ଗରିବଙ୍କୁ ମାଗଣାରେ ଗହମ ମିଳିବା ଜାରି ରହିବ, ସରକାର କହିଲେ-ଷ୍ଟକ୍ କମିଛି, କିନ୍ତୁ କମ ନାହିଁ

Published By : Prameya-News7 Bureau | December 15, 2022 IST

ନୂଆଦିଲ୍ଲୀ: ଭାରତର ସରକାରୀ ଗୋଦାମରେ ଗହମ ଆସନ୍ତା ମାସ ପ୍ରାରମ୍ଭରେ ବର୍ତ୍ତମାନର ସ୍ତର ଠାରୁ ୧୩ ପ୍ରତିଶତ କମିଯିବ । ତେବେ, କେନ୍ଦ୍ର ସରକାରଙ୍କ ଖାଉଟି ମାମଲା ଏବଂ ଖାଦ୍ୟ ମନ୍ତ୍ରାଳୟ କହିଛି ଯେ ଦେଶର କଲ୍ୟାଣକାରୀ ଯୋଜନା ପାଇଁ ଆଦ୍ୟାନ୍ନର ଅଭାବ ରହିବ ନାହିଁ । ଏଥିପାଇଁ ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ଗହମ ରହିଛି ।

ସରକାରୀ ଡାଟା ଅନୁସାରେ, ଏହି ଡିସେମ୍ୱରରେ ସରକାରୀ ଗୋଦାମରେ ଗହମର ଷ୍ଟକ୍ ଗତ ଛଅ ବର୍ଷ ତୁଳନାରେ ସବୁଠୁ କମ ରହିଛି । ଅଧିକ ଚାହିଦା ଯୋଗୁଁ ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି । ଉଲ୍ଲେଖଯୋଗ୍ୟ ଯେ ଭାରତ ଦୁନିଆର ଦ୍ୱିତୀୟ ସବୁଠୁ ଗହମ ଉତ୍ପାଦନ ଦେଶ । ମେ ମାସରେ ଗହମ ରପ୍ତାନୀ ଉପରେ ଭରାତ ପ୍ରତିବନ୍ଧକ ଲଗାଇଥିଲା ।

ରିପୋର୍ଟ ଅନୁସାରେ ଦେଶର ସରକାରୀ ଗୋଦାମରେ ଜାନୁଆରୀ ୧ ସୁଦ୍ଧା ପ୍ରାୟ ୧.୫୯ କୋଟି ଟନ୍ ଗହମ ଉପଲବ୍ଧ ରହିବ । ସରକାରଙ୍କ ବଫର ଷ୍ଟକ୍ ପାଇଁ ୧.୩୮ କୋଟି ଟନ ଗହମ ଦରକାର । ଏବେ ସରକାରଙ୍କ ନିକଟରେ ପ୍ରାୟ ୧.୮୨ କୋଟି ଟନ ଗହମ ଉପଲବ୍ଧ ରହିଛି । ସରକାର କହିଛନ୍ତି ଯେ ଆସନ୍ତା ବର୍ଷ ତୁଳନାରେ ଗହମ ଫସଲ ଭଲ ହୋଇଛି । ଏହି କାରଣରୁ ଏପ୍ରିଲରୁ ଆରମ୍ଭ ହେବାକୁ ଥିବା ଆସନ୍ତା ସିଜିନ ପାଇଁ ଷ୍ଟକ୍ ବଢିଯିବ ।

ସରକାରୀ ଡାଟା ଅନୁସାରେ ସରକାରଙ୍କ ଗୋଦାମରେ ଗହମ ଗତ ବର୍ଷ ୩୭.୮୫ ମିଲିୟନ ଟନ ତୁଳନାରେ ହ୍ରାସ ହୋଇ ଡିସେମ୍ୱର ୧ରେ ୧.୯ କୋଟି ଟନ ହୋଇଛି । ୨୦୧୬ରେ ଶେଷ ଥର ପାଇଁ ଡିସେମ୍ୱର ମାସରେ ଏତେ କମ ଷ୍ଟକ୍ ରହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.