ସରକାରୀ ଗୋଦାମରେ ଗହମର ଷ୍ଟକ୍ ୧୬ ବର୍ଷର ସର୍ବନିମ୍ନ ସ୍ତରରେ

Published By : Prameya-News7 Bureau | April 19, 2024 IST

ନୂଆଦିଲ୍ଲୀ: ଗତ ଦୁଇ ବର୍ଷ ଧରି କମ ଫସଲ ଉତ୍ପାଦନ କାରଣରୁ ସରକାରୀ ଗୋଦାମରେ ଗହମର ଭଣ୍ଡାର ୧୬ ବର୍ଷରେ ସବୁଠୁ କମ ହୋଇଛି । ଗତ କିଛି ବର୍ଷରେ ଘରୋଇ ଯୋଗାଣ ବଢିବା ଏବଂ ମୂଲ୍ୟକୁ କମ କରିବା ପାଇଁ ଭାରତ ସରକାର ରେକର୍ଡ ମାତ୍ରାରେ ଗହମ ବିକ୍ରି କରୁଛନ୍ତି । ଡାଟା ଅନୁସାରେ ଏପ୍ରିଲ ୧ରେ ସରକାରୀ ଭଣ୍ଡାରେ ଗହମର କେବଳ ୭.୫ ମିଲିୟନ ମାଟ୍ରିକ୍ ଟନ୍ ଥିଲା, ଯାହା ଗତ ବର୍ଷର ୮.୩୫ ମିଲିୟନ ମାଟ୍ରିକ୍ ଟନଠାରୁ କମ ଅଟେ । ଗତ ୧୦ ବର୍ଷରେ ଏପ୍ରିଲ ୧ରେ ସରକାରୀ ଗୋଦାମରେ ହାରାହାରି ୧୬.୭ ମିଲିୟନ ମାଟ୍ରିକ୍ ଟନ୍ ଥିଲା ।

ଜଣେ ସରକାରୀ ଅଧିକାରୀ କହିଛନ୍ତି, ସରକାର ଗତ ବର୍ଷ ଗହମ ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ରେକର୍ଡ 10 ମିଲିୟନ ଟନ୍ ଗହମ ବିକ୍ରି କରିଛନ୍ତି । ଯେଉଁଥି ପାଇଁ ସରକାରୀ ଗୋଦାମରେ ଗହମର ଷ୍ଟକ୍ କମ ହୋଇଛି । ତେବେ ଷ୍ଟକ୍ କମ ହେବା ସତ୍ତ୍ୱେ, ସରକାର ଏବେ ସୁଦ୍ଧା ଗହମ ଆମଦାନୀ ଉପରେ ଲାଗୁଥିବା ୪୦ ପ୍ରତିଶତ ଟିକସକୁ କମ କରି ନାହାନ୍ତି । ଅନ୍ୟପଟେ ରୁଷ ପରି ବଡ଼ ଯୋଗାଣକାରୀ ଦେଶଠାରୁ ଭାରତ ସିଧାସଳଖ ଗହମ ଆମଦାନୀ ଉପରେ କୌଣସି ନିଷ୍ପତ୍ତି ନେଇ ନାହିଁ । 

ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ ଏତେ ମାତ୍ରାରେ ଗହମ ବିକ୍ରି ସତ୍ତ୍ୱେ ସରକାରଙ୍କ ପାଖରେ ସର୍ବନିମ୍ନ ଆବଶ୍ୟକତା ପୂରଣଠାରୁ ଅଧିକ ଗହମ ଷ୍ଟକ୍ ରହିଛି । ଏବଂ ଭବିଷ୍ୟତରେ ଏହାକୁ ୧୦ ମିଲିୟନ ଟନ୍ ଉପରେ ରଖିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ସରକାରଙ୍କୁ ପ୍ରତିବର୍ଷ ଏପ୍ରିଲ୍ ୧ ସୁଦ୍ଧା ନିଜ ଗୋଦାମରେ ଅତି କମରେ ୭.୪୬ ମିଲିୟନ ଟନ୍ ଗହମ ଷ୍ଟକ୍ ରଖିବାକୁ ପଡ଼ିଥାଏ । ଚଳିତ ବର୍ଷ ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ସରକାର ଚାଷୀଙ୍କଠାରୁ ୩୦ରୁ ୩୨ ମିଲିୟନ ଟନ୍ ଗହମ କିଣିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ତେବେ ଦୁଇ ବର୍ଷର ଗରମ ଯୋଗୁଁ ସରକାର ନିଜ କିଣା ଲକ୍ଷ୍ୟକୁ ହାସଲ କରି ପାରିନଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.