ଟ୍ବିଙ୍କଲଙ୍କୁ ବିବାହ ପାଇଁ ଅକ୍ଷୟଙ୍କ ଆଗରେ ଡିମ୍ପଲ୍ ରଖିଥିଲେ ଅଦ୍ଭୁତ ସର୍ତ୍ତ : କାରଣ ଖିଲାଡି କୁମାରଙ୍କୁ ସେ ଭାବୁଥିଲେ ଅଲଗା କିଛି, କ'ଣ ​‌ସେ କାରଣ...

Published By : Prameya-News7 Bureau | May 06, 2020 IST

ମୁମ୍ବାଇ ୬/୫: କରୋନା ଭାଇରସଠୁ ବର୍ତ୍ତିବା ପାଇଁ ଲୋକେ ନିଜ ନିଜ ଘରେ ସେଲ୍ଫ ଆଇସୋଲେସନରେ ଅଛନ୍ତି। ଏହା ମହାମାରୀଠୁ ବର୍ତ୍ତିବା ପାଇଁ ସେଲିବ୍ରିଟିମାନେ ମଧ୍ୟ ନିଜ ପରିବାର ସହ ସମୟ ବିତାଉଛନ୍ତି। ସୋସିଆଲ ମିଡିଆରେ ସେଲିବ୍ରିଟିମାନେ ନିଜ ଫ୍ୟାନ୍ସଙ୍କୁ ଭେଟୁଛନ୍ତି। ପୁରୁଣା କଥା,ଫଟୋ ଆଦି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। ଏପରି ଅକ୍ଷୟ କୁମାର ଏବଂ ତାଙ୍କ ଶାଶୁ ଡିମ୍ପଲ୍ କପାଡ଼ିଆଙ୍କ ଏକ ଘଟଣା ଏବେ ଭାଇରାଲ୍ ହେବାରେ ଲାଗିଛି। ଅକ୍ଷୟ କୁମାର ଏବଂ ଟ୍ବିଙ୍କଲ୍ ଖାନ୍ନାଙ୍କ ବିବାହକୁ ୧୯ବର୍ଷ ପୂରି ଗଲାଣି। କିନ୍ତୁ ଆପଣ ଜାଣିଛନ୍ତି କି ବିବାହ ପାଇଁ ଅକ୍ଷୟ କୁମାର ଡିମ୍ପଲ୍ କପାଡ଼ିଆଙ୍କ ସାମନାରେ ଅଦ୍ଭୁତ ସର୍ତ୍ତ ରଖିଥିଲେ।

{"id":265781,"sizeSlug":"large"}

ଅକ୍ଷୟ କୁମାର ଏବଂ ଟ୍ବିଙ୍କଲ୍ ଖାନ୍ନା ବଲିଉଡର ବେଷ୍ଟ କପଲ୍ ଭାବେ ଜଣାଯାଆନ୍ତି। ଉଭୟଙ୍କ ବଣ୍ଡିଂ ତାଙ୍କ ଫ୍ୟାନ୍ସଙ୍କୁ ଖୁବ୍ ପସନ୍ଦ। ଟ୍ବିଙ୍କଲ୍ ଖାନ୍ନାଙ୍କ ସହ ଅକ୍ଷୟଙ୍କ ବିବାହକୁ ନେଇ ବଡ଼ କାହାଣୀ ବି ରହିଛି। ନିଜ ଝିଅ ଟ୍ବିଙ୍କଲଙ୍କ ବିବାହ ଅକ୍ଷୟଙ୍କ ସହ କରିବା ପୂର୍ବରୁ ଶାଶୁ ଡିମ୍ପଲ୍ ତାଙ୍କୁ ଗେ ଭାବୁଥିଲେ। ଏଥିପାଇଁ ସେ ବିବାହ ପୂର୍ବରୁ ଏକ ସର୍ତ୍ତ ରଖିଥିଲେ। ୨୦୧୬ମସିହାରେ ଅକ୍ଷୟ ଏବଂ ଟ୍ବିଙ୍କଲ୍ କରଣ ଜୋହରଙ୍କ ଶୋକୁ ପହଞ୍ଚିଥିଲେ ଯେଉଁଠାରେ ସେ ନିଜ ବିବାହ ଏବଂ ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ ଖୁଲାସା କରିଥିଲେ।

{"id":265782,"sizeSlug":"large"}

ଶୋରେ ଟ୍ବିଙ୍କଲ୍ ନିଜ ବିବାହକୁ ନେଇ ସବୁଠୁ ବଡ଼ ଖୁଲାସା କରିଥିଲେ ଯେ ତାଙ୍କ ମାଆ ଅକ୍ଷୟଙ୍କୁ ଗେ ଭାବୁଥିଲେ। ତାଙ୍କୁ ଏପରି ସନ୍ଦେହ ଏଥିପାଇଁ ହୋଇଥିଲା ଯେ କାରଣ ତାଙ୍କର ଜଣେ ସାମ୍ବାଦିକ ବନ୍ଧୁ କହିଥିଲେ ଯେ ଅକ୍ଷୟ ଗେ ଅଟନ୍ତି। ଏହା ପରେ ଯେତେବେଳେ ତାଙ୍କ ବିବାହ କଥାବାର୍ତ୍ତା ହୋଇଥିଲା ସେତେବେଳେ ତାଙ୍କ ବିଷୟରେ ଖୋଳତାଡ଼ ହୋଇଥିଲା।

{"id":265783,"sizeSlug":"large"}

ଅକ୍ଷୟ ଏବଂ ଟ୍ବିଙ୍କଲଙ୍କ ୨ଥର ନିର୍ବନ୍ଧ ହୋଇଥିଲା,କିନ୍ତୁ ଭାଙ୍ଗି ଯାଇଥିଲା। ପ୍ରକୃତରେ,ଯେତେବେଳେ ଅକ୍ଷୟ,ଟ୍ବିଙ୍କଲଙ୍କୁ ବିବାହ ପାଇଁ ପ୍ରପୋଜ କରିଥିଲେ ସେତେବେଳେ ଟ୍ବିଙ୍କଲଙ୍କ ଫିଲ୍ମ ‘ମେଲା’ ରିଲିଜ ହେବାର ଥିଲା। ଟ୍ବିଙ୍କଲ୍ କନଫିଡେଣ୍ଟ ଥିଲେ ଯେ ଏହି ଫିଲ୍ମ ସଫଳ ହେବ। ଟ୍ବିଙ୍କଲ୍ ତାଙ୍କୁ କହିଥିଲେ ଯେ ଯଦି ଫିଲ୍ମ ଫ୍ଲପ୍ ହେବ ତେବେ ସେ ତାଙ୍କୁ ବିବାହ କରି ନେବେ। ମେଲା ଫ୍ଲପ୍ ହେବା ପରେ ଟ୍ବିଙ୍କଲ୍ ବିବାହ କରିବାକୁ ରାଜି ହୋଇଯାଇଥିଳେ କିନ୍ତୁ ତଥାପି ତାଙ୍କ ବିବାହ ହୋଇପାରିନଥିଲା।

{"id":265784,"sizeSlug":"large"}

ଟ୍ବିଙ୍କଲଙ୍କ ମାଆ ଡିମ୍ପଲ୍ କପାଡ଼ିଆ ଅକ୍ଷୟଙ୍କ ସହ ବିବାହ କରାଇବାକୁ ସିଧା ମନା କରିଦେଇଥିଲେ। ଅକ୍ଷୟଙ୍କ ସାମନା​‌ରେ ସର୍ତ୍ତ ରଖିଥିଲେ ଯେ ବର୍ଷେ ଯାଏଁ ଊଭୟଙ୍କୁ ଏକାଠି ରହିବାକୁ ପଡ଼ିବ। ବର୍ଷେ ଯାଏଁ ଏକାଠି ରହିବା ପରେ ଉଭୟଙ୍କ ବିବାହ ହୋଇଥିଲା। ଏହି ବର୍ଷକ ଭିତରେ ଅକ୍ଷୟଙ୍କ ପରିବାରରେ କାହାକୁ କେଉଁ ରୋଗ,ତାଙ୍କ ପରିବାରରେ ଲୋକେ ଶୀଘ୍ର ଚନ୍ଦା ହୁଅନ୍ତି କି ନାହିଁ,କାହାର କେଉଁ ରୋଗରେ ମୃତ୍ୟୁ ହୋଇଥିଲା ଏସବୁ ବିଷୟରେ ପୂରା ରେକର୍ଡ଼ ଚେକ୍ କରିଥିଲେ ଏବଂ ଠିକ୍ ବର୍ଷକ ପରେ ଦୁହେଁ ବିବାହ କରିଥିଲେ। ଉଭୟେ ୨୦୦୧ମସିହାରେ ବିବାହ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.