ଆଇଫୋନ୍ ୟୁଜର୍ସଙ୍କ ପାଇଁ ଆସିଲା WhatsApp ଡାର୍କମୋଡ୍…
11/02/2020 at 10:41 AM

ହ୍ବାଟ୍ସଆପ୍ର ଡାର୍କମୋଡ୍ ଫିଚର ଏବେ ଆଇଫୋନ୍ ୟୁଜର୍ସଙ୍କୁ ମିଳିବ। ଏବେ ଏହି ଆପ୍ ଟେଷ୍ଟିଂ ପାଇଁ ବ୍ୟବହାର କରାଯାଇପାରିବ। IOS ଟେଷ୍ଟ ଫ୍ଲାଇଟ୍ ଆପ ମାଧ୍ୟମରେ ଏହାର ଟେଷ୍ଟିଂ କରିହେବ। ଅନେକ ଦିନରୁ ହ୍ବାଟ୍ସଆପ୍ର ଡାର୍କମୋଡ୍ ଫିଚର ଚର୍ଚ୍ଚାରେ ଅଛି। ଏଣ୍ଡ୍ରୋଏଡ୍ ବିଟା ଆପ୍ ପାଇଁ କିଛି ଦିନ ପୂର୍ବରୁ ଏହି ଆପ ଜାରି କରାଯାଇଛି। ରିପୋର୍ଟ ଅନୁସାରେ ଟେଷ୍ଟ ଫ୍ଲାଇଟ୍ ପରେ କମ୍ପାନୀ ଆଇଫୋନ୍ ୟୁଜର୍ସ ପାଇଁ ଷ୍ଟେବଲ୍ ଅପ୍ଡେଟ୍ ଭର୍ସନ ଜାରି କରିବ।

ଟେଷ୍ଟଫ୍ଲାଇଟ୍ ୟୁଜର୍ସ ଏହି ଆପ୍ ଟେଷ୍ଟ କରିପାରିବେ। ହ୍ବାଟ୍ସଆପ୍ର ୨.୨୦.୩୦ ଭର୍ସନ୍ ଥିଲେ ଡାର୍କମୋଡ୍ ଆକ୍ସେସ୍ କରିହେବ। ଏହା ବ୍ୟବହାର କରିବା ପାଇଁ ଆଇଫୋନ୍ରେ IOS ୯ ବା ହ୍ବାଟ୍ସଆପ୍ର ଅପର୍ ଭର୍ସନ୍ ଥିବା ଜରୁରୀ। ଏଣ୍ଡ୍ରୋଏଡ୍ରେ ଥିବା ଡାର୍କମୋଡ୍ ଫିଚରରେ କିଛି ନୂଆ ସଲିଡ୍ ୱାଲପେପର୍ସ ଦିଆଯାଇଛି। ହ୍ବାଟ୍ସଆପ୍ର ଡାର୍କମୋଡ୍ରେ ମଧ୍ୟ ଏହି ସଲିଡ୍ ୱାଲପେପର୍ସ ଦିଆଯାଇପାରିବ। ଏଯାଏଁ ଏହା ସ୍ପଷ୍ଟ ହୋଇନାହିଁ ଯେ, କମ୍ପାନୀ IOS ପାଇଁ କେବେ ଫାଇନାଲ ବିଲ୍ଡର ଅପ୍ଡେଟ୍ ଜାରି କରିବ ଯେଉଁଥିରେ ଡାର୍କମୋଡ୍ ଦିଆଯିବ।