ହ୍ବାଟ୍ସଆପ୍ ଆଣିଲା ନୂଆ ଫିଚର୍: ଏବେ ନିଜକୁ ବି କରିପାରିବେ ମେସେଜ୍
29/11/2022 at 6:28 PM

ନୂଆଦିଲ୍ଳୀ, ୨୯/୧୧: ହ୍ବାଟ୍ସଆପ୍ ଏହାର ୟୁଜର୍ସଙ୍କ ପାଇଁ ନୂଆ ନୂଆ ଫିଚର ଆଣିଥାଏ। ଯାହା ୟୁଜର୍ସଙ୍କ ସୁବିଧାକୁ ଦେଖି ତିଆରି କରାଯାଇଥାଏ। ଏବେ ହ୍ବାଟ୍ସଆପ୍ ଏଭଳି ଏକ ନୂଆ ଫିଚର ଆଣିଛି। ଯାହା ୟୁଜର୍ସଙ୍କ ପାଇଁ ବେଶ୍ ସହାୟକ ହେବ। ଏହି ଫିଚର ଖୁବ୍ ସାହାଯ୍ୟକାରୀ ହେବ। ପ୍ରକୃତରେ ହ୍ବାଟ୍ସଆପ୍ ’ ମେସେଜ୍ ୟୋରସେଲ୍ଫ’ ନାମକ ଏକ ଫିଚର ଲଞ୍ଚ କରିଛି।

ଏହି ଫିଚର ଦ୍ବାରା ଆପଣ ନିଜକୁ ମଧ୍ୟ କୌଣସି ଚାଟ୍ ପଠାଇପାରିବେ। ଏହା ଫିଚର ନୋଟ୍ସ ପରି କାମ କରିବ। ଆପଣ କୌଣସି ମେସେଜ୍ ମଲ୍ଟିମିଡିଆ ଫାଇଲ୍କୁ ନିଜକୁ ପଠାଇପାରିବେ। ଏହି ଫିଚର ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ ପ୍ଲାଟଫର୍ମ ପାଇଁ ଉପଲବ୍ଧ। କମ୍ପାନୀ ତରଫରୁ କୁହାଯାଇଛି ଯେ ଆଗାମୀ କିଛି ସପ୍ତାହ ମଧ୍ୟରେ ସବୁ ୟୁଜର୍ସ ଏହି ଫିଚର ପାଇଯିବେ।