୨୦ କିଲୋ ଓଜନ କମାଅ, ତାପରେ ମୁଁ ଟିମ୍‌ରେ ନେବି.. ଏମିତି କିଛି ସର୍ତ୍ତ ରଖିଥିଲେ ଧୋନି

Published By : Prameya-News7 Bureau | December 11, 2023 IST

ମୁମ୍ବାଇ ୧୧।୧୨ : ମହେନ୍ଦ୍ର ସିଂହ ଧୋନି । ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ତଥା ଚେନ୍ନାଇ ସୁପର କିଙ୍ଗସ୍‌ରେ ଏବେକାର ଅଧିନାୟକ । ଚେନ୍ନାଇ ଟିମ୍‌କୁ ପାଞ୍ଚ ଥର ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ୍‌ କରିବାରେ ଧୋନିଙ୍କ ଭୂମିକା ବେଶ୍ ଥିଲା ଗୁରୁତ୍ୱପୂର୍ଣ୍ଣ । ଆଇପିଏଲ୍‌ ଇତିହାସରେ ସବୁଠୁ ସଫଳ ଟିମ୍‌ ମଧ୍ୟରେ ଚେନ୍ନାଇ ଅନ୍ୟତମ । ଏବେ ଧୋନିଙ୍କ କ୍ରିକେଟ୍‌ ସେନ୍ସକୁ ନେଇ ଆଫଗାନିସ୍ତାନ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ବଡ଼ ଖୁଲାସା କରିଛନ୍ତି ।

wp:embed {"url":"https://www.prameyanews7.com/gambhir-reaction-on-virat-kohli-and-rohit-sharma-t20-career/","type":"wp-embed","providerNameSlug":"prameya-news-7"}
https://www.prameyanews7.com/gambhir-reaction-on-virat-kohli-and-rohit-sharma-t20-career/
/wp:embed

ଏକା ଗଣମାଧ୍ୟମକୁ ସାକ୍ଷାତକାରରେ ଅସଗର ଆଫଗାନ କହିଛନ୍ତି ଯେ, ୨୦୧୮ର ଏସିଆ କପ୍‌ରେ ଭାରତ-ଆଫଗାନିସ୍ତାନ ମଧ୍ୟରେ ଏକ ମୁକାବିଲା ଖେଳାଯାଇଥିଲା । ଯେଉଁ ମ୍ୟାଚ୍‌ର ପରିଣାମ ଟାଇରେ ହିଁ ଶେଷ ହୋଇଥିଲା । ତେବେ  ମ୍ୟାଚ୍‌ ଶେଷରେ ପରେ ଅଧିନାୟକ ଅସଗର ଆଫଗାନ  ଏବଂ ଧୋନିଙ୍କ ମଧ୍ୟରେ ବହୁ ସମୟ ଧରି ଆଲୋଚନା ଚାଲିଥିଲା । ଏହି ଆଲୋଚନାରେ ମୁଁ କହିଥିଲି କି, ଧୋନି ଭାଇ ମହମ୍ମଦ ଶେହଜାଦ୍‌ ଆପଣଙ୍କର ଜଣେ ବଡ଼ ଫ୍ୟାନ୍‌ । ତେଣୁ ଶେହଜାଦ୍‌ ଆପଣ ଆଇପିଏଲ୍‌ ଟିମ୍‌ରେ ସାମିଲ କରିଦିଅନ୍ତୁ । ଆପଣ (ଧୋନି)ଙ୍କ ନେତୃତ୍ୱରେ ଖେଳିବାକୁ ଶେହଜାଦଙ୍କ ବହୁ ଇଚ୍ଛା ରହିଛି ।

wp:embed {"url":"https://www.prameyanews7.com/bcci-secretary-jay-shah-on-rohit-sharmas-return-as-t20-captain/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bcci-secretary-jay-shah-on-rohit-sharmas-return-as-t20-captain/
/wp:embed

ତେବେ ଅସଗରଙ୍କ ପ୍ରଶ୍ନର ଉତ୍ତର ରଖି ଧୋନି କହିଥିଲେ କି, ମୁଁ ତାଙ୍କୁ (ଶେହଜାଦ) ମୋ ଦଳରେ ସାମିଲ କରିବାକୁ ରାଜି ଅଛି । କିନ୍ତୁ ତା ବଦଳରେ ଶେହଜାଦଙ୍କୁ ୨୦ କିଲୋ ଓଜନ କମାଇବାକୁ ପଡିବ । ଧୋନିଙ୍କ ଏଭଳି ମଜାଳିଆ ଉତ୍ତର ପାଇ ଆମେ ସମସ୍ତେ ହସିଥିଲୁ । ଆଉ ସିରିଜ୍‌ ଶେଷ ପରେ ଆଫଗାନିସ୍ତାନ ଫେରୁଥିଲୁ । ସେଠାରେ ଶେହଜାଦ ଆଇପିଏଲ୍‌ରେ ଖେଳିବା ଲାଗି ବହୁ ପରିଶ୍ରମ କରିଥିଲେ । କିନ୍ତୁ ତାଙ୍କ ଓଜନ ୨୦ କିଲୋ କମିବା ବଦଳରେ ମାତ୍ର ୫ କେଜି ହିଁ କମିଥିଲା ।

wp:embed {"url":"https://www.prameyanews7.com/lungi-ngidi-ruled-out-of-t20is/","type":"wp-embed","providerNameSlug":"prameya-news-7"}
https://www.prameyanews7.com/lungi-ngidi-ruled-out-of-t20is/
/wp:embed

ସୂଚନାଯୋଗ୍ୟ ଯେ, ୨୦୧୮ ଏସିଆ କପ୍‌ରେ ଭାରତ ଏବଂ ଆଫଗାନିସ୍ତା ମଧ୍ୟରେ ଏକ ମୁକାବିଲା ଖେଳାଯାଉଥିଲା । ଉକ୍ତ ମ୍ୟାଚ୍‌ଟି ଟାଇ ହୋଇଥିଲା । ଏହି ମ୍ୟାଚ୍‌ରେ ମହମ୍ମଦ ଶେହଜାଦ୍‌ ୧୧୬ ବଲ୍‌ ଖେଳି ୧୨୪ ରନ୍‌ରେ ପାରି ଖେଳିଥିଲେ । ଏଥିରେ ୧୧ଟି ଚୌକା ଏବଂ ଗୋଟିଏ ଛକ ସାମିଲ ରହିଥିଲା । ଏହି ମ୍ୟାଚ୍‌ରେ ଆଫଗାନିସ୍ତାନ ଟିମ୍‌ ପ୍ରଥମେ ବ୍ୟାଟିଂ କରି ୨୫୨ ରନ୍‌ କରିଥିଲା । ଜବାବରେ ଭାରତୀୟ ଦଳ ମଧ୍ୟ ୨୫୨ ରନ୍‌ ହିଁ କରିବାର ସମର୍ଥ ହୋଇଥିଲା । ଉକ୍ତ ମ୍ୟାଚ୍‌ରେ ମହମ୍ମଦ ଶେହଜାଦ୍‌ଙ୍କ ଶତକୀୟ ପାରି ଲାଗି ମ୍ୟାନ୍‌ ଅଫି ମ୍ୟାଚ୍‌ର ପୁରସ୍କାର ଦିଆଯାଇଥିଲା ।

wp:embed {"url":"https://www.prameyanews7.com/tripti-dimri-shares-parents-reaction-on-her-intimate-scenes/","type":"wp-embed","providerNameSlug":"prameya-news-7"}
https://www.prameyanews7.com/tripti-dimri-shares-parents-reaction-on-her-intimate-scenes/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.