LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଘରୋଇ ବଜାରରେ ଦାମ୍‌ ହ୍ରାସ ଏବଂ ଯୋଗାଣ ବଢ଼ିବା ପର୍ଯ୍ୟନ୍ତ ବନ୍ଦ ରହିବ ଗହମ ରପ୍ତାନୀ: ଏଫସିଆଇ ମୁଖ୍ୟ

28/03/2023 at 9:55 PM

ନୂଆଦିଲ୍ଲୀ, ୨୮/୦୨: ଘରୋଇ ବଜାରରେ ଗହମ ଦାମ୍‌ରେ ବୃଦ୍ଧି ଏବଂ ଯୋଗାଣ ପର୍ଯ୍ୟାପ୍ତ ନ ହେବା କାରଣରୁ ରପ୍ତାନୀ ଉପରେ ପ୍ରତିବନ୍ଧକ ଜାରି ରହିବ। ଏହି ସୂଚନା ଦେଇଛନ୍ତି ଭାରତୀୟ ଖାଦ୍ୟ ନିଗମର ମୁଖ୍ୟ ଅଶୋକ ମୀନା। ସେ କହିଛନ୍ତି ନିକଟରେ ହୋଇଥିବା ବର୍ଷାଦ୍ବାରା ଗହମ ଉତ୍ପାଦନ ପ୍ରଭାବିତ ହେବନାହିଁ ଏବଂ ଲକ୍ଷ୍ୟ ଥିବା ଗହମ ଉତ୍ପାଦନ ହେବ। ଅଶୋକ ମୀନା କହିଛନ୍ତି ମଧ୍ୟପ୍ରଦେଶ ୧୦,୭୨୭ ଟନ୍ କିଣାଯାଇଛି ଏବଂ ଦେଶରେ ଅନ୍ୟ ରାଜ୍ୟଙ୍କ ଠାରୁ ମଧ୍ୟ ଗହମ କିଣାଯାଉଛି।

ସୂଚନାଯୋଗ୍ୟ, ୟୁକ୍ରେନ୍‌ ଉପରେ ରୁଷର ଆକ୍ରମଣ ପରଠାରୁ ଗତ ବର୍ଷ ୧୩ ମେ ୨୦୨୨ ଠାରୁ ଗହମ ରପ୍ତାନୀ ଉପରେ ବ୍ୟାନ୍ ଲଗାଯାଇଥିଲା। ସରକାର ଘରୋଇ ବଜାରରେ ଗହମର ବଢ଼ୁଥିବା ଦାମ୍‌ ଏବଂ ଉତ୍ପାଦନ ହ୍ରାସ ପରେ ଗହମ ରପ୍ତାନୀ ଉପରେ ଏହି ପ୍ରତିବନ୍ଧକ ଲଗାଯାଇଥିଲା। ଭାରତ ସରକାର ଦେଶରେ ଖାଦ୍ୟ ସୁରକ୍ଷା ସ୍ଥିତିର ପରିଚାଳନା କରିବା, ପଡ଼ୋଶୀ ଏବଂ ଦୁର୍ବଳ ଦେଶର ଆବଶ୍ୟକତାକୁ ପୂରା କରିବା ପାଇଁ ଗହମ ରପ୍ତାନୀକୁ ବନ୍ଦ କରିଥିଲେ।

ଆହୁରି ମଧ୍ୟ ବୈଶ୍ବିକ ବଜାରରେ ପରିବର୍ତ୍ତନ ଏବଂ ପର୍ଯ୍ୟାପ୍ତ ଗହମ ଯୋଗାଣ ନହୋଇପାରିବାରୁ ସରକାର ଗହମ ରପ୍ତାନୀ ଉପରେ ରୋକ୍ ଲଗାଇଥିଲା। ତେବେ​‌ ରପ୍ତାନୀ ଉପରେ ରୋକ୍‌ ଲଗାଇଥିଲେ ମଧ୍ୟ ଦର କମ୍ ହୋଇନଥିଲା। ଖୁଚୁରା ବଜାରରେ ଏବେବି ପ୍ୟାକେଟ୍‌ ବ୍ରାଣ୍ଡେଡ୍‌ ଅଟା ଦାମ୍‌ ଅଧିକ ରହିଛି।

ଚଳିତ ରବି ଋତୁରେ ଗହମର ଆଖିଦୃଶିଆ ଅମଳ ହେବା ନେଇ ଅନୁମାନ କରାଯାଉଛି। କିନ୍ତୁ ଫେବ୍ରୁଆରୀରେ ତାପମାତ୍ରାରେ ବୃଦ୍ଧି ଏବଂ ଆକସ୍ମିକ ବର୍ଷା ଯୋଗୁଁ ଉତ୍ପାଦନ ପ୍ରଭାବିତ ହୋଇପାରେ ଏଥିପାଇଁ ସରକାର ଗହମର ରପ୍ତାନୀ ଉପରେ ବ୍ୟାନ୍ ଜାରି ରଖିବାକୁ ଚାହୁଛନ୍ତି।

   Related Posts