ପ୍ରଥମଥର ଭାରତୀୟ ନୋଟ୍ରେ କେବେ ଛପା ଯାଇଥିଲା ଗାନ୍ଧିଜୀଙ୍କ ଫଟୋ ଏବଂ କେଉଁଠାରେ ଉଠାଯାଇଥିଲା ଏହି ଫଟୋ, ଜାଣନ୍ତୁ
2/10/2020 at 1:58 PM

ନୂଆଦିଲ୍ଲୀ ୦୨/୧୦ : ସର୍ବ ପ୍ରଥମେ ୧୯୬୯ ମସିହାରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଭାରତୀୟ ନୋଟରେ ଛପା ଯାଇଥିଲା । ଏହି ବର୍ଷ ଗାନ୍ଧୀଙ୍କ ଜନ୍ମ ଶତବାର୍ଷିକୀ ଥିଲା । ଏହି ନୋଟରେ ଗାନ୍ଧୀଙ୍କ ପଛପଟେ ସେବାଗ୍ରାମ ଆଶ୍ରମର ଫଟୋ ମଧ୍ୟ ଥିଲା । ଯେତେବେଳେ ପ୍ରଥମଥର ମହାତ୍ମା ଗାନ୍ଧୀଙ୍କ ଫଟୋ ଭାରତୀୟ ନୋଟରେ ଛପା ଯାଇଥିଲା ସେତେବେଳେ ଇନ୍ଦିରା ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ଥିଲେ । ସେତେବେଳେ ଏଲ କେ ଝା ଆଇବିଆଇ ଗଭର୍ନର ଥିଲେ।

୧୯୪୭ ମସିହାରେ ଭାରତ ସ୍ୱାଧୀନ ହେବାପରେ ଅନୁଭବ କରାଯାଇଥିଲା ଯେ ଭାରତୀୟ ନୋଟରୁ ବ୍ରିଟିଶ କିଙ୍ଗ ଜର୍ଜଙ୍କ ଫଟୋ ହଟାଇ ମହାତ୍ମା ଗାନ୍ଧୀ ଫଟୋ ଲଗାଯିବା ଉଚିତ । କିନ୍ତୁ ଏ ସମ୍ବନ୍ଧରେ ନିଷ୍ପତ୍ତି ନେବାକୁ ତତ୍କାଳୀନ ସରକାରଙ୍କୁ ସମୟ ସରକାର ଥିଲା । ଅରବିଆଇ ପ୍ରଥମଥର ଗାନ୍ଧୀଙ୍କ ଫଟୋ ଥିବା ୧୦୦ ଟଙ୍କିଆ ନୋଟ ୧୯୬୯ ମସିହାରେ ପେଶ କରିଥିଲା । ଏହାପରେ ୧୯୮୭ ମସିହାରେ ଗାନ୍ଧିଜୀଙ୍କ ହସୁଥିବା ଫଟୋ ୫୦୦ ଟଙ୍କିଆ ନୋଟରେ ପେଶ କରାଯାଇଥିଲା । ଏହାପରେ ଗାନ୍ଧୀଙ୍କର ଏହି ଫଟୋ ଅନ୍ୟ ନୋଟରେ ମଧ୍ୟ ବ୍ୟବହାର କରାଯାଇଥିଲା ।

୧୯୯୬ ମସିହାରେ ଅରବିଆଇ ଅତିରିକ୍ତ ଫିଚର୍ସ ସହ ସିରିଜ ନୋଟ ପେଶ କରିଥିଲା । ନୂଆ ଫିଚର୍ସରେ ୱାଟର ମାର୍କ, ୱିଣ୍ଡୋ ସୁରକ୍ଷା ସୂତ୍ର, ଲୁକ୍କାୟିତ ପ୍ରତିଛବି(ଲେଟେଣ୍ଟ ଇମେଜ) ଏବଂ ଭିଜୁଆଲ୍ ଭିନ୍ନକ୍ଷମଙ୍କ ପାଇଁ ଇଣ୍ଟାଗଲିଓ ଫିଚର୍ସ ଅନ୍ତର୍ଭୂକ୍ତ କରାଯାଇଥିଲା । ୧୯୯୬ ପୂର୍ବରୁ ୧୯୮୭ ମସିହାରେ ଗାନ୍ଧିଜୀଙ୍କ ଫଟୋକୁ ୱାଟର ମାର୍କ ଭଳି ବ୍ୟବହାର କରାଯାଉଥିଲା । ଏହାପରେ ସବୁ ନୋଟରେ ଗାନ୍ଧୀଙ୍କ ଫଟୋ ଛପା ଯାଉଛି।

ନୋଟରେ ଥିବା ଗାନ୍ଧୀଙ୍କ ଏହି ଫଟୋ ୧୯୪୬ ମସିହାରେ ଭାଇସରାୟ ହାଉସରେ ଉଠାଯାଇଥିଲା ଯାହା ବର୍ତ୍ତମାନ ରାଷ୍ଟ୍ରପତି ଭବନ ରହିଛି। ସେତେବେଳେ ସେ ବର୍ମା ଓ ଭାରତରେ ବ୍ରିଟିଶ ସଚିବ ଭାବେ କାର୍ଯ୍ୟରତ ଫ୍ରେଡ଼ରିକ ପେଥିକ ଲରେନ୍ସଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ। ସେଠାରେ ଉଠାଯାଇଥିବା ଗାନ୍ଧୀଙ୍କ ଫଟୋକୁ ପ୍ରତିବାଦ ସ୍ୱରୂପ ଭାରତୀୟ ଅଙ୍କିତ କରାଯାଇଥିଲା। ତେବେ ଏହି ଫଟୋ କେଉଁ ଫଟୋଗ୍ରାଫର ଉଠେଇଥିଲା ସେ ସମ୍ବନ୍ଧରେ କୌଣସି ସୂଚନା ନାହିଁ ।