ଆର୍ଥିକ ସଙ୍କଟରୁ ବଞ୍ଚିବାକୁ କରନ୍ତୁ ଅଟା ସହ ଜଡିତ ଏହି ସରଳ ଉପାୟ, ଦୂର ହେବ ସମସ୍ୟା

Published By : Prameya-News7 Bureau | September 24, 2021 IST

ଭୁବନେଶ୍ୱର ୨୪/୦୯ : ସମସ୍ତେ ନିଜ ଆର୍ଥିକ ସ୍ଥିତି ମଜବୁତ କରିବାକୁ ଚାହୁଁଥାନ୍ତି। ଏଥିପାଇଁ ଲୋକେ କଠିନ ପରିଶ୍ରମ ମଧ୍ୟ କରିଥାନ୍ତି। କିନ୍ତୁ ଅଧିକାଂଶ ସମୟରେ ଆମେ ଦେଖିଥାଉ କଠିନ ପରିଶ୍ରମ ସତ୍ତ୍ୱେ ଧନ ରହିନଥାଏ, ଅଧିକ ଖର୍ଚ୍ଚ ହୋଇଥାଏ ଓ ଅଭାବ ପିଛା ଛାଡ଼ିନଥାଏ। ଆର୍ଥିକ ଅଭାବ ଯୋଗୁଁ ପରିବାରରେ କଳହ ସୃଷ୍ଟି ହୋଇଥାଏ ଓ ମନ ଅଶାନ୍ତ ରହେ। ଜ୍ୟୋତିଷଶାସ୍ତ୍ରରେ କିଛି ଉପାୟ ରହିଛି ଯାହାଦ୍ୱାରା ଏହି ସମସ୍ୟା ଦୂର ହୋଇପାରିବ। ଆସନ୍ତୁ ଜାଣିବା କଣ ସେହି ଉପାୟ :

ଆପଣ ଘରେ ଯେଉଁ ଡବାରେ ଅଟା ରଖନ୍ତି ସେଥିରେ ୫ଟି ତୁଳସୀ ପତ୍ର ଓ ଦୁଇଟି କେଶର ଦାନା ରଖିଦିଅନ୍ତୁ। ଏହାଦ୍ୱାରା ଭଲ ଫଳ ପ୍ରାପ୍ତି ହୋଇଥାଏ। ଶାସ୍ତ୍ର ଅନୁଯାୟୀ, ଗୁରୁବାର ଦିନ ଅଟାରେ ଟିକିଏ ହଳଦୀ ମିଶାଇ ଗାଈକୁ ଖାଇବାକୁ ଦେଲେ ଆୟ ବୃଦ୍ଧି ଯୋଗ ସୃଷ୍ଟି ହୋଇଥାଏ। ଏହି ଉପାୟ ଦ୍ୱାରା ଘରର ସବୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ ଏବଂ ଅଟକି ରହିଥିବା କାମ ମଧ୍ୟ ପୁରା ହୋଇଥାଏ।

ଶନିବାର ଦିନ ଗହମ ପେସାଇଲେ ଘରେ ଆୟର ସ୍ରୋତ ବଢିଥାଏ ଓ ଆର୍ଥିକ ସମସ୍ୟା ଦୂର ହୋଇଥାଏ। ତାଛଡା ସମ୍ପର୍କ ମଧୁର ହୋଇଥାଏ। ଗହମ ପେସାଇଲା ବେଳେ ସେଥିରେ ଟିକେ ବୁଟ ମଧ୍ୟ ମିଶାଇବା ଉଚିତ। ଏହାଦ୍ୱାରା ଅଯଥା ଖର୍ଚ୍ଚ ହୋଇନଥାଏ ଓ ଧନ ରହିଥାଏ।

{"id":517072,"sizeSlug":"full","linkDestination":"none"}

ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ସୌଭାଗ୍ୟ ପ୍ରାପ୍ତି ପାଇଁ ଅଟାରେ ଅଳ୍ପ ଚିନି ମିଶାଇ ପିମ୍ପୁଡିକୁ ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା ଧନ ସମ୍ବନ୍ଧୀୟ ସବୁ ସମସ୍ୟା ସବୁଦିନ ପାଇଁ ଦୂର ହୋଇଥାଏ ଏବଂ ଭାଗ୍ୟର ସହଯୋଗ ମିଳିଥାଏ। ତାଛଡା ଶନି, ରାହୁ ଓ କେତୁର ଅଶୁଭ ପ୍ରଭାବରୁ ମଧ୍ୟ ମୁକ୍ତି ମିଳିଥାଏ।

ଶୁକ୍ରବାର ଦିନ ୭ କନ୍ୟାଙ୍କୁ ପୁରୀ ଖିରି ଖାଇବାକୁ ଦେବା ଓ ଦାନ ଦେବା ମଧ୍ୟ ଶୁଭ ହୋଇଥାଏ। ଏହାଦ୍ୱାରା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ କୃପା ବର୍ଷା କରିଥାନ୍ତି। ଯାହାଫଳରେ ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.