କେହି ଯଦି କହେ ‘ମୁଁ ତୁମକୁ ଭଲପାଏ’… ରାଶି ଅନୁସାରେ ଜାଣନ୍ତୁ ତାର ଅର୍ଥ କ’ଣ

Published By : Prameya-News7 Bureau | September 24, 2018 IST

ପ୍ରେମ ଜୀବନର ଆବଶ୍ୟକତା ଓ ବାସ୍ତବତା ମଧ୍ୟ । ପ୍ରେମର ବିଭିନ୍ନ ପର୍ଯ୍ୟାୟ ଥାଏ । କାହା ପ୍ରତି ନିଜର ଭାବନାକୁ ପ୍ରକାଶ କରିବା ହେଉଛି ପ୍ରଥମ ପର୍ଯ୍ୟାୟ । ଏହି ପର୍ଯ୍ୟାୟରେ ଜଣେ ଜଣଙ୍କୁ ‘ମୁଁ ତୁମକୁ ଭଲପାଏ’ ବୋଲି କହିଥାଏ ବା ସେଭଳି କୌଣସି ଇସାରା କରିଥାଏ । ତେବେ ପ୍ରେମ କଥା ଆସିଲେ ସମସ୍ତଙ୍କ ଭାବନା ସମାନ ହୋଇନଥାଏ । କିଏ ନିଜ ପ୍ରେମ ଜୀବନକୁ ନେଇ ସମଗ୍ର ଜୀବନ କଥା ଭାବିଥାଏ ତ କିଏ ବେପରୁଆ ଭାବେ କେବଳ ସମୟ ଅତିବାହିତ ପାଇଁ ଚିନ୍ତା କରିଥାଏ । କାହା ମନରେ ପ୍ରେମକୁ ନେଇ ଭୟ ଥାଏ ତ କେହି କେହି ଅଧିକ ଉତ୍ସାହିତ ଓ ରୋମାଣ୍ଟିକ୍ ହୋଇଥାନ୍ତି । କେହି ନିଜ ସାଥୀ ପ୍ରତି ବିସ୍ବସ୍ତ ଥାଆନ୍ତି ତ ପୁଣି କେହି ଅଧିକ ଯତ୍ନଶୀଳ । ତେବେ ଏମିତି କାହିଁକି ହୁଏ ? ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏଭଳି ଭିନ୍ନ ଭିନ୍ନ ବ୍ୟବହାର ବ୍ୟକ୍ତିର ରାଶି ନକ୍ଷତ୍ର ଉପରେ ନିର୍ଭର କରିଥାଏ । ରାଶି ଅନୁସାରେ ପ୍ରେମ ପ୍ରତି ଆଭିମୁଖ୍ୟ ମଧ୍ୟ ବଦଳିଥାଏ । ଆସନ୍ତୁ ନଜର ପକାଇବା ପ୍ରେମ ଜୀବନ ସଂପର୍କରେ କେଉଁ ରାଶିର ବ୍ୟକ୍ତିଙ୍କର କ’ଣ ବ୍ୟବହାରିକ ଆଚାର ବ୍ୟବହାର ହୋଇଥାଏ । ମେଷ : ଏହି ରାଶିର ବ୍ୟକ୍ତିଙ୍କର ଧର୍ଯ୍ୟ ବହୁତ କମ୍ ଥାଏ । ଏମାନେ ଅତ୍ୟନ୍ତ ସରଳ ଏବଂ ବିଶ୍ବସ୍ତ । ଏମାନେ ଯାହା ବି କୁହନ୍ତି ତାର କିଛି ଅର୍ଥ ଥାଏ । ବାସ୍ତବରେ ଏମାନେ ନାଟକୀୟ ଢଙ୍ଗରେ ଏହି ତିନି ଶବ୍ଦ କହିବା ପାଇଁ ପସନ୍ଦ କରିଥାନ୍ତି । କ୍ୟାଣ୍ଡେଲ ଲାଇଟ୍ ଡିନର, ଲାଇଭ୍ ସଙ୍ଗୀତ, ଫୁଲତୋଡା ଆଦି ଦେଇ ଏହି ତିନି ଶବ୍ଦ କହିଥାନ୍ତି । ଏମାନେ ସେ ସସସ୍ତ କାର୍ଯ୍ୟ କରିଥାନ୍ତି ଯାହା ତାଙ୍କ ପ୍ରେମୀକୁ ପସନ୍ଦ ହୋଇଥାଏ । ଯେତେବେଳେ ଏମାନେ ହୃଦୟଙ୍ଗମ କରନ୍ତି ଯେ, ତାଙ୍କ ପ୍ରେମୀ ପାଇଁ ସେ କ୍ଷତିରେ ପଡୁଛନ୍ତି ସେତେବେଳେ ପଛକୁ ହଟିଯାଆନ୍ତି । ବୃଷ : ଏହି ରାଶିର ବ୍ୟକ୍ତି କାହା ସହ ସହଜରେ ମିଶିବା ଏବଂ ଭାବପ୍ରବଣ ହେବା ପାଇଁ ଅଧିକ ସମୟ ନେଇଥାଆନ୍ତି । ଏମାନେ ଭଲଭାବେ ଭାବିଚିନ୍ତି ନିଜର ଭାବନାକୁ ପ୍ରକାଶ କରିଥାନ୍ତି । ଏମାନେ ହୃଦୟରୁ ହିଁ ଏହି ତିନି ଶବ୍ଦ କହିଥାନ୍ତି । ମିଥୁନ : ଏହି ରାଶିର ବ୍ୟକ୍ତି ବିଭ୍ରାନ୍ତ ହୋଇଯାଆନ୍ତି ଯେତେବେଳେ ଅନ୍ୟର କିମ୍ବା ନିଜର ଭାବନାକୁ ବୁଝିବାକୁ ପଡିଥାଏ । ଏମାନେ ଏହି ତିନି ଶବ୍ଦ କହିଥାନ୍ତି ସତ ମାତ୍ର ପ୍ରଥମ ଦିନରୁ ଭାବନା ସଂପର୍କରେ ନିଶ୍ଚିତ ହୋଇନଥାନ୍ତି । କର୍କଟ : ଏହି ରାଶିର ବ୍ୟକ୍ତି ଭାବପ୍ରବଣ ହୋଇଥାନ୍ତି । ଏମାନେ ପ୍ରକୃତ ଭଲପାଇବା, ବିବାହ ଏବଂ ପରିବାରରେ ବିଶ୍ବାସ ରଖିଥାନ୍ତି । ଯଦି ଏମାନେ କାହାକୁ ପ୍ରସ୍ତାବ ଦିଅନ୍ତି ତେବେ ବହୁତ ଆଗକୁ ଭାବିଥାନ୍ତି । ସେ ତାଙ୍କୁ ନିଜର ଜୀବନସାଥି ଭାବେ ଦେଖିଥାନ୍ତି । ସିଂହ : ଏହି ରାଶିର ବ୍ୟକ୍ତି ପ୍ରେରଣାଦାୟୀ । କିନ୍ତୁ ଅତି ସହଜରେ କାହା ପ୍ରତି ଆକର୍ଷିତ ହୋଇନଥାନ୍ତି । ଯଦି ଏମାନେ କାହା ପ୍ରତି ନିଜର ଭାବନା ପ୍ରକାଶ କରନ୍ତି ତେବେ ତାଙ୍କର ପ୍ରବିବଦ୍ଧତା ଏବଂ ଅନୁଗତ୍ୟର ସୀମା ରହିନଥାଏ । କନ୍ୟା : ଏହି ରାଶିର ବ୍ୟକ୍ତି ସାଧାରଣରେ ତାଙ୍କ ସାଥୀ ପାଖରୁ କ’ଣ ଆଶା ରଖିଥାନ୍ତି ତାହା ସ୍ପଷ୍ଟ ଥାଏ । ବାସ୍ତବରେ ତାଙ୍କ ପାଖରେ ସେହି ସମସ୍ତ ଗୁଣର ଚେକ୍ଲିଷ୍ଟ ପ୍ରସ୍ତୁତ ହୋଇଥାଏ ଯାହା ଏମାନେ ତାଙ୍କ ସାଥୀ ନିକଟରେ ଦେଖିବାକୁ ଚାହିଁଥାନ୍ତି । ଏମାନେ ଯେତେବେଳେ କାହାକୁ ପ୍ରପୋଜ୍ କରନ୍ତି ସେସବୁ ଗୁଣ ତାଙ୍କଠାରେ ଦେଖିବାକୁ ଚାହିଁଥାନ୍ତି । ଯଦି କନ୍ୟା ରାଶିର ବ୍ୟକ୍ତି ଆପଣଙ୍କୁ ପ୍ରପୋଜ୍ କରନ୍ତି ତେବେ ସେ ଆପଣଙ୍କୁ ଜଣେ ଭଲ ପାର୍ଟନର ଭାବେ ଦେଖିଛନ୍ତି ଏବଂ ଆପଣଙ୍କ ପାଇଁ ଭଲ ଚିନ୍ତାଧାରା ରଖିଛନ୍ତି । ତୁଳା : ଏହି ରାଶିର ବ୍ୟକ୍ତିବିଶେଷ ଅନିଶ୍ଚିତ ହୋଇଥାନ୍ତି ଏବଂ ଏମାନେ ସବୁବେଳେ ନିଜ ଦୁନିଆରେ ରହିବାକୁ ଚାହିଁଥାନ୍ତି । ଏମାନେ ନିଜ ଭାବନାକୁ କାହା ଆଗରେ ପ୍ରକାଶ କରିବା ପାଇଁ ଅଧିକ ସମୟ ନେଇଥାନ୍ତି । ମାତ୍ର ଏମାନେ କାହା ନିକଟରେ ଥରେ ନିଜର ଭାବନା ପ୍ରକାଶ କରିବା ପରେ ସାବଧାନୀ ଏବଂ ସ୍ନେହୀ ସାଥୀଟିଏ ହୋଇଥାନ୍ତି । ବିଛା : ଏହି ରାଶି ବ୍ୟକ୍ତି ସହଜରେ କାହାରିକୁ ବିଶ୍ବାସ କରିନଥାନ୍ତି । ଏମାନେ କାହା ନିକଟରେ ଏତେଟା ଖୋଲାମେଲା ହୋଇପାରିନଥାନ୍ତି । ଯଦି ଏମାନେ କାହାକୁ ପ୍ରସ୍ତାବ ଦିଅନ୍ତି ତେବେ ସେ ତାଙ୍କ ଭଲ ଏବଂ ଖରାପ ସମୟରେ ତାଙ୍କ ପାଖରେ ରୁହନ୍ତି । ଧନୁ : ଏହି ରାଶିର ବ୍ୟକ୍ତି ଆଧିପତ୍ୟ ସ୍ବଭାବକୁ ଘୃଣା କରିଥାନ୍ତି । ଏମାନେ ସ୍ବଭାବରେ ଅଧୀର । କେବେ କେବେ ଏମାନେ ସାବଧାନତାର ସହ ବିଚାର ନକରି ନିର୍ଣ୍ଣୟ ନେଇଥାନ୍ତି । ଯାହାକୁ ଏହି ତିନି ଶବ୍ଦ କହିଥାନ୍ତି ତାଙ୍କ ପ୍ରତି ସାରା ଜୀବନ ପ୍ରତିବଦ୍ଧ ହୋଇଥାନ୍ତି। ଯଦି କେବେ ତାଙ୍କ ସ୍ବାଧୀନତାରେ ଆଞ୍ଚ୍ ଆସେ ତେବେ ସେ ସହଜରେ ପଛକୁ ହଟିଯାଇପାରିବେ । ମକର : ଏହି ରାଶିର ବ୍ୟକ୍ତି ନିଜର କ୍ୟାରିୟର ଉପରେ ଅଧିକ ଧ୍ୟାନ ଦେଇଥାନ୍ତି । କେବେ କେବେ ନିଜର ପ୍ରେମ ଉପରେ ମଧ୍ୟ ଧ୍ୟାନ ଦେଇଥାନ୍ତି । ଯାହାକୁ ଏମାନେ ଏହି ତିନି ଶବ୍ଦ କହିଥାନ୍ତି ସେ ତାଙ୍କ ଜୀବନର ସବୁଠୁ ପ୍ରଥମ ପ୍ରାଥମିକତା ହୋଇଥାନ୍ତି । ଏମାନେ ଡେଟିଂକୁ ପସନ୍ଦ କରିନଥାନ୍ତି । ଏମାନେ ସିରିୟସ୍ ରିଲେସନସିପ୍ ରେ ରହିବାକୁ ପସନ୍ଦ କରିଥାନ୍ତି । କୁମ୍ଭ : ଏହି ରାଶିର ବ୍ୟକ୍ତିବିଶେଷ ସ୍ବଭାବରେ ଅପ୍ରତ୍ୟାଶିତ ହୋଇଥାନ୍ତି । ଏମାନେ ପ୍ରତିବଦ୍ଧତା-ଭୟଭୀତ ହୋଇଥାନ୍ତି । ଯଦି ତାଙ୍କ ସାଥୀ ଭବିଷ୍ୟତ କଥା ଚିନ୍ତା କରନ୍ତି ତେବେ ସେଠାରୁ ସେ ପଛକୁ ହଟିଯାଇପାରନ୍ତି । ଏମାନେ ଯେତେବେଳେ ନିଜ ଭାବନା ଉପରେ ନିଶ୍ଚିତ ହୋଇଥାନ୍ତି ତେବେ କିଛି ସରପ୍ରାଇଜ୍ ପ୍ଲାନ୍ କରିଥାନ୍ତି ଭାବନା ପ୍ରକାଶ କରିବାପାଇଁ । ମୀନ : ଏହି ରାଶିର ବ୍ୟକ୍ତିବିଶେଷ ସୁପର ରୋମାଣ୍ଟିକ ହୋଇଥାନ୍ତି । ଏମାନେ ସାଧାରଣତଃ ସହାନୁଭୂତିପୂର୍ଣ୍ଣ ଓ ସମର୍ପିତ ହୋଇଥାନ୍ତି । ଏମାନେ ସହଜରେ କାହାକୁ କ୍ଷମା କରିଦେଇପାରନ୍ତି । ଯଦି ଏମାନେ ନିଜର ଭାବନା ପ୍ରକାଶ କରନ୍ତି ତେବେ ସେ ତାଙ୍କ ସହ ଏକ ସୁନ୍ଦର ଜୀବନର କଳ୍ପନା କରିଥାନ୍ତି। ଏମାନେ ସଂପର୍କ ଯୋଡିବା ପାଇଁ ଅତ୍ୟଧିକ ମିଶିଯାଇଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.