ନୂଆଦିଲ୍ଲୀ: ଖୁବ୍ଶୀଘ୍ର ନୂଆ ସଂଚାର ନିୟମ ଲାଗୁ ହେବ। ଏହାପରେ ଆପଣଙ୍କର ପ୍ରାଇଭେସି ପାଇଁ ଏକ ବଡ଼ ବିପଦ ସୃଷ୍ଟି ହେବ। ସରକାର କେବଳ ହ୍ୱାଟ୍ସଆପ କଲ୍ ଶୁଣିବେ ନାହିଁ ବରଂ ରେକର୍ଡ ମଧ୍ୟ କରିବେ। ଏହା ବ୍ୟତୀତ ଫେସବୁକ୍ ଏବଂ ଏକ୍ସ ସମେତ ସମସ୍ତ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଉପରେ କଡ଼ା ନଜର ରଖାଯିବ। ବିଭିନ୍ନ ଗମାଧ୍ୟମରେ ଏଭଳି ଖବର ପ୍ରକାଶ ପାଇଥିଲା। ହେଲେ ଏହା ସମ୍ପୂର୍ଣ୍ଣ ଗୁଜବ। ସରକାରଙ୍କର ଏଭଳି କୌଣସି ଯୋଜନା ନାହିଁ ବୋଲି ପିଆଇବି ସୋସିଆଲ୍ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛି।
ନିକଟରେ ପ୍ରେସ ଇନ୍ଫରମେସନ ବ୍ୟୁରୋ ବା PIBର ଲୋଗ ଥାଇ ଏଭଳି ମିଛ ଏକ ଖବର ପ୍ରକାଶ ପାଇଥିଲା। ହେଲେ ଆଜି (ଜୁଲାଇ ୭) ପିଆଇବି ଏହାକୁ ଫେକ୍ ନ୍ୟୁଜ କହିବା ସହ ସରକାର ଏଭଳି କୌଣସି ନିୟମ ଆଣି ନାହାନ୍ତି ବୋଲି କହିଛି। ଏଭଳି ଖବର ଥାଇ ଭାଇରାଲ ହେଉଥିବା ସୋସିଆଲ୍ ମିଡିଆ ପୋଷ୍ଟ ଗୁଜବ। ଭାରତ ସରକାର ଏଭଳି କୌଣସି ନିୟମ ଲାଗୁ କରୁ ନାହାନ୍ତି ବୋଲି ପିଆଇବି କହିଛି। ତେବେ ଫେସ୍ବୁକ ଓ ହ୍ୱାଟ୍ସଆପ୍ର ପ୍ରାଇଭେସି ପଲିସି ଅନୁସାରେ କମ୍ପାନୀମାନେ ବ୍ୟକ୍ତିଗତ ମେସେଜ୍ ଦେଖନ୍ତି ନାହିଁ। କି କଲ୍ ଶୁଣନ୍ତି ନାହିଁ। କାରଣ ଏଗୁଡ଼ିକୁ ଏଣ୍ଡ ଟୁ ଏଣ୍ଡ ଇନ୍କ୍ରିପ୍ଟ କରାଯାଇଥାଏ। ସେହିପିର ଟ୍ୱିଟରରେ ମଧ୍ୟ ସମାନ ବ୍ୟବସ୍ଥା ରହିଛି।
ଏଭଳି ପ୍ରଚାର ହେଉଛି ଗୁଜବ
ପ୍ରଚାର ହୋଇଥିବା ଫେକ୍ ମିଡିଆ ରିପୋର୍ଟରେ କୁହାଯାଇଥିଲା ଯେ ନୂଆ ଯୋଗାଯୋଗ ନିୟମ ଅନୁଯାୟୀ, ଭାରତ ସରକାର ବର୍ତ୍ତମାନ ଆପଣଙ୍କର ସୋସିଆଲ ମିଡିଆ କଲ ଏବଂ ମେସେଜ୍ ଉପରେ କଡା ନଜର ରଖିବାକୁ ଯାଉଛନ୍ତି। ତେଣୁ ସୋସିଆଲ ମିଡିଆ ସାଇଟଗୁଡିକର ବ୍ୟବହାରକୁ କମ୍ କରାଯିବା ଉଚିତ ବୋଲି କୁହାଯାଇଥିଲା। ସୋସିଆଲ ମିଡିଆରେ ରାଜନୀତି, ସରକାର ଏବଂ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କିଛି ଲେଖନ୍ତୁ ନାହିଁ। ରାଜନୈତିକ ଏବଂ ଧାର୍ମିକ ବିଷୟ ଉପରେ ଲେଖିବା ବିନା ୱାରେଣ୍ଟରେ ତୁମର ଗିରଫ ହୋଇପାରେ। ହ୍ୱାଟ୍ସଆପ୍ ଆପ୍ରେ ତିନୋଟି ଟିକ୍ ଦେଖାଯିବ। ଯଦି ଏଥି ମଧ୍ୟରୁ ୨ ଟି ନୀଳ ଏବଂ ୧ ଟି ଲାଲ ତେବେ ସରକାର ଆପଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ବୋଲି ରିପୋର୍ଟରେ ପ୍ରକାଶ ପାଇଥିଲା। ହେଲେ ଏଭଳି ଖବର ସମ୍ପୂର୍ଣ୍ଣ ଗୁଜବ ବୋଲି ପିଆଇବି କହିଛି।
କର୍ଣ୍ଣାଟକରେ ମୁସଲିମ୍ କନ୍ଟ୍ରାକ୍ଟରଙ୍କୁ ୪% ସଂରକ୍ଷ...
