ଯେତେବେଳେ ନିଜକୁ ନିଜେ ମଝି ରାସ୍ତାରେ କୋରଡ଼ା ମାରିଲେ ରାହୁ ଗାନ୍ଧି, video virals

Published By : Prameya-News7 Bureau | November 04, 2022 IST

ହାଇଦ୍ରାବାଦ ୪।୧୧: ରାହୁଲ ଗାନ୍ଧିଙ୍କ ‘ଭାରତ ଯୋଡୋ ଯାତ୍ରା’ର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓକୁ କଂଗ୍ରେସ ମଧ୍ୟ ନିଜ ଟ୍ୱିଟର ପେଜରେ ପୋଷ୍ଟ କରିଛି। ଭିଡିଓରେ ରାହୁଲ ରାସ୍ତା ମଝିରେ ନିଜକୁ ନିଜେ କୋରଡା ମାରୁଥିବାର ଦେଖାଯାଇଛି। ରାହୁଲ ନିଜ ଉପରେ କୋରଡ଼ା ବର୍ଷା କରୁଥିବା ବାଳେ କଂଗ୍ରେସ କର୍ମୀ, କାର୍ଯ୍ୟକର୍ତ୍ତା ଓ ସାଧାରଣ ଜନତା ତାଙ୍କୁ ଉତ୍ସାହିତ କରୁଥିବାର ଦେଖାଯାଉଛି।

କଂଗ୍ରେସର ଭାରତ ଯୋଡୋ ଯାତ୍ରା ଏବେ ତେଲେଙ୍ଗାନା ପହଞ୍ଚିଛି। ଏହି ଅବସରରେ ରାହୁଲ ନଭେମ୍ବର ୩ ତାରିଖ ଦିନ ବୋନାଲୁ ଉତ୍ସବରେ ଭାଗ ନେଇଥିଲେ। ଲୋକ ପରମ୍ପରାର ଏହି ଉତ୍ସବରେ ଲୋକେ ମହାକାଳୀଙ୍କ ପୂଜା କରନ୍ତି ଓ ମାନସିକ ପୂରଣ ପାଇଁ ନିଜକୁ ନିଜେ କୋରଡା ମାଡ କରନ୍ତି। ରାହୁଲ ଗାନ୍ଧିଙ୍କ ଯେଉଁ ଭିଡିଓ ଭାଇରାଲ ହେଉଛି ଏଥିରେ ଜଣେ ନିଜକୁ କୋରଡା ମାଡ ମାରୁଥିବାରୁ ରାହୁଲ ଦେଖୁଛନ୍ତି ଓ ତାଙ୍କଠାରୁ କୋରଡା ମାଗି ନିଜକୁ ମାରିବାକୁ ଉଦ୍ୟମ କରୁଥିବା ଦେଖାଯାଇଛି।

wp:html /wp:html

କଂଗ୍ରେସ ଏହି ଭିଡିଓକୁ ଟ୍ୱିଟ୍‌ କରି ଉଲ୍ଲେଖ କରିଛି ଯେ ପାରମ୍ପରିକ ‘ପୋଥୁରାଜୁ’ ପରମ୍ପରାର ସାକ୍ଷ ହୋଇଛି ‘ଭାରତ ଯୋଡୋ ଯାତ୍ରା’ । ଏହା ସାଧାରଣତଃ ତେଲେଙ୍ଗାନାରେ ବୋନାଲୁ ଉତ୍ସବ କାଳରେ ପାଳିତ ହୋଇଥାଏ, ଯାହାକୁ ରାହୁଲ ଗାନ୍ଧି ନିଜ ଉପରେ ପ୍ରୟୋଗ କରି ପରଖିଛନ୍ତି’। ତେବେ ରାହୁଲ ଯେତେବେଳେ ନିଜ ଉପରେ କୋରଡା ବର୍ଷା କରୁଥିଲେ ଉପସ୍ଥିତ ଭିଡ ତାଙ୍କର ଉତ୍ସାହ ବୃଦ୍ଧି କରୁଥିଲେ। ରାହୁଲଙ୍କ ଭାରତ ଯୋଡୋ ଯାତ୍ରା ବେଳକୁ ବେଳ ବେଶ ଲୋକପ୍ରୀୟ ହେଉଥିବା ବେଳେ ସମାଜର ପ୍ରତ୍ୟକ ବର୍ଗ ଏବେ ରାହୁଲ ଓ ତାଙ୍କ ଯାତ୍ରା ପ୍ରତି ଆକର୍ଷିତ ହେଉଥିବାର ଦେଖାଯାଉଛି।

ଉଲ୍ଲେଖଯୋଗ୍ୟ ଯେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ତାମିଲନାଡୁ କନ୍ୟା କୁମାରୀରୁ ଆରମ୍ଭ ହୋଇଥିଲା। କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ଦେଇ ଏବେ ତେଲେଙ୍ଗାନାକୁ ପହଞ୍ଚିଛି। ଏହି ଯାତ୍ରାରେ ରାହୁଲ ଲଗାତାର ପାଦରେ ଚାଲୁଥିବା ବେଳେ ତାଙ୍କ ସହ କଂଗ୍ରେସ ନେତା, କର୍ମୀ, ସାଧାରଣ ଜନତାଙ୍କ ସମେତ ସେଲିବ୍ରିଟି ମାନେ ମଧ୍ୟ ନିଜକୁ ସାମିଲ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.