ହ୍ବାଟସଆପ୍ ଆରମ୍ଭ କଲା ଡାର୍କ ମୋଡ : ଜାଣନ୍ତୁ କ’ଣ ରହିଛି ଏହାର ଫିଚର

Published By : Prameya-News7 Bureau | March 04, 2020 IST

ନୂଆଦିଲ୍ଲୀ ୪/୩: ଇନଷ୍ଟାଣ୍ଟ ମେସେଜିଙ୍ଗ୍ ଆପ୍ ହ୍ବାଟସଆପ୍ ଦୀର୍ଘ ସମୟ ପରେ ନିଜର ଆଣ୍ଡ୍ରଏଡ ଏବଂ ଆଇଓଏସ୍ ୟୁଜରଙ୍କ ପାଇଁ ଡାର୍କ ମୋଡ ଜାରି କରିଛି। ଏହି ମୋଡ ଆକ୍ଟିଭେଟ୍ ହୋଇଯିବା ପରେ ୟୁଜର୍ସଙ୍କ ଆଖି ଉପରେ ପ୍ରଭାବ ପଡ଼ିବ ନାହିଁ ଏବଂ ଏହା ସହିତ ଫୋନର ଚାର୍ଜ ମଧ୍ୟ ଅଧିକ ସମୟ ଯାଏଁ ରହିବ। ଏହି ମୋଡ କେବଳ କେତେକ ନିର୍ଦ୍ଦିଷ୍ଟ ୟୁଜର୍ସଙ୍କୁ ମିଳିଛି। କମ୍ପାନୀ ଖୁବ୍ ଶୀଘ୍ର ଏହାକୁ ଅନ୍ୟ ୟୁଜର୍ସଙ୍କ ପାଇଁ ଛାଡ଼ିବ। ହ୍ବାଟସଆପ୍ ଏହା ପୂର୍ବରୁ ମଧ୍ୟ ଅନେକ ଫିଚର ଲଞ୍ଚ କରିଥିଲା,ଯେଉଁଗୁଡ଼ିକୁ ୟୁଜର୍ସମାନେ ବହୁତ ପସନ୍ଦ କରିଥିଲେ। ତେବେ ଆସନ୍ତୁ ଜାଣିବା ହ୍ବାଟସଆପର ଲାଟେଷ୍ଟ ଡାର୍କ ମୋଡ ବିଷୟରେ..

{"id":232576,"sizeSlug":"large"}

ଏହି ଲାଟେଷ୍ଟ ମୋଡରେ ଡାର୍କ ଗ୍ରେ ବ୍ୟାକଗ୍ରାଉଣ୍ଡ ଏବଂ ଅଫ-ହ୍ବାଇଟ୍ କଲରର ଟେକ୍ସଟ ଦିଆଯାଇଛି ଯାହା ଫଳରେ ୟୁଜର୍ସଙ୍କ ଆଖି ଉପରେ କୌଣସି ଧରଣର ପ୍ରଭାବ ପଡ଼ିବ ନାହିଁ ଏବଂ ବ୍ୟାଟେରୀର ଚାର୍ଜ ମଧ୍ୟ ଅଧିକ ସମୟ ଯାଏଁ ଯିବ। କେବଳ ଏତିକି ନୁହେଁ ଡାର୍କ ମୋଡ ଦ୍ବାରା ୟୁଜର୍ସଙ୍କୁ ଚାଟିଂ କରିବାର ଅନୁଭବ ଭଲ ରହିବ।

{"id":232577,"sizeSlug":"large"}

ଆଣ୍ଡ୍ରଏଡ ୧୦ ଏବଂ ଆଇଓଏସ ୧୩ୟୁଜର୍ସ ହ୍ବାଟସଆପର ଡାର୍କ ମୋଡକୁ ସିଧା ସିଷ୍ଟମ୍ ସେଟିଙ୍ଗରେ ଯାଇ ଆକ୍ଟିଭେଟ କରି ପାରିବେ। ଅନ୍ୟ ପଟେ ଆଣ୍ଡ୍ରଏଡ ୯ ଏବଂ ପୁରୁଣା ଆଇଓଏସ୍ ୟୁଜର୍ସଙ୍କୁ ଆପର ସେଟିଂରେ ଯାଇ ଥିମର ବିକଳ୍ପରେ କ୍ଲିକ୍ କରିବାକୁ ପଡ଼ିବ। ଏଠାରେ ଡାର୍କ ଫ୍ରମ୍ ଲାଇଟ୍,ଡାର୍କ କିମ୍ବା ସିଷ୍ଟମ୍ ଓ୍ବାଇଡ ଅପସନକୁ ସିଲେକ୍ଟ କରନ୍ତୁ ଏବଂ ଏହା ପରେ ଡାର୍କ ମୋଡ ଆକ୍ଟିଭେଟ ହୋଇଯିବ। ଆପଣଙ୍କୁ ଡାର୍କ ମୋଡ ପାଇଁ ଲାଟେଷ୍ଟ ହ୍ବାଟସଆପ୍ ଭର୍ସନ ଡାଉନଲୋଡ କରିବାକୁ ପଡ଼ିବ।

{"id":232581,"width":592,"height":333,"sizeSlug":"large"}

ହ୍ବାଟସଆପ୍ ୟୁଜର୍ସ ଡାର୍କକୁ ନିଜ ସୁବିଧା ହିସାବରେ ବ୍ୟବହାର କରି ପାରିବେ। ଏହା ପୂର୍ବରୁ ୟୁଜର୍ସଙ୍କୁ ହ୍ବାଟସଆପରେ ହ୍ବାଇଟ୍ ବ୍ୟାକଗ୍ରାଉଣ୍ଡ ଏବଂ ଡାର୍କ କଲରର ଟେକ୍ସଟର ସୁବିଧା ମିଳୁଥିଲା। ଏବେ କମ୍ପାନୀ ଏହି ମୋଡରେ ଡାର୍କ ଗ୍ରେ ବ୍ୟାକଗ୍ରାଉଣ୍ଡ ଏବଂ ଅଫ-ହ୍ବାଇଟ୍ କଲର ଟେକ୍ସଟ୍ ଦେଇଛି। ଏହି ମୋଡ ଜରିଆରେ ୟୁଜର୍ସ ରାତିରେ ସହଜରେ ଚ୍ୟାଟିଂ କରି ପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.