Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଫାସି ଦେବା ପୂର୍ବରୁ କୈଦୀ କାନରେ କ’ଣ କହେ ଜଲାଦ ଜାଣନ୍ତି କି? ଯଦି ଜାଣିନାହାନ୍ତି ଆସନ୍ତୁ ଜାଣିବା,ଅଟକି ଯିବ ନିଶ୍ୱାସ

17/06/2019 at 5:59 PM

କୌଣସି ଜଘନ୍ୟ ଅପରାଧ ନିମନ୍ତେ ଫାସି ହିଁ ସର୍ବ ଶେଷ ଦଣ୍ଡ। ଏହି ଦଣ୍ଡ ପାଳନ ହେଲେ ଅପାରାଧୀର ମୃତ୍ୟୁ ହୁଏ ଓ ତା ଅପରାଧରୁ ମୁକ୍ତି ମିଳିଯାଏ। ଏହି ଦଣ୍ଡ ବିଧାନ କରିବାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାମ ହେଉଛି ଜଲ୍ଲାଦର। ଜଲ୍ଲାଦ କୈଦୀକୁ ଫାସି ମଞ୍ଚକୁନେବା ସହ ତା ମୁହଁକୁ କପଡାରେ ଘୋଡାଇ ଗଳାରେ ଫାସି ପକାଇବା ସହ ତା କାନରେ କଣ ଫୁସ୍ଫୁସ୍ ହୋଇ କହିଥାଏ ଓ ତା ସହ ଲିଭର ଟାଣି ଦଣ୍ଡାଦେଶକୁ ପାଳନ କରେ। ତେବେ ଜଲ୍ଲାଦ କ’ଣ କହେ ଜାଣନ୍ତି କି ଆପଣ?  ଯଦି ଜାଣି ନାହାନ୍ତି ଆସନ୍ତୁ ଜାଣିବା ଫାସିଦଣ୍ଡ ବିଧାନର ତମାମ ନିୟମ ସମ୍ପର୍କରେ।

ତେବେ ପ୍ରଥମ କଥା ହେଲା କୋର୍ଟରେ ଯେତେବେଳେ ନ୍ୟାୟାଧୀଶ  କୌଣଶି ଅପରାଧୀଙ୍କ ବିରୋଧରେ ଏହି ଦଣ୍ଡ ବିଧାନ କରନ୍ତି ସେତେବେଳେ ଏ ସମ୍ପର୍କିତ ରାୟର ଫାଇଲରେ ଦସ୍ତଖତ କରିବା ସହ କଲମର ନିବ୍ ଭାଙ୍ଗନ୍ତି। ଅର୍ଥାତ ଅପରାଧୀର ଜୀବନ ସମାପ୍ତ ହୋଇଗଲା। ସେହିପରି ସବୁବେଳେ ଫାସିଦଣ୍ଡ ବିଧାନ ପ୍ରତ୍ୟୁଷରେ ହିଁ ହୋଇଥାଏ। କାରଣ ଜେଲରେ କୈଦୀମାନଙ୍କ ଦିନଚର୍ଯ୍ୟା ପ୍ରଭାବିତ ହେବାର ଆଶଙ୍କା ଥାଏ।  ଏହା ଛଡା ସକାଳ ହେବା ପୂର୍ବରୁ ଦଣ୍ଡବିଧାନ ହୋଇଥିଲେ ଦଣ୍ଡିତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ତାଙ୍କ ଦାହ ସଂସ୍କାର ନିମନ୍ତେ ଦିନସାରା ସମୟ ମଧ୍ୟ ମିଳିଥାଏ।

ଦଣ୍ଡିତ ହେବାକୁ ଥିବା ବ୍ୟକ୍ତିଙ୍କୁ ଦଣ୍ଡ ବିଧାନ ପୂର୍ବରୁ ଗାଧୋଇ ଦିଆଯିବା ସହ ପରିଧାନ ନିମନ୍ତେ ନୂଆବସ୍ତ୍ର ଦିଆଯାଏ। ପରେ ତାକୁ ଫାସି ମଞ୍ଚକୁ ନିଆଯାଇଥାଏ। ଯେଉଁବ୍ୟକ୍ତିକୁ ଫାସି ଦିଆ ଯାଏ ତାର ଶେଷ ସମୟରେ  ତା ସହ କେବଳ ଜଲ୍ଲାଦ ହିଁ ଥାଏ। ସବୁଠାରୁ ବଡ ଓ କଠିନ କାମକୁ ସେ ହିଁ କରିଥାଏ। ତେବେ ଫାସି ଦେବା ପୂର୍ବରୁ ସେ ଦଣ୍ଡିତ ହେଉଥିବା ବ୍ଯକ୍ତିର କାନରେ କିଛି ଗୁଣଗୁଣ କରି କହେ ଓ ତୁରନ୍ତ ଫାସି ମଞ୍ଚକୁ ଲାଗି ରହିଥିବା ଳିଭରକୁ ଭିଡିଦିଏ ଆଉ ଲିଭି ଯାଏ ଅପରାଧୀର ଜୀବନ ଦୀପ। ତେବେ ଜଲ୍ଲାଦ ଯାହା ଗୁଣଗୁଣାଏ ତାହା ହେଉଛି ‘ହିନ୍ଦୁ ହୋଇଥିଲେ ରାମ ରାମ , ମୁସଲମାନକୁ ସଲାମ… ସତ୍ୟର ରାସ୍ତାରେ ଆପଣ ଚାଲିବେ ଏହାହିଁ ମୋର କାମନା ’ ।

   Related Posts