ପାକିସ୍ତାନ ବିପକ୍ଷରେ ଦିନେଶ କାର୍ତ୍ତିକଙ୍କୁ ବାଦ୍ ଦେବା ନେଇ କ୍ଷୁବ୍ଧ ପ୍ରଶଂସକ, କହିଲେ- ଏ କି ପ୍ରକାର ନିଷ୍ପତ୍ତି ?
4/09/2022 at 8:33 PM

ଦୁବାଇ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏସିଆ କପ୍ରେ ସୁପର-୪ ମୁକାବିଲା ଖେଳାଯାଉଛି। ଦୁଇ ଦଳ ଗୋଟିଏ ସପ୍ତାହରେ ଦ୍ଵିତୀୟ ଥର ମୁହାଁମୁହିଁ ହୋଇଛନ୍ତି। ମୁକାବିଲାରେ ଟସ୍ ଜିତି ପାକିସ୍ତାନ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ଦଳ ଆଜି ତିନୋଟି ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଇଛି। ହେଲେ ଦଳର ଚୁଡାନ୍ତ ଏକାଦଶ ଦେଖି କ୍ରିକେଟ୍ ପ୍ରଶଂସକ ଆଚମ୍ବିତ। ବିଶେଷ କରି ଚୂଡାନ୍ତ ଏକାଦଶରୁ ଦିନେଶ କାର୍ତ୍ତିକଙ୍କୁ ବାଦ୍ ଦେବା କ୍ରିକେଟ୍ ପ୍ରବନ୍ଧକଙ୍କ ନିଷ୍ପତ୍ତିକୁ ପ୍ରଶଂସକ ନାପସନ୍ଦ କରିଛନ୍ତି।
ଆଜିର ମ୍ୟାଚ୍ରେ ଭାରତୀୟ ଦଳ ପରିବର୍ତ୍ତନ ହେବା ନିଶ୍ଚିତ ଥିଲା। ରବୀନ୍ଦ୍ର ଜାଡେଜା ଆହତ ହେବା କାରଣରୁ ଦଳରେ ଗୋଟିଏ ସ୍ଥାନ ଖାଲିଥିଲା। ହାର୍ଦ୍ଦିକଙ୍କ ପ୍ରତ୍ୟାବର୍ତ୍ତନ ନିଶ୍ଚିତ ଥିଲା। ମାତ୍ର ଏଠାରେ ବଡ ପରିବର୍ତ୍ତନକ୍ରମେ ଅଭେଶ ଖାନଙ୍କୁ ବାହାରେ ବସାଇ ରବି ବିଷ୍ଣୋଇଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯାଇଛି। ଦଳରେ ହାର୍ଦ୍ଦିକ ପାଣ୍ଡ୍ୟା, ଦୀପକ ହୁଡ୍ଡା ଏବଂ ରବି ବିଷ୍ଣୋଇଙ୍କ ପ୍ରତ୍ୟାବର୍ତ୍ତନ ଘଟିଛି। ଅନ୍ୟପଟେ ରବୀନ୍ଦ୍ର ଜାଡେଜା, ଦିନେଶ କାର୍ତ୍ତିକ ଏବଂ ଅଭେଶ ଖାନଙ୍କୁ ବାହାରେ ବସାଯାଇଛି।
ହେଲେ ଦିନେଶ କାର୍ତ୍ତିକଙ୍କୁ ଦଳରୁ ବାଦ୍ ଦିଆଯିବା ନିଷ୍ପତ୍ତିକୁ କ୍ରିକେଟ୍ ପ୍ରଶଂସକ ହଜମ କରି ପାରି ନାହାନ୍ତି। କିଛି ଲୋକ କହିଛନ୍ତି, ଦଳ ନିକଟରେ ବାମହାତୀ ବ୍ୟାଟସମ୍ୟାନ ନଥିବାରୁ ଏହି ପରିବର୍ତ୍ତନ କରାଯାଇଛି। ଆଉ କିଛି ଲୋକଙ୍କ କହିବା କଥା ଦମଦାର ଫର୍ମରେ ଥିବା ଦିନେଶ କାର୍ତ୍ତିକଙ୍କୁ ଚୂଡାନ୍ତ ଏକାଦଶରୁ ବାଦ୍ ଦେବା ନିଷ୍ପତ୍ତି ସଂପୂର୍ଣ୍ଣ ଭାବେ ଭୁଲ୍।
Rishabh Pant is the only left-handed batsman in the top 8. Quite understandable why Dinesh Karthik is dropped.#INDvsPAK #INDvPAK #AsiaCup2022
— Shashank (@Shashank97says) September 4, 2022
@ImRo45 Dinesh Karthik ek hero hai sir usko play 11 main khaaliye
— Sohan Karmakar (@SohanKa82847123) September 4, 2022
Phir dekhiye
Dinesh Karthik Anna 💔 pic.twitter.com/SBg1DhQe9S
— Abhishek Ojha (@vicharabhio) September 4, 2022
ଭାରତୀୟ ଦଳ– କେଏଲ ରାହୁଲ, ରୋହିତ ଶର୍ମା(ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ(ଓ୍ଵିକେଟ୍ କିପର), ଦୀପକ ହୁଡ୍ଡା, ଭୁବନେଶ୍ଵର କୁମାର, ରବି ବିଷ୍ଣୋଇ, ୟୁଜବେନ୍ଦ୍ର ଚହଲ ଏବଂ ଅର୍ଶଦୀପ ସିଂହ।
ପାକିସ୍ତାନ ଦଳ– ବାବର ଆଜମ(ଅଧିନାୟକ), ମହମ୍ମଦ ରିଜଓ୍ଵାନ(ଓ୍ଵିକେଟ୍ କିପର), ଫକର ଜମାନ, ଇଫତିକାର ଅହମ୍ମଦ, ଖୁସଦିଲ ଶାହ, ଆସିଫ ଅଲ୍ଲୀ, ଶାଦାବ ଖାନ, ମହମ୍ମଦ ନଓ୍ଵାଜ, ହାରିସ ରାଉଫ, ମହମ୍ମଦ ହସନେନ ଏବଂ ନସୀମ ଶାହ।