'ମୋ ପାଖେ ଜିନ୍ସ କିଣିବାକୁ ପଇସା ନଥିଲା, ସାହାଯ୍ୟ କରିଥିଲେ ଏହି ଅଭିନେତା'; ଏମିତି କହି କାନ୍ଦିଲେ ଦବଙ୍ଗ ଖାନ୍‌

Published By : Prameya-News7 Bureau | June 22, 2022 IST

ମୁମ୍ୱାଇ ୨୨/୦୬ : ବଲିଉଡ୍‌ର ଲୋକପ୍ରିୟ ଆୱାର୍ଡ ଆଇଏଫଏର ସମ୍ମାନ ପ୍ରଦାନ ଉତ୍ସବ ଆବୁଧାବିରେ ଆରମ୍ଭ ହୋଇଛି। ଜୁନ୍‌ ୨୫ରେ କଲର୍ସ ଚ୍ୟାନେଲ୍‌ରେ ରାତି ୮ରେ ଏହି ସମ୍ମାନ ପ୍ରଦାନ ଉତ୍ସବର ପ୍ରସାରଣ ହେବ। ଶୋ’ର ଅନେକ ପ୍ରୋମୋ ରିଲିଜ ହୋଇଛି। ଏହାମଧ୍ୟରୁ ଗୋଟିଏ ପ୍ରୋମୋକୁ ଦର୍ଶକମାନେ ଖୁବ୍‌ ପ୍ରଶଂସା କରିଛନ୍ତି ଓ ଏହା ବହୁ ଚର୍ଚ୍ଚାରେ ଅଛି। ଏହି ପ୍ରୋମୋରେ ବଲିଉଡ୍‌ ଦବଙ୍ଗ ସଲ୍‌ମନ୍‌ ଖାନ୍‌ ଇମୋସନାଲ ହୋଇଥିବା ଦେଖା ଯାଇଛି।

ପ୍ରୋମୋ ଭିଡିଓରେ କାର୍ଯ୍ୟକ୍ରମର ହୋଷ୍ଟ ସୁନିଲ୍‌ ପଲ୍‌ ସଲ୍‌ମନଙ୍କୁ ତାଙ୍କ ଜୀବନର ସବୁଠୁ ସ୍ମରଣୀୟ ମୁହିର୍ତ୍ତ କଣ ପଚାରିଥିଲେ। ସେହି ସମୟରେ ସଲମନ ଖାନ୍‌ଙ୍କ ଆଖିରେ ଲୁହ ଆସିଥିଲା। ସଲମନ୍‌ କହିଥିଲେ ଯେତେବେଳେ ତାଙ୍କ ପାଖେ ପଇସା ନଥିଲା ସେତେବେଳେ ସୁନିଲ୍‌ ସେଟ୍ଟି ତାଙ୍କୁ ଦାମି ସାର୍ଟ ଉପହାର ଦେଇଥିଲେ। ଏହା କହିବା ସମୟରେ ସଲ୍‌ମନ୍‌ ବହୁତ ଭାବପ୍ରବଣ ହୋଇଥିଲେ।

ସେହି ସ୍ମରଣୀୟ ମୁହୁର୍ତ୍ତକୁ ମନେପକାଇ ସଲମାନ୍‌ କହିଛନ୍ତି ‘‘ବହୁତ ବର୍ଷ ପୂର୍ବରୁ ପଇସା ପତ୍ର ନଥିଲା। ସୁନିଲ୍‌ ସେଟ୍ଟି ଆନ୍ନାଙ୍କର ଏକ ଦୋକାନ ଥିଲା। ଦିନେ ମୁଁ ସେଠାକୁ ଗଲି। ସେଠାରେ ଏକ ସାର୍ଟ ଓ ଏକ ଜିନ୍ସ ଛଡ଼ା ଅଧିକ ଜିନିଷ କିଣିବା ପାଇଁ ମୋର ସାମର୍ଥ୍ୟ ନଥିଲା। ତେଣୁ ମୁଁ ଏକ ଜିନ୍ସ କିଣିଲି। ସୁନିଲ୍‌ ଦେଖିଲେ ମୋ ପାଖେ ପଇସା ନଥିଲା। ପରେ ସୁନିଲ୍‌ ତାଙ୍କ ଆଡ଼ୁ ମୋତେ ଏକ ସାର୍ଟ ଦେଇଥିଲେ। ପରେ ସେ ଦେଖିଲେ ମୋର ନଜର ଏକ ପର୍ସ ଉପରେ ଥିଲା’’। ତାପରେ ସଲ୍‌ମନ୍‌ ଏତେ ଭାବୁକ ହୋଇଥିଲେ ଯେ କିଛି କହିପାରି ନଥିଲେ। ଏହି ଆୱାର୍ଡ ଶୋ ସମୟରେ ସେ ଚାଲି ଚାଲି ସୁନିଲ୍‌ଙ୍କ ପୁଅ ଅହାନଙ୍କ ପାଖକୁ ଯାଇଥିଲେ।

wp:html /wp:html

ଅହାନ ତାଙ୍କୁ ଆଲିଙ୍ଗନ କରିଥିଲେ। ଏହି ସମୟରେ ସଲମନ୍‌ଙ୍କ ଆଖି ଲୁହରେ ଭରି ଯାଇଥିଲା। ସେ ତାଙ୍କ କଥା ଜାରି ରଖି କହିଥିଲେ ‘‘ପରେ ସୁନିଲ ମୋତେ ତାଙ୍କ ଘରକୁ ନେଇଗଲେ। ତାଙ୍କ ପାଖରେ ସେହିଭଳି ୨ଟି ପର୍ସ ଥିଲା। ତାହାବି ସେ ମୋତେ ଦେଇଥିଲେ’’। ସଲମନଙ୍କ ଏହି କଥା ଶୁଣିବା ପରେ ଆଇଆଇଏଫଏ କାର୍ଯ୍ୟକ୍ରମ ତାଳିରେ ଗୁଞ୍ଜରି ଉଠିଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.