ମହିଳା ବଦଳରେ ପୁରୁଷ ହୋଇଗଲେ ଗର୍ଭବତୀ, ମାର୍ଚ୍ଚ ମାସରେ ଆସିବ ନୂଆ ଅତିଥି
7/02/2023 at 4:23 PM

କୋଚି 07/02 : ପୁରୁଷ କେବେ ଗର୍ଭବତୀ ହେବା କଥା ଶୁଣିଛନ୍ତି ? ହୁଏତ ନା। ହେଲେ ଉନ୍ନତ ମାନର ଟେକ୍ନୋଲୋଜି ପାଇଁ ଆଜିକାଲି ସବୁ ହେଉଛି ସମ୍ଭବ। ଏଠି ବି ସେମିତି ଏକ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ଟ୍ରାନ୍ସ ଜେଣ୍ଡର ଦମ୍ପତ୍ତି। ଏମାନେ ହେଲେ ୨୧ ବର୍ଷୀୟ ଜିୟା ପାୱଲ ଓ ୨୩ ବର୍ଷୀୟ ଜହାଦ୍। କେରଳର କୋଝିକୋଟରେ ରୁହନ୍ତି ଏହି ଟ୍ରାନ୍ସଜେଣ୍ଡର ଦମ୍ପତି। ଉଭୟେ ସୋସିଆଲ ମିଡିଆରେ ଜଣାଇଛନ୍ତି ଏହି ଶୁଭ ଖବର। ଆସନ୍ତା ମାର୍ଚ୍ଚରେ ନୂଆ ଅତିଥିଙ୍କୁ ଦୁହେଁ ସ୍ୱାଗତ କରିବାକୁ ପ୍ରସ୍ତୁତ।

ଜନ୍ମରୁ ଝିଅ ଥିଲେ ଜହାଦ୍। ପରେ ହେଲେ ପୁଅ। ଆଉ ଏବେ ସେ ଗର୍ଭବତୀ। ଆଶ୍ଚର୍ଯ୍ୟ ଲାଗିଲେ ବି ଘଟଣାଟି ସତ। ଜିୟା ଏବଂ ଜହାଦ୍ ୩ ବର୍ଷ ହେବ ଏକାଠି ରହୁଛନ୍ତି । ଜିୟା ଜନ୍ମରୁ ପୁଅ ଥିଲେ । କିନ୍ତୁ, ପରେ ଅସ୍ତ୍ରୋପଚାର ଦ୍ୱାରା ସେ ଝିଅ ହୋଇଥିଲେ । ସେହିପରି ଜହାଦ୍ ଜଣେ ଝିଅ ରୂପରେ ଜନ୍ମ ନେଇଥିବାବେଳେ ସେ ଏବେ ପୁଅ ହୋଇଛନ୍ତି । ତେବେ ଜହାଦ୍ ସମ୍ପୂର୍ଣ୍ଣ ଭାବେ ପୁଅ ହେବା ପୂର୍ବରୁ ଜିୟାଙ୍କ ପିଲାର ମା’ ହେବାକୁ ଯାଉଛନ୍ତି । ଲିଙ୍ଗ ପରିବର୍ତ୍ତନ ଲାଗି ଜହାଦ୍ଙ୍କ ଗର୍ଭାଶୟ ଏବଂ ଅନ୍ୟ କିଛି ଅଙ୍ଗକୁ କଢ଼ାଯାଇଥାନ୍ତା । କିନ୍ତୁ, ସେ ଗର୍ଭବତୀ ହେବାପରେ ତାଙ୍କ ଲିଙ୍ଗ ପରିବର୍ତ୍ତନ ପ୍ରକ୍ରିୟାକୁ ରୋକାଯାଇଛି।

ଦମ୍ପତିଙ୍କ ଅନୁସାରେ, ଉଭୟେ ସ୍ୱତନ୍ତ୍ର ଜୀବନ ବଞ୍ଚିବାକୁ ଇଚ୍ଛା କରିଥିଲେ । ଜିୟା ଜଣେ ଶାସ୍ତ୍ରୀୟ ନୃତ୍ୟ ଶିକ୍ଷକ । ସେ ଜନ୍ମରୁ ଝିଅ ନୁହଁନ୍ତି କିମ୍ବା ତାଙ୍କ ଶରୀରର ଗଠନ ମଧ୍ୟ ଝିଅଙ୍କ ଭଳି ନୁହେଁ । କିନ୍ତୁ, ସେ ନିଜକୁ ଜଣେ ମହିଳା ବୋଲି ଭାବନ୍ତି । ଏକାଠି ରହିବା ବେଳେ ଉଭୟେ ଏକ ଶିଶୁ ପାଇଁ ଇଚ୍ଛା କରିଥିଲେ । ମା’ ଡାକ ଶୁଣିବାକୁ ଇଚ୍ଛା ଥିଲା ଜିୟାଙ୍କର । ସେହିପରି ଜହାଦ୍ଙ୍କର ମଧ୍ୟ ବାପା ହେବାକୁ ଇଚ୍ଛା ଥିବା ପ୍ରକାଶ କରିଛନ୍ତି ଜିୟା । ପ୍ରସବ ପରେ ଜହାଦ୍, ଟ୍ରାନ୍ସ ମ୍ୟାନ୍ ବା ପୁରୁଷ ହେବା ପାଇଁ ପୁଣି ଡାକ୍ତରୀ ପ୍ରକ୍ରିୟା ଆରମ୍ଭ କରିବେ ବୋଲି କହିଛନ୍ତି । ଉଭୟ ଭାବିଚିନ୍ତି ଏହି ନିଷ୍ପତ୍ତି ନେଇଥିବା ଜିୟା ପ୍ରକାଶ କରିଛନ୍ତି । ଜିୟା ସୋସିଆଲ୍ ମିଡିଆରେ ଏକଥା କହିଛନ୍ତି ଯେ, ଟ୍ରାନ୍ସଜେଣ୍ଡର ସମୁଦାୟରେ ଏହି ମାମଲା ପ୍ରଥମ।
ଜିୟା ଆହୁରି କହିଛନ୍ତି ଯେ, ଟ୍ରାନ୍ସ ପୁରୁଷ ଓ ଟ୍ରାନ୍ସ ମହିଳା ହେବାରେ ଜାରି ରହିଛି ଆମ ଯାତ୍ରା। ମୁଁ ମୋ ହର୍ମନ ଉପଚାର ଜାରି ରଖିବି। ଡେଲିଭରିର 6ମାସ କିମ୍ବା ଏକ ବର୍ଷ ପରେ ଟ୍ରାନ୍ସ ମ୍ୟାନ୍ ହେବା ଚିକିତ୍ସା ଜାରି ରଖିବି। ’