ୍ବାସ ରହିଛି ଯେ,ଯେ ମୃତ୍ୟୁ ପରେ ଆତ୍ମା ସ୍ବର୍ଗ କିମ୍ବା ନର୍କକୁ ଯାଇଥାଏ । ଏ ସମ୍ପର୍କରେ ବହୁ ଗବେଷଣା ହୋଇଛି । ବୈଜ୍ଞାନିକମାନେ ଏହାର ରହସ୍ୟ ଉଦଘାଟନ ପାଇଁ ଚେଷ୍ଟା କରି ବିଫଳ ହୋଇଛନ୍ତି । ତେବେ ଗରୁଡ ପୂରାଣରେ ମୃତ୍ୟୁପରେ ଆତ୍ମାର ଗତି ସମ୍ପର୍କରେ ବିଶଦ ଭାବେ ବର୍ଣ୍ଣନା ରହିଛି । ଗରୁଡ ପୂରାଣରେ ଭଗବାନ ବିଷ୍ଣୁଙ୍କ ମହନୀୟତା ସମ୍ପର୍କରେ ମଧ୍ୟ ବର୍ଣ୍ଣନା ରହିଛି । ତେବେ ଆତ୍ମା ଓ ପରମାତ୍ମା ସମ୍ପର୍କରେ ବିଶେଷ ବିଶ୍ଳେଷଣ ମଧ୍ୟ ରହିଛି । ନିଜ କୃତ କର୍ମ ଆଧାରରେ ମଣିଷର ମୃତ୍ୟୁ ପରେ ତାଙ୍କ ଆତ୍ମାର ଗତି ନିର୍ଦ୍ଧାରଣ ହୋଇଥାଏ ବୋଲି ଏହି ପୂରାଣରେ କୁହାଯାଇଛି । କୃତକର୍ମ ଆଧାରରେ ଯଦି ସେ ନର୍କକୁ ଯାଇଥାଏ ତେବେ​ ସେଠାରେ ତାଙ୍କ ପାପର ହିସାବ ଯମ ଦେବତା କରିଥାଆନ୍ତି। ଆପଣ ଜାଣିବାକୁ ଚାହୁଁଛନ୍ତି କି ଯେତେବେଳେ ଆତ୍ମା ଯମପୁରକୁ ଯାଇଥାନ୍ତି ଯମଦୂତ ତାଙ୍କ ସହିତ କିପରି ବ୍ୟବହାର କରିଥାଆନ୍ତି।

ଯେତେବେଳେ ଆତ୍ମା ନିଜ ଶରୀର ଛାଡ଼ି ସାରିଥାଏ ସେତେବେଳେ ସେ ଯମଦୂତଙ୍କ ଡରରେ ପୁଣି ଥରେ ଶରୀରକୁ ଫେରିବାକୁ ଚାହିଁଥାଏ କିନ୍ତୁ ଯମଦୂତ ତାକୁ ଶରୀରରେ ପ୍ରବେଶ କରିବାକୁ ଦେଇନଥାଆନ୍ତି। ମୃତ୍ୟୁପରେ ଦୁଇଜଣ ଯମଦୂତ ଯମପାଶ ନେଇ ଆତ୍ମାକୁ ନେବାଲାଗି ଆସିଥାନ୍ତି । ଆତ୍ମାକୁ ଯମଙ୍କ ନିତରେ ହାଜର କରାଇବା ପାଇଁ ଯମଦୂତମାନେ ଆତ୍ମାକୁ ୪୭ଦିନ ଧରି ଚଲାଇ ଚଲାଇ ୬୬ଲକ୍ଷ ମାଇଲ ଅତିକ୍ରମ କରିଥାନ୍ତି ।  ଏହି ରାସ୍ତାରେ କୁକର୍ମ କରିଥିବା ଆତ୍ମାକୁ ଅତି କଠିନ ନିର୍ଯ୍ୟାତନା ଦେଇଥାନ୍ତି ଯମଦୂତମାନେ ।

ଯେଉଁ ଆତ୍ମା ପାପୀ ହୋଇଥାଆନ୍ତି ତାଙ୍କ ସହ ଯମଦୂତ ଖରାପ ବ୍ୟବହାର କରିଥାଆନ୍ତି ଏବଂ ତାଙ୍କୁ ବିଭିନ୍ନ ପ୍ରକାରର ଯାତନା ଦେଇଥାଆନ୍ତି। ଯେଉଁମାନେ ପୁଣ୍ୟ ଆତ୍ମା ହୋଇଥାଆନ୍ତି ସେମାନେ ବୁଝି ସାରିଥାଆନ୍ତି ଯେ ତାଙ୍କୁ ମୁକ୍ତି ମିଳିବ। ସେଥିପାଇଁ ତାଙ୍କୁ ଜମା ଡର ଲାଗିନଥାଏ।

 ଯମପୁରରେ ଯମଦୂତ ପାପୀ ଆତ୍ମାଙ୍କୁ ବାରମ୍ବାର ନର୍କ ଯିବା ପାଇଁ ଡରାଇଥାଆନ୍ତି। ଏଥିପାଇଁ ଆତ୍ମାମାନେ ପଶ୍ଚାତାପ କରି କାନ୍ଦିଥାଆନ୍ତି।  

   Related Posts