ହ୍ବାଟ୍ସଆପ୍ ଆଣୁଛି ନୂଆ ଫିଚର, ଷ୍ଟାଟସ୍ ଅପଡେଟ୍ର ରିପୋର୍ଟ କରିପାରିବେ ୟୁଜର…
25/12/2022 at 3:51 PM

ନୂଆଦିଲ୍ଳୀ, ୨୫/୧୨: ଇନଷ୍ଟାଣ୍ଟ ମେସେଜିଙ୍ଗ୍ ଆପ୍ ହ୍ବାଟ୍ସଆପ୍ ୟୁଜର୍ସଙ୍କ ସୁବିଧା ପାଇଁ ଅନେକ ଫିଚର୍ସ ଆଣୁଛି। ଗ୍ରାହକଙ୍କ ସୁରକ୍ଷାକୁ ଦେଖି ମଧ୍ୟ ହ୍ବାଟ୍ସଆପ୍ ଅନେକ ସକ୍ୟୁରିଟି ଫିଚର ଯୋଗାଇଆସିଛି। ଆଉ ଏବେ ହ୍ବାଟ୍ସଆପ୍ ନୂଆ ଫିଚର ଉପରେ କାମ କରୁଥିବା ନେଇ ରିପୋର୍ଟ ଆସିଛି। ରିପୋର୍ଟ ଅନୁଯାୟୀ, ଏହି ନୂଆ ଫିଚର ଦ୍ବାରା ୟୁଜର୍ସ ଷ୍ଟାଟସ ଅପଡେଟ୍ର ରିପୋର୍ଟ କରିପାରିବେ।
ଯଦି ୟୁଜର କୌଣସି ଆପତ୍ତିକର ଷ୍ଟାଟସ ଦେଖୁଛନ୍ତି ଯାହା ନିୟମ ଉଲ୍ଳଘଂନ କରୁଛି ତେବେ ୟୁଜର୍ସ ଏହାର ରିପୋର୍ଟ କରିପାରିବେ। ଏନେଇ WABetaInfo ଏହାର ଏକ ରିପୋର୍ଟରେ କହିଛି। ଏହାପରେ ଉକ୍ତ ଷ୍ଟାଟସ୍ ଅପଡେଟ୍କୁ କମ୍ପାନୀ ଦ୍ବାରା ଯାଞ୍ଚ କରାଯିବ। ଏହା ମଧ୍ୟ କୁହାଯାଇଛି ଯେ ଯାଞ୍ଚ ଦ୍ବାରା ଯେପରି ୟୁଜରଙ୍କ ଡାଟା ସୁରକ୍ଷିତ ରହିବ ସେଥିପାଇଁ ମଧ୍ୟ ଧ୍ୟାନ ଦିଆଯିବ। ତେବେ ଏହି ରିପୋର୍ଟ ଅପ୍ସନ ହ୍ବାଟ୍ସଆପ୍ ଡେସ୍କଟପ୍ରେ ଉପଲବ୍ଧ ହେବ, ଏବେବି ଏହା ଉପରେ କାମ ଜାରିରହିଛି।