ଖସିଯିବ କି ଖଜା ! ବିହାର ଖଜାକୁ ଜିଆଇ ମାନ୍ୟତା, ପୁରୀ ଖଜାକୁ ମିଳିବ କେବେ ?

Published By : Prameya-News7 Bureau | December 18, 2018 IST

ଭୁବନେଶ୍ବର ୧୮|୧୨: ବାଂଲା ରସଗୋଲା ପରେ ଏବେ ବିହାର ଖଜାକୁ ଜିଆଇ ମାନ୍ୟତା । ବିହାରର ସିଲାଓ ଖଜାକୁ ଜିଓଗ୍ରାଫିକାଲ୍ଇ ଣ୍ଡିକେସନସ୍ ମାନ୍ୟତା ମିଳିଛି ।  ଏହା ସହ ଓଡିଶାବାସୀଙ୍କର ସଗୋଲା ଦୁଃଖ ପୁଣି ତାଜା ହୋଇଛି । ଶ୍ରୀମନ୍ଦିର ପରମ୍ପରା ସହ ଶହ ଶହ ବର୍ଷ ଧରି ରସଗୋଲାର ସଂପର୍କ ଥିଲେ ବି ପଶ୍ଚିମବଂଗ ବାଂଲା ନାଁ ଯୋଡ଼ି ରସଗୋଲାର ମାନ୍ୟତାକୁ ହାସଲ କରି ନେଇଥିଲା । ଏବେ ଶ୍ରୀକ୍ଷେତ୍ର ସହ କାହିଁ କେତେ ବର୍ଷର ସଂପର୍କ ଥିବା ପ୍ରସିଦ୍ଧ ଖଜାର ଜିଆଇ ମାନ୍ୟତା ଲାଗି ଓଡ଼ିଶା ଚେଷ୍ଟା କରିନ ଥିବାବେଳେ ବିହାର ସିଲାଓ ଖଜା ଲାଗି ଆବେଦନ କରି ମାନ୍ୟତା ବି ହାସଲ କରି ନେଇଛି । ଯାହା ରସଗୋଲା ପରେ ଖଜା ବି ଓଡ଼ିଶା ହାତରୁ ଖସିଯିବାର ଆଶଙ୍କା ସୃଷ୍ଟି କରିଛି ।

{"id":64894}

ପ୍ରସିଦ୍ଧ ଖାଦ୍ୟକୁ ନେଇ ବିଭିନ୍ନ ରାଜ୍ୟ ପ୍ରୟାସ ଚଲାଇ ଥିବା ବେଳେ ଓଡ଼ିଶା ସରକାର ଶୋଇଥିବା ଭଳି ଲାଗୁଛି । କାହିଁକି ଏ ଯାଏଁ ପୁରୀ ଖଜା ଲାଗି ପ୍ରୟାସ କରାଯାଇ ନାହିଁ ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ରସଗୋଲା ପରାଜୟରୁ ଓଡ଼ିଶା କିଛି ଶିଖି ନ ଥିବା ଭଳି ଅନୁଭବ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.