ଆଙ୍ଗ୍ରି ଅମିତାଭଙ୍କ ରିଲ୍ ଆକ୍ସନରୁ ରିୟଲ ଇମପାକ୍ଟ : ବିନୋଦ ଖାନ୍ନାଙ୍କ ଓଠ ତଳେ ରହିଯାଇଥିଲା ଦାଗ…କିପରି?
9/05/2020 at 5:24 PM

ମୁମ୍ବାଇ ୯/୫: ଅମିତାଭ ବଚ୍ଚନଙ୍କ ପାଇଁ ୧୯୮୩ମସିହା ଚ୍ୟାଲେଞ୍ଜ ପୂର୍ଣ୍ଣ ଥିଲା। ସେ ଏହି ସମୟରେ ଫିଲ୍ମ କୁଲିରେ କାମ କରୁଥିଲେ ଏବଂ ଏକ ଫାଇଟ୍ ସିନ୍ ସୁଟିଂ ସମୟରେ ଗୁରୁତର ଭାବେ ଆହତ ହୋଇଯାଇଥିଲେ। ଅମିତାଭ ବଚ୍ଚନଙ୍କ ପାଇଁ ପୂରା ଭାରତ ପ୍ରାର୍ଥନା କରିଥିଲା। ଅମିତାଭ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ଡାକ୍ତରଙ୍କ ଆପ୍ରାଣ ଉଦ୍ୟମରେ ସୁସ୍ଥ ହୋଇଥିଲେ।

ଅମିତାଭଙ୍କ ସହ ଫାଇଟ୍ ସିନରେ ସାମିଲ ଥିବା ପୁନିତ ଇସ୍ସର ଗଭୀର ଦୁଃଖ ପ୍ରକାଶ କରିଥିଲେ। ଏହି ଫିଲ୍ମ ରିଲିଜ ହେବାର ୫ବର୍ଷ ପୂର୍ବରୁ ମଧ୍ୟ ଏପରି ଅବସର ଆସିଥିଲା ଯେତେବେଳେ ଅମିତାଭଙ୍କୁ ପୁନିତ ଇସ୍ସର ଭୋଗିଥିବା ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥିଲା। ୧୯୭୮ମସିହାରେ ମୁକଦ୍ଦର କା ସିକନ୍ଦର ରିଲିଜ ହୋଇଥିଲା। ଏହି ଫିଲ୍ମରେ ଅମିତାଭ ବଚ୍ଚନ ଏବଂ ବିନୋଦ ଖାନ୍ନା ମୁଖ୍ୟ ଭୂମିକାରେ ଥିଲେ। ଉଭୟେ ସେହି ସମୟରେ ସୁପରଷ୍ଟାର ଭାବେ ଜଣା ଯାଉଥିଲେ ଏବଂ ଫିଲ୍ମଟି ମଧ୍ୟ ବକ୍ସ ଅଫିସରେ ଚମତ୍କାର ପ୍ରଦର୍ଶନ କରିଥିଲା। ଅମିତାଭଙ୍କ ସହ ଏକ ସିନ୍ ସମୟରେ ବିନୋଦ ଖାନ୍ନା ଆହତ ହୋଇଯାଇଥିଲେ।

ଏହି ଫିଲ୍ମରେ ଏକ ସିନ୍ ଥିଲା ଯେଉଁଥିରେ ଅମିତାଭ ବଚ୍ଚନଙ୍କୁ ବିନୋଦ ଖାନ୍ନାଙ୍କ ଉପରେ ଏକ ଗ୍ଲାସ୍ ଫିଙ୍ଗିବାର ଥିଲା ଏବଂ ବିନୋଦ ଖାନ୍ନାଙ୍କୁ ସେହି ସମୟରେ ନଇଁ ଯାଇ ଏହି ଆକ୍ରମଣରୁ ବର୍ତ୍ତିବାର ଥିଲା। ଶର୍ଟ ସମୟରେ ଅମିତାଭ ଜୋରରେ ଗ୍ଲାସ୍ ଉଠାଇ ମାରିଥିଲେ କିନ୍ତୁ ବିନୋଦ ଠିକ୍ ସମୟରେ ତଳକୁ ନଇଁ ପାରିନଥିଲେ ଗ୍ଲାସ୍ ତାଙ୍କ ଉପରକୁ ବାଜିଥିଲା ଯାହା ଯୋଗୁଁ ବିନୋଦଙ୍କ ଥୋଡ଼ି (ଓଠ ତଳେ) ପରମାନେଣ୍ଟ ଦାଗ ରହିଯାଇଥିଲା। ଅମିତାଭ ଲଗାତାର ବିନୋଦଙ୍କୁ କ୍ଷମା ମାଗିଥିଲେ ଏବଂ ସେ ଏଥିପାଇଁ ବହୁତ ଲଜ୍ଜିତ ଥିଲେ। ଅମିତାଭ ସେ ଠିକ୍ ହୋଇଛନ୍ତି କି ନାହିଁ ବୋଲି ଦେଖିବାକୁ ବିନୋଦଙ୍କ ଘରକୁ ଯାଇଥିଲେ। ଚିକିତ୍ସା ପରେ ବିନୋଦ ପୂରାପୂରି ଠିକ୍ ହୋଇଯାଇଥିଲେ।
