scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଯେତେବେଳେ ଗୋଟିଏ ଭୋଟ୍‌ ବଦଳାଇ ଦେଇଥିଲା ରାଜସ୍ଥାନର ରାଜନୀତିକ ସମୀକରଣ…

3/12/2023 at 11:02 PM

ନୂଆଦିଲ୍ଲୀ: ଦେଶର ଚାରି ରାଜ୍ୟରେ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିଛି। ତିନି ରାଜ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ବିଜେପିକୁ ବହୁମତ ମିଳିଛି। ସେହିଭଳି କଂଗ୍ରେସ ହାତକୁ ଯାଇଛି ତେଲେଙ୍ଗାନା। ତେବେ ହାର-ଜିତ୍‌ ବ୍ୟତୀତ ଭୋଟ୍‌ଗଣନା ସମୟରେ ଏଭଳି ଦେଖିବାକୁ ମିଳିଥାଏ ଯେତେବେଳେ ପ୍ରାର୍ଥୀ ରେକର୍ଡ ସଂଖ୍ୟକ ଭୋଟ୍‌ ମାର୍ଜିନରେ ବିଜୟୀ ହୋଇଥାନ୍ତି। ଏମିତି ମଧ୍ୟ ଦେଖାଯାଇଛି ଯେତେବେଳେ କେବଳ ଗୋଟିଏ ଭୋଟ୍‌ ବଦଳାଇ ଦେଇଥାଏ ନେତାଙ୍କ ଭାଗ୍ୟ। ତେବେ ଆସନ୍ତୁ ଜାଣିବା ରାଜସ୍ଥାନର ରାଜନୀତିର ଏଭଳି ଏକ ମାମଲା।

ଭୋଟଗଣନାରେ ରାଜ୍ୟର ଅନେ ବଡ଼ ସିଟ୍‌ ଉପରେ ଲୋକଙ୍କ ନଜର ରହିଥାଏ। କିନ୍ତୁ ରାଜସ୍ଥାନର ନାଥଦ୍ବାରା ସିଟ୍‌ ଅନେକାଂଶରେ ଐତିହାସିକ ବୋଲି କୁହାଯାଏ। ଏହି ସିଟ୍‌ରେ ୨୦୦୮ରେ ହୋଇଥିବା ବିଧାନସଭା ନିର୍ବାଚନ ହୋଇଥିଲା ଖୁବ୍‌ ରୋମାଞ୍ଚକ।

ରାଜସ୍ଥାର ନାଥଦ୍ବାରା ସିଟ୍‌ରେ ମୁଖ୍ୟ ଆଶାୟୀ ଥିଲେ ବିଜେପିର କଲ୍ୟାଣ ସିଂହ ଏବଂ କଂଗ୍ରେସର ସିପି ଯୋଶୀ। ଏହା ସିଟ୍‌ ଥିଲା ସିପି ଯୋଶୀଙ୍କୁ ପାରମ୍ପରିକ ବିଧାନସଭା ଆସନ। ସେ ଏହି ସିଟ୍‌ରୁ ଚାରି ଥର ୧୯୮୦, ୧୯୮୫, ୧୯୯୮ ଏବଂ ୨୦୦୩ରେ ନିର୍ବାଚନ ମଧ୍ୟ ଜିତିଥିଲେ। କିନ୍ତୁ ଯେତେବେଳେ ୨୦୦୮ ନିର୍ବାଚନର ଭୋଟଗଣତି ହୋଇଥିଲା ସେତେବେଳେ ବିଜେପିର କଲ୍ୟାଣ ସିଂହଙ୍କୁ ମିଳିଥିଲା ବିଜୟ।

ଆହୁରି ପଢ଼ନ୍ତୁ: ରାଜସ୍ଥାନ ନିର୍ବାଚନ: ମୁଖ୍ୟମନ୍ତ୍ରୀ ପଦ ହରାଇଲେ କିନ୍ତୁ ନିର୍ବାଚନ ଜିତିଲେ, ଅଶୋକ ଗେହଲୋଟଙ୍କ ଷଷ୍ଠ ବିଜୟ

ଆଉ ଚର୍ଚ୍ଚାକୁ ଆସିଥିଲେ କଲ୍ୟାଣ ସିଂହ। କାରଣ କଲ୍ୟାଣ ସିଂହଙ୍କ ବିଜୟ ମାର୍ଜିନ ହିଁ ଥିଲା ସେହିଭଳି। ପ୍ରକୃତରେ କଲ୍ୟାଣ ସିଂହଙ୍କୁ ନିର୍ବାଚନରେ ମିଳିଥିଲା ୬୨,୨୧୬ ଭୋଟ । ଯେତେବେଳେକି ସିପି ଯୋଶୀଙ୍କୁ ମିଳିଥିଲା ୬୨,୨୧୫ ଭୋଟ୍‌ ମିଳିଥିଲା। ମାତ୍ର ଗୋଟିଏ ଭୋଟରେ କଂଗ୍ରେର ସିପି ଯୋଶୀ ହାରିଯାଇଥିଲେ। ଆଉ ନିଜର ପାରମ୍ପରିକ ସିଟ୍‌ ହରାଇଥିଲେ।

ବଡ଼ କଥା ହେଉଛି ସେ ସମୟରେ ସିପି ଯୋଶୀ ମୁଖ୍ୟମନ୍ତ୍ରୀ ପଦ ପାଇଁ ବଡ଼ ଦାବିଦାର ଥିଲେ। ଯଦି କଂଗ୍ରେସ ଏହି ନିର୍ବାଚନ ଜିତିଥାନ୍ତା’ ତାହେଲେ ସେ ନିଶ୍ଚୟ ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ। ହେଲେ ମାତ୍ର ଗୋଟିଏ ଭୋଟ୍ ରାଜସ୍ଥାନ ରାଜନୀତିକ ସମୀକରଣକୁ ବଦଳାଇଦେଇଥିଲା।

କର୍ଣ୍ଣାଟକରୁ ହୋଇଥିଲା ଆରମ୍ଭ:

ଏ ତ’ ଥିଲା ରାଜସ୍ଥାନ କଥା। ଗୋଟିଏ ଭୋଟ୍‌ର ମୂଲ୍ୟ କେତେ ଏହାର ପ୍ରମାଣ ୨୦୦୪ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ମଧ୍ୟ ଦେଖିବାକୁ ମିଳିଥିଲା। କର୍ଣ୍ଣାଟକର ସନ୍ଥେମରହଲ୍ଲୀ ନିର୍ବାଚନ ଆସନରୁ। ଭୋଟଗଣନା ପରେ ଏହି ସିଟ୍‌ର ଦୁଇ ପ୍ରମୁଖ ଦାବିଦାର ଥିଲେ ଜନତା ଦଳ ସେକ୍ୟୁଲାରର ଏ.ଆର.କ୍ରିଷ୍ଣମୂର୍ତ୍ତୀ ଏବଂ କଂଗ୍ରେସର ଧ୍ରୁବନାରାୟଣ।

ଆହୁରି ପଢ଼ନ୍ତୁ: ରାଜସ୍ଥାନ ବିଧାନସଭା ନିର୍ବାଚନ ଫଳାଫଳ ମନ୍ଦ ନୁହେଁ, ତେବେ ବିଜେପିର ବିଜୟ ପଛରେ ନାହିଁ ‘ମୋଦି ମ୍ୟାଜିକ୍’: କଂଗ୍ରେସ

ତେବେ ଫଳାଫଳ ଅନୁଯାୟୀ କ୍ରିଷ୍ଣମୂର୍ତ୍ତିୀଙ୍କୁ ମିଳିଥିଲା ୪୦,୭୫୧ ଭୋଟ୍‌ ଯେତେବେଳେକି ତାଙ୍କ ପ୍ରତିଦ୍ବନ୍ଦ୍ବୀ ଧ୍ରୁବନାରାୟଣଙ୍କୁ ମିଳିଥିଲା ୪୦ ହଜାର ୭୫୨ ଭୋଟ୍‌ । କେବଳ ଗୋଟିଏ ଭୋଟ୍‌ରେ କଂଗ୍ରେସର ଧ୍ରୁବନାରାୟଣ ବିଜୟୀ ହୋଇପାରିଥିଲେ। ଏହା ସହ ଏ.ଆର.କ୍ରିଷ୍ଣମୂର୍ତ୍ତୀ ବିଧାନସଭା ନିର୍ବାଚନ ଗୋଟିଏ ଭୋଟରୁ ହାରିବାରେ ପ୍ରଥମ ବ୍ୟକ୍ତି ହୋଇଯାଇଥିଲେ।

   Related Posts