ଦିଲ୍ଲୀ ସ୍ଥିତ କୁଡ଼ିଆ ଘରେ ଗୃହପ୍ରବେଶ କଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ, ଓଡ଼ିଶାର ସମସ୍ତ ବିଧାୟକ ହେଲେ ସାମିଲ

Published By : Prameya-News7 Bureau | December 20, 2023 IST

ନୀଳଗିରି:  ଏକଦା ନିଜ ଚାଳଛପର ଘରେ ରହିବାକୁ ଭଲ ପାଉଥିବା ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଦିଲ୍ଲୀରେ ସରକାରୀ ବାସଭବନରେ ଆଉ ଏକ କୁଡ଼ିଆଘର ନିର୍ମାଣ କରି ଆଜି ଗୃହପ୍ରବେଶ କରିଛନ୍ତି। ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଝାଟିମାଟି ବାଉଁଶରେ ନିର୍ମିତ ବାସଭବନର ଗୃହପ୍ରବେଶ ଆଜି ଅତ୍ୟନ୍ତ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି। ବୈଦିକ ମତରେ ହୋମଯଜ୍ଞ ପୂଜାର୍ଚ୍ଚନା ପରେ ଆଗତ ଅତିଥିମାନଙ୍କ ସହିତ ଗୃହ ପ୍ରବେଶ କରିଥିଲେ।

{"id":885598,"sizeSlug":"large","linkDestination":"none"}

ଓଡ଼ିଶାର ସମସ୍ତ ବିଧାୟକ ଓ ସାଂସଦଙ୍କ ସମେତ ମନ୍ତ୍ରିମଣ୍ଡଳର ଅନେକ ମନ୍ତ୍ରୀ ସାଂସଦଙ୍କ ନୂତନ ଗୃହପ୍ରବେଶ ପାଇଁ ନିମନ୍ତ୍ରିତ ହୋଇଥିବା ବେଳେ ସେମାନେ ପଦାର୍ପଣ କରି ଶୁଭେଚ୍ଛା ଜଣାଇଥିଲେ। ଦିଲ୍ଲୀ ଭଳି ଚାକଚକ୍ୟ ଭରା ଆଧୁନିକ ସହରରେ ଏଭଳି ଏକ ପ୍ରାକୃତିକ ପରିବେଶ ଅନୁକୂଳ ଘରକୁ ସମସ୍ତେ ବେଶ୍ ପସନ୍ଦ କରିଛନ୍ତି। ଏହି ଅବସରରେ ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ ସମସ୍ତଙ୍କୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରିବା ସହିତ ନିମନ୍ତ୍ରଣ ରକ୍ଷାକରି ଉପସ୍ଥିତ ହୋଇଥିବାରୁ କୃତଜ୍ଞତା ଜଣାଇଥିଲେ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.