ପୃଥିବୀରେ କେବେ ଖସିବ ସ୍ପେଶ୍ ଷ୍ଟେସନ୍ ? କେଉଁ ସ୍ଥାନ ହେବ ପ୍ରଭାବିତ, ଜାଣନ୍ତୁ...

Published By : Prameya-News7 Bureau | February 05, 2024 IST

ନୂଆଦିଲ୍ଲୀ ୦୫।୦୨: ବିପଦରେ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନ୍ । ମହାକାଶ ଗବେଷଣା ପାଇଁ ଆଉ ଫିଟ୍ ନୁହେଁ ସ୍ପେଶ୍ ଷ୍ଟେସନ୍ । ଏହାର ଅନେକ ଜିନିଷ ଖରାପ ହୋଇଗଲାଣି। ଏଥିପାଇଁ ସ୍ପେଶ୍ ଷ୍ଟେସନ୍‌କୁ ଫେରାଇ ଆଣିବାକୁ ହେଉଛି ଯୋଜନା । ୧୯୯୮ରେ ଦୁନିଆର ପାଖାପାଖି ୨୦ଟି ଦେଶ ଅନ୍ତରୀକ୍ଷରେ ଇଣ୍ଟରନ୍ୟାସନାଲ୍‌ ସ୍ପେଶ୍‌ ଷ୍ଟେସନ ସ୍ଥାପନ କରିଥିଲେ । ଯାହା ଅନ୍ତରୀକ୍ଷକୁ ୧୫ ବର୍ଷ ପାଇଁ ପଠାଯାଇଥିଲା ।

{"id":905158,"sizeSlug":"large","linkDestination":"none"}

କିନ୍ତୁ ବର୍ତ୍ତମାନ ଯାଏଁ ଏହି ସ୍ପେଶ୍‌ ଷ୍ଟେସନ୍‌ କାମ କରୁଛି । ବର୍ତ୍ତମାନ ଯାଏଁ ୨୦୦ରୁ ଅଧିକ ଅନ୍ତରୀକ୍ଷ ଯାତ୍ରୀ ଏହାର ଯାତ୍ରା କରିସାରିଲେଣି । ଇଣ୍ଟରନ୍ୟାସନାଲ୍‌ ସ୍ପେଶ୍‌ ଷ୍ଟେସନ୍‌ ନିଜ ବୟସର ଅନ୍ତିମ ଦିନରେ ରହିଛି । ଆଉ ଏଥିପାଇଁ ପୃଥିବୀକୁ ଫେରାଇ ଆଣିବାକୁ ଚେଷ୍ଠା କରାଯାଉଛି । ନାସା ଚେତାବନୀ ଦେଇଛି କି ଇଣ୍ଟରନ୍ୟାସନାଲ୍‌ ଷ୍ଟେସନ୍‌ ପୃଥିବୀରେ କେତେବେଳେ ବି ଖସିପାରେ ।

{"id":905159,"sizeSlug":"large","linkDestination":"none"}

ଏହା ପୃଥିବୀଠାରୁ ପାଖାପାଖି ୪୧୦ କିଲୋମିଟର ଦୂରରେ ରହିଛି । ଯାହାର ଓଜନ ୪ ଲକ୍ଷ ୫୦ ହଜାର କିଲୋ । ନାସାର କହିବା କଥା ହେଉଛି ୨୦୩୦ଯାଏଁ ସ୍ପେଶ୍‌ ଷ୍ଟେସନ୍‌କୁ ପୃଥିବୀକୁ ଓହ୍ଲାଇବାକୁ ଯୋଜନା କରାଯାଉଛି । ଆଉ ଏଥିରେ ଟିକେ ବି ଅସାବଧାନତା ବିପଦ ସୃଷ୍ଟି କରିପାରେ । ଯାହା ବଡ ଜନସଂଖ୍ୟାକୁ କ୍ଷତି ପହଞ୍ଚାଇପାରେ । ତେଣୁ ସତର୍କତାର ସହିତ ଏହାକୁ ପୃଥିବୀକୁ ଓହ୍ଲାଇବାକୁ ଚେଷ୍ଠା କରାଯାଉଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.