scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କେବେ ଖୋଳାଯାଇଥିଲା ପ୍ରଥମ ତୈଳକୂପ ? କେମିତି ସୃଷ୍ଟି ହୋଇଥିଲା ଶିଳ୍ପ ବିପ୍ଳବ ?

19/07/2023 at 3:34 PM

ନୂଆଦିଲ୍ଲୀ ୧୯।୦୭: ଦିନକୁ ଦିନ ବଢିବାରେ ଲାଗିଛି ତୈଳଦର । କାରଣ ଋଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ତୈଳ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି । କିନ୍ତୁ ସମସ୍ତଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବ ଯେ କେବେ ଖୋଳା ଯାଇଥିଲା ପ୍ରଥମ ତୈଳକୂପ । ୧୬୧ ବର୍ଷ ପୂର୍ବେ ଅର୍ଥାତ୍ ୧୮୫୯ରେ ପ୍ରଥମେ ଖୋଳାଯାଇଥିଲା ତୈଳକୂଅ । ଆଉ ଉନବିଂଶ ଶତାବ୍ଦୀରେ ଆରମ୍ଭ ହୋଇଥିଲା କୋଇଲାରୁ ତୈଳ ଉତ୍ପାଦନ । କିନ୍ତୁ ସେତେବେଳେ ବାହାରୁଥିବା ତେଲର ପରିମାଣ ବହୁତ କମ୍ ଥିଲା। ଆଉ ମୂଲ୍ୟ ଥିଲା ବହୁତ ଅଧିକ ।

ଏଥିପାଇଁ କୋଇଲା ବ୍ୟତୀତ ଅନ୍ୟ ଉପାୟରେ ତୈଳ ଉପାଦାନ ପାଇଁ ଚାଲିଲା ପରିକ୍ଷଣ । ଦୀର୍ଘ ସମୟର ଅନୁସନ୍ଧାନ ପରେ ଉତ୍ତର ଆମେରିକାର ଏଡୱିନ୍ ଏଲ୍ ଡ୍ରେକ୍ ଶେଷରେ ଖଣିଜ ତେଲର ପାଇଥିଲେ ସନ୍ଧାନ ।  ଆଉ ୧୮୫୯ରେ  ଏଡୱିନ୍ ଆମେରିକାର ପେନସିଲଭାନିଆର ଟିଟୁସଭିଲରେ ବିଶ୍ୱର ପ୍ରଥମ ତୈଳ କୂଅ ଖୋଳିଥିଲେ ।  ୧୯୬୭ ସୁଦ୍ଧା ଉତ୍ତର ଆମେରିକାରେ ଖଣିଜ ତେଲର ଆବିଷ୍କାର ବିଶ୍ୱରେ ଆଣିଥିଲା ପରିବର୍ତ୍ତନ ।   

ଆମେରିକା ପରେ ଖଣିଜ ତେଲର ଅନୁସନ୍ଧାନ ଅନ୍ୟ ଦେଶରେ ମଧ୍ୟ ଆରମ୍ଭ  ହୋଇଥିଲା । ଯାହା ସୃଷ୍ଟି କରିଥିଲା ଶିଳ୍ପ ବିପ୍ଳବ । ବର୍ତ୍ତମାନ ସମୟରେ ଆରବ କିମ୍ବା ଗଲ୍ଫ ଦେଶଗୁଡ଼ିକରେ ବିଶ୍ୱର ସର୍ବାଧିକ ଖଣିଜ ତୈଳକୂଅ ରହିଛି । ଏହି ଦେଶଗୁଡ଼ିକ ସମଗ୍ର ବିଶ୍ୱରେ ତୈଳ ରପ୍ତାନି କରିଥାନ୍ତି ।

ଭାରତ ସ୍ବାଧୀନ ହେବା ପର୍ଯ୍ୟନ୍ତ କେବଳ ଆସାମରୁ ଖଣିଜ ତୈଳ ବାହାର କରାଯାଇଥିଲା । କିନ୍ତୁ ପରେ ଗୁଜୁରାଟ ଏବଂ ବମ୍ବେରେ ମଧ୍ୟ ଖଣିଜତୈଳର ଖୋଜା ଯାଇଥିଲା । ସୂଚନା ଅନୁଯାୟୀ, ଭାରତରେ ୧୪.୧ ଲକ୍ଷ ବର୍ଗ କିଲୋମିଟର ଯାଏଁ  ସମ୍ଭାବ୍ୟ ତୈଳ କ୍ଷେତ୍ର ରହିଛି । ଭାରତର ମୋଟ ଖଣିଜ ତୈଳ ଭଣ୍ଡାର ୧୭୫୦ ଲକ୍ଷ ଟନ୍ ବୋଲି କୁହାଯାଉଛି ।

You Can Read:

   Related Posts