ଡିସେମ୍ବରରେ ବ୍ୟାନ୍ ହୋଇଛି ୩୬.୭୭ ଲକ୍ଷ ଆକାଉଣ୍ଟ, ମାସିକ ରିପୋର୍ଟରେ ଦର୍ଶାଇଲା ହ୍ବାଟ୍ସଆପ୍
1/02/2023 at 10:56 PM

ନୂଆଦିଲ୍ଳୀ, ୦୧/୦୨: ଡିସେମ୍ବରରେ ଭାରତରେ ୩୭.୧୬ ଲକ୍ଷ ଆକାଉଣ୍ଟ୍ ବ୍ୟାନ୍ କଲା ହ୍ବାଟ୍ସଆପ୍। ଯେଉଁଥିରୁ ୯.୯ ଲକ୍ଷ ଆକାଉଣ୍ଟକୁ ଆକାଉଣ୍ଟକୁ ୟୁଜର୍ସଙ୍କ ଦ୍ବାରା ରିପୋର୍ଟ କରାଯିବା ପୂର୍ବରୁ ହିଁ କମ୍ପାନୀ ବ୍ୟାନ୍ ତାଲିକାଭୁକ୍ତ କରିଥିଲା। ଗତ ନଭେମ୍ବରରେ ଦେଶରେ ହ୍ବାଟ୍ସଆପ୍ ୩୬.୭୭ ଲକ୍ଷ ଆକାଉଣ୍ଟ ବ୍ୟାନ୍ କରିଥିଲା। ବୁଧବାର କମ୍ପାନୀ ଏହାର ମାସିକ ରିପୋର୍ଟରେ ଏନେଇ ସୂଚନା ଦେଇଛି।
ସୂଚନାଯୋଗ୍ୟ, ସୂଚନା ପ୍ରଯୁକ୍ତିବିଦ୍ୟା ନିୟମ ୨୦୨୧ ଲାଗୁ ହୋଇଥିଲା। ଏହି ନିୟମ ଅଧୀନରେ ୫୦ ଲକ୍ଷରୁ ଅଧିକ ୟୁଜର ଥିବା ପ୍ଲାଟଫର୍ମଙ୍କୁ ସେମାନଙ୍କୁ ମାସିକ ରିପୋର୍ଟ ପ୍ରଦାନ କରିବା କୁହାଯାଇଥିଲା। ଯେଉଁଥିରେ ଅଭିଯୋଗ ଏବଂ ଏଥିପାଇଁ ନିଆଯାଇଥିବା ପଦକ୍ଷେପ ବିଷୟରେ କୁହିବାକୁ ନିର୍ଦେ୍ଦଶ ଦିଆଯାଇଛି।
Related Posts
ଭାରତର ସବୁଠୁ ଧନୀ ମହିଳା କିଏ? ଜାଣନ୍ତୁ କରନ୍ତି କେଉଁ ବ୍ୟବସାୟ
26 March 2023