ୟୁଜର୍ସଙ୍କୁ ଉପହାର! ହ୍ବାଟସ୍ଆପ୍ ଆଣୁଛି ନୂଆ ଫିଚର, ଜାଣନ୍ତୁ କଣ
28/07/2019 at 4:30 PM

୨୦୧୫ ମସିହାରେ ହ୍ବାଟ୍ଅପ ୱେବ ଭର୍ସନ ଲଂଚ କରିଥିଲା। ଏହି ଭର୍ସନ ମୋବାଇଲ ଆପ୍ ଦ୍ବାରା ବ୍ୟବହାର କରାଯାଏ। ଏଥିପାଇଁ ମୋବାଇଲ ଫୋନ୍ରେ ଇଣ୍ଟରନେଟ୍ କନେକ୍ସନ ହେବା ଜରୁରୀ। ଫୋନ୍ରେ ନେଟ୍ ନଥିଲେ ସିଷ୍ଟମ ୱେବ୍ରେ ହ୍ବାଟ୍ସ ଆପ ବ୍ୟବହାର କରାଯାଇପାରିବ ନାହିଁ। କିନ୍ତୁ ଖୁବ୍ ଶୀଘ୍ର ଏହା ବଦଳିବାକୁ ଯାଉଛି।
WA ବେଟା ସୂଚନା ଅନୁସାରେ, କମ୍ପାନୀ ଏକ ୟୁନିଭର୍ସାଲ ୱିଣ୍ଡୋଜ ପ୍ଲାଟଫର୍ମ(UWP) ଆପ୍ ସମ୍ପର୍କରେ କାମ କରୁଛି। ଏହା ସହ ଏକ ମଲ୍ଟି ପ୍ଲାଟଫର୍ମ ସିଷ୍ଟମ୍ ମଧ୍ୟ ଲଂଚ କରାଯିବ। ଏହା ଦ୍ବାରା ଫୋନ୍ ସ୍ବିଚ୍ ଅଫ ହେଲେ ମଧ୍ୟ ସିଷ୍ଟମ ୱେବରେ ହ୍ବାଟ୍ସଅପ ଚଲାଯାଇପାରିବ। WA ବେଟା ଇନ୍ଫୋ ଅନୁସାରେ ନୂଆ ସିଷ୍ଟମ୍ରେ ୟୁଜର୍ସମାନେ ଗୋଟେ ଆକାଉଣ୍ଟକୁ ଏକା ସହ ଅନେକ ଡିଭାଇସ୍ରେ ଲଗଇନ୍ କରିପାରିବେ। ଏହି ନୂଆ ହ୍ବାଟ୍ସଅପ୍UWP ଆପ୍ ଆସିଲେ କଣ ପରିବର୍ତ୍ତନ ହେବ ଜାଣନ୍ତୁ।

>>>ୟୁଜର୍ସଙ୍କ ହ୍ବାଟ୍ସଆପ୍ର ମୁଖ୍ୟ ଆକାଉଣ୍ଟ ଆଇପେଡ୍ରେ, ଆଇଫୋନ୍ରୁ ଅନ୍ଇନ୍ଷ୍ଟଲ ନକରି ଚଲାଯାଇପାରିବ। >>>ଆଣ୍ଡ୍ରଏଡ୍ ଓ ଆଇଓଏସ୍ ଡିଭାଇସ୍ରେ ସେହି ଆକାଉଣ୍ଟ ଚଲାଯାଇପାରିବ। ଫୋନ୍ରେ ଇଣ୍ଟରନେଟ୍ ନଥିଲେ ମଧ୍ୟ ସିଷ୍ଟମ ୱେବରେ ହ୍ବାଟସ୍ଆପର ବ୍ୟବହାର କରାଯାଇପାରିବ। ଅଧିକ ବ୍ୟାଟ୍ରୀ ଖର୍ଚ୍ଚ ନହେବା ପାଇଁ ଫୋନ୍ ଇଣ୍ଟରନେଟ୍ ସହ କନେକ୍ଟ ନରଖିଲେ ମଧ୍ୟ ୟୁଜର୍ସ କମ୍ପ୍ୟୁଟର ବା ୱେବ୍ରେ UWP ଆପ୍ ବ୍ୟବହାର କରି ହ୍ବାଟ୍ସଆପ୍ ଚଲାଯାଇପାରିବେ। ଏହି ସିଷ୍ଟମ ଏବେ ଡେଭଲପିଂ ଷ୍ଟେଜ୍ରେ ଅଛି। ଖୁବ୍ ଶୀଘ୍ର ଏହା ମାର୍କେଟ୍ରେ ଲଂଚ କରାଯିବ।